www.samajalive.in
Monday, December 8, 2025
27.1 C
Bhubaneswar

ବୌଦ୍ଧର ଡମ୍ବରୁଗଡ ଠାରେ ପ୍ରଥମ ଥର ପାଇଁ ଆରମ୍ଭ ହେଲା ଇକୋ ଟୁରିଜିମ୍ 

ବାଉଁଶୁଣି : ବୌଦ୍ଧ ବ୍ଲକ ତାଳସରଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡ଼ମ୍ବରୁଗର୍ଡ ସିଦ୍ଧଗୁରୁ ମଠ ନିକଟରେ ଜଙ୍ଗଲ ବିଭାଗ ପକ୍ଷରୁ ନିର୍ମିତ ନିସର୍ଗ ଶିବିର ନାମରେ ନାମିତ ଇକୋ ଟୁରିଜିମ୍ ଓ ୱାଚ୍ ଟାୱାର ଉଦଘାଟିତ ହୋଇ ଯାଇଅଛି। ଉକ୍ତ ଉଦଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଜଙ୍ଗଲ ଓ ପରିବେଶ ପାନୀୟ ଜଳ ଓ ପଞ୍ଚାୟତରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତ , କଣ୍ଟାମାଳ ବିଧାୟକ ଓ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ମହିଧର ରଣା, ଜିଲ୍ଲାପାଳ ବୌଦ୍ଧ ନୃସିହଚରଣ ସ୍ୱାଇଁ, ଆରକ୍ଷୀ ଅଧିକ୍ଷକ ବୌଦ୍ଧ ରାଜ ପ୍ରାସାଦ, ଜିଲ୍ଲା ଜଙ୍ଗଲ ଅଧିକାରୀ ଦେବପ୍ରିୟ କମ୍ପ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ଜିଲ୍ଳାର ଅଗ୍ରଣୀ ସ୍ଵୟଂ ସହାୟକ ଗୋଷ୍ଠୀ ଓ ବନସମିତି ଦ୍ଵାରା ପ୍ରସ୍ତୁତ ଜିଆ ଖତ, ବାଉଁଶରେ ପ୍ରସ୍ତୁତ ବିଭିନ୍ନ ଘରକରଣା ସାମଗ୍ରି, ବିଭିନ୍ନ ପ୍ରକାର ଡାଲି, ହରିଡା ବାହାଡା ଅଁଳା, ପତ୍ର ଖଲି ଦନା ଆଦି ଜଙ୍ଗଲ ଜାତ ଦ୍ରବ୍ୟ, ଫିନାଇଲ ଆଦିର ଷ୍ଟଲ୍ ଲାଗିଥିଲା। କାର୍ଯ୍ୟକ୍ରମକୁ ସଫଳ କରିଥଲେ ବନପାଲ ଅଜିତ ଆଚର୍ଯ୍ୟ , ଫରେଷ୍ଟ ଗାର୍ଡ ପ୍ରଦୀପ ସାହୁ ଓ ଅନ୍ୟାନ୍ୟ କର୍ମଚାରୀ ସହଯୋଗ କରିଥିଲେ।

Hot this week

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

ଓଡ଼ିଶାରେ ଡାକ୍ତର ମରୁଡି ବଢାଇଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶାରେ ଡାକ୍ତର ମରୁଡି ପଡିଛି । ଠିକାରେ ଚାଲିଛି ଡାକ୍ତରୀ...

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

Related Articles

Popular Categories