www.samajalive.in
Wednesday, December 10, 2025
26.1 C
Bhubaneswar

ପ୍ୟାରିସ୍‌ ଅଲିମ୍ପିକ୍‌ସ ପାଇଁ ଯୋଗ୍ୟତା ଅର୍ଜନ କଲେ ତୀରନ୍ଦାଜ ଧୀରଜ

ବ୍ୟାଙ୍କକ୍‌: ପ୍ୟାରିସ୍‌ରେ ଆୟୋଜିତ ହେବାକୁ ଥିବା ଅଲିମ୍ପିକ୍‌ସ ନିମନ୍ତେ ଯୋଗ୍ୟତା ଅର୍ଜନ କରିଛନ୍ତି ଭାରତୀୟ ତୀରନ୍ଦାଜ ଧୀରଜ ବୋମ୍ବଦେବରା। ବ୍ୟାଙ୍କକ୍‌ରେ ଆୟୋଜିତ ଏସିଆନ୍‌ କଣ୍ଟିନେଣ୍ଟାଲ ଯୋଗ୍ୟତା ଅର୍ଜନ ଟୁର୍ଣ୍ଣାମେଣ୍ଟରେ ୨୨ ବର୍ଷୀୟ ଧୀରଜ ରୌପ୍ୟ ପଦକ ଜିତିବା ସହ ପ୍ୟାରିସ୍‌ ଅଲିମ୍ପିକ୍‌ସରେ ଭାଗ ନେବାକୁ ଯୋଗ୍ୟତା ହାସଲ କରିଛନ୍ତି। ସ୍ବର୍ଣ୍ଣ ପଦକ ପାଇଁ ଖେଳାଯାଇଥିବା ମ୍ୟାଚ୍‌ରେ ଧୀରଜ ଚାଇନିଜ ତାଇପେର ଝି-ସିଆଙ୍ଗ ଲିନ୍‌ଙ୍କ ଠାରୁ ୨୯-୨୮, ୨୭-୨୯, ୩୦-୨୮, ୨୫-୨୬ ପଏଣ୍ଟରେ ପରାସ୍ତ ହୋଇଥିଲେ। କ୍ବାର୍ଟର ଫାଇନାଲରେ ଧୀରଜ ଇରାନ୍‌ର ଅସ୍ରଫି ବାଭିଲିଙ୍କୁ ପରାସ୍ତ କରିଥିବା ବେଳେ ସେମିରେ ଇରାନ୍‌ର ଗୋଲସାନିଙ୍କୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲେ। ମହିଳା ବିଭାଗରେ ଭାରତର ଅଙ୍କିତା ଭକତ କ୍ବାର୍ଟର ଫାଇନାଲରେ ଉଜବେକିସ୍ତାନର ଅବଦୁସାଟାରୋଭାଙ୍କ ନିକଟରୁ ପରାସ୍ତ ହୋଇଥିଲେ।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories