www.samajalive.in
Monday, December 8, 2025
13.1 C
Bhubaneswar

ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ବାର୍ଷିକ କ୍ରୀଡା ଉତ୍ସବ

ଆଠଗଡ : ଆଠଗଡ ବ୍ଲକ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧିନ ଅନ୍ତର୍ନିବେଶୀ ଶିକ୍ଷା ଉପବିଭାଗ ପକ୍ଷରୁ ଭୋଗରା ପଞ୍ଚାୟତ ଅଧିନ ତୋଟାପଡା ବିଦ୍ୟାଳୟ ପରିସରରେ ବ୍ଲକସ୍ତରୀୟ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କର ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଆଠଗଡ ବ୍ଲକର ବିଭିନ୍ନ ବିଦ୍ୟାଳୟରେ ଅଧ୍ୟୟନରତ ୫୦ଜଣ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ଏବଂ ସେମାନଙ୍କର ଅଭିଭାବକ ଏହି କ୍ରୀଡା ଉତ୍ସବରେ ଅଂଶଗ୍ରହଣ କରିଥିଲେ । ତୋଟାପଡା ୟୁପି ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ସାଗରିକା ମହାନ୍ତିଙ୍କ ସଂଯୋଜନାରେ ଏହି ଉପଲକ୍ଷେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ବିଆରସିସି ନବକିଶୋର ସାହୁ ଏବଂ ସମ୍ମାନିତ ଅତିଥି ଭାବେ ସରପଞ୍ଚ ଅଜିତ୍‌‌ ଦାସ, ସହକାରୀ ବ୍ଲକ ଶିକ୍ଷାଧିକାରୀ ରଣଜିତ୍‌‌ ମହାନ୍ତି ଓ ସିଆରସିସି ସୁବ୍ରତ ସ୍ୱାଇଁ ପ୍ରମୁଖ ଯୋଗଦେଇ ଦିବ୍ୟାଙ୍ଗଙ୍କୁ ହୀନ ଦୃଷ୍ଟିରେ ନଦେଖି ସେମାନଙ୍କୁ ସହଯୋଗର ହାତ ବଢାଇ ମୁଖ୍ୟସ୍ରୋତରେ ସାମିଲ କରିବା ଆମ ସମସ୍ତଙ୍କର ଦାୟିତ୍ୱ ବୋଲି ମତବ୍ୟକ୍ତ କରିଥିଲେ । ଶିକ୍ଷା କ୍ଷେତ୍ରରେ ହେଉ ଅବା କ୍ରୀଡା କ୍ଷେତ୍ରରେ ବିଶେଷକରି ସ୍ୱତନ୍ତ୍ର ଅଲିମ୍ପିକ ଓ ପାରା ଅଲିମ୍ପିକ ପ୍ରତିଯୋଗିତାରେ ଭାରତର ଓ ଓଡିଶାର ବହୁ ଦିବ୍ୟାଙ୍ଗ ସେମାନଙ୍କର ପାରଦର୍ଶିତା ପ୍ରଦର୍ଶନ କରି ଦେଶ ପାଇଁ ଗୌରବ ଆଣିଛନ୍ତି । ତେଣୁ ଦିବ୍ୟାଙ୍ଗଙ୍କୁ କୌଣସି ଗୁଣରେ କମ୍‌‌ ଭାବିବା ଆଦୌ ସମ୍ମୀଚିନ ନୁହେଁ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ପ୍ରାରମ୍ଭରେ ବାକ୍‌‌ଶକ୍ତି ବାଧିତ କୁନି ଝିଅ ସୌମ୍ୟାଶ୍ରୀ ସାହୁ ନିଜର ନୃତ୍ୟ ପ୍ରଦର୍ଶନ ଦ୍ୱାରା ସମସ୍ତଙ୍କୁ ଆକର୍ଷିତ କରିଥିଲେ। ଏହି କ୍ରୀଡା ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ସହିତ ସାଲ ପ୍ରଦାନ କରିଥିଲେ। ସ୍ୱେଚ୍ଛାସେବୀ ପ୍ରତାପ ସ୍ୱାଇଁ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ବିଆରପି ମମତା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟତମ ବିଆରପି ବିସ୍ମିତା ମହାନ୍ତି, ଦିପ୍ତୀମୟୀ ରାଉତ, ଅନ୍ତର୍ନିବେଶୀ ସ୍ୱେଚ୍ଛାସେବୀ ଗଣେଶ ଧଳ, କୈଳାସ ନାୟକ, ତ୍ରିଲୋଚନ ସାହୁ, ପବିତ୍ର ଜେନା ଓ ନିବେଦିତା ରାଉତ କ୍ରୀଡା ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ।

Hot this week

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

Related Articles

Popular Categories