କ୍ଲଷ୍ଟର ସ୍ତରୀୟ ଓଡ଼ିଆ ମିଲେଟସ କୁଇଜ୍ ପ୍ରତିଯୋଗୀତା

କଣ୍ଟାବାଞ୍ଜି : ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ କଣ୍ଟାବାଞ୍ଜି ଠାରେ କ୍ଲଷ୍ଟର ସ୍ତରୀୟ ଓଡିଶା ମିଲେଟସ କୁଇଜ୍ ପ୍ରତିଯୋଗୀତା ଅନୁଷ୍ଠିତ ହୋଇ ଯାଇ ଅଛି। ଉକ୍ତ ପ୍ରତିଯୋଗୀତା କଣ୍ଟାବାଞ୍ଜି ନଗରର ସମସ୍ତ ଶିକ୍ଷା ଅନୁଷ୍ଠାନର ଷଷ୍ଠ ଓ ସପ୍ତମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ନେଇ କି ପ୍ରତିଯୋଗୀତା ହୋଇଥିଲା। ଛାତ୍ରଛାତ୍ରୀଙ୍କ ଠାରେ ମାଣ୍ଡିୟା ଜାତୀୟ ବା ମିଟେଲ ଜାତୀୟ ଉପକାରିତା ଚାହିଦା ବଢାଇବା ପାଇଁ ଉକ୍ତ କାର୍ଯ୍ୟକ୍ରମ କରାଯାଇଥିଲା।

prayash

ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନ ହାସଲ କରି ଥିବା ଛାତ୍ରଛାତ୍ରୀଙ୍କୁ କଣ୍ଟାବାଞ୍ଜି ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଅଶୋକ କୁମାର ତରିଆ ପୁରସ୍କୃତ କରିଥିଲେ। ସିଆରସିସି ଦିନେଶ ମହାନନ୍ଦ ସମସ୍ତଙ୍କ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମଟି ହୋଇଥିଲା। ଶିକ୍ଷକ ମଧୁସୂଦନ ପଟେଲ, ଦୂତୀଆ ମଲ୍ଲିକ, ଶିକ୍ଷୟତ୍ରୀ ଅଞ୍ଜଳୀ ମାଝୀ, ପୂଜା ଜାଲ, ଦୀପାଞ୍ଜଳୀ ଭୋଇ, ସୁଜାତା ଧରୁଆ, ଏମ ବିନିତା, ନମିତl ପାଣିଗ୍ରାହୀ, ବୈଜନ୍ତି ବାଗ ସୂଚାରୁ ରୂପେ କାର୍ଯ୍ୟକ୍ରମକୁ ସଫଳ ରୁପାୟନ ହେବାରେ ସାହାଯ୍ୟ କରିଥିଲେ।

Comments are closed.