www.samajalive.in
Monday, December 8, 2025
17.1 C
Bhubaneswar

୧୦୦୦ ଟଙ୍କା ଟପିଲା ଏଲ୍‍ପିଜି

ନୂଆଦିଲ୍ଲୀ : ଏଲ୍‍ପିଜି ଉପଭୋକ୍ତାଙ୍କ ଲାଗି ଖରାପ ଖବର। କାରଣ ଘରୋଇ ବଜାରରେ ଏବେ ଏଲ୍‍ପିଜି ସିଲିଣ୍ଡର ଦର ୧୦୦୦ ଟଙ୍କା ଟପିଛି। ଦେଶର ଅଧିକାଂଶ ସହରରେ ଅଣ-ରିଆତି ଏଲ୍‍ପିଜି ସିଲିଣ୍ଡର (୧୪.୨ କେଜି) ମୂଲ୍ୟ ୧୦୦୦ ଟଙ୍କା ଉପରେ ପହଞ୍ଚିଛି। ବିହାର ରାଜଧାନୀ ପାଟନାରେ ଏଲ୍‍ପିଜି ସିଲିଣ୍ଡର ଦର ୧୦୩୯ ଟଙ୍କା, ଚେନ୍ନଇରେ ୯୬୯ ଟଙ୍କା, କଲକାତାରେ ୯୭୧ ଟଙ୍କା, ଦିଲ୍ଲୀରେ ୯୪୨ ଟଙ୍କା, ରାୟପୁରରେ ୧୦୧୭ ଟଙ୍କା, ଆଇଜଲରେ ୧୦୮୧ ଟଙ୍କା ଏବଂ ଜମ୍ମୁରେ ୧୦୦୩ ଟଙ୍କା ଛୁଇଁଛି। ତେବେ ଦାର୍ଜିଲିଂରେ ଏହା ସିଲିଣ୍ଡର ପିଛା ସର୍ବାଧିକ ୧୧୧୧ ଟଙ୍କା ହୋଇଛି। ରାଜଧାନୀ ଭୁବନେଶ୍ୱରରେ ଅଣ-ରିଆତି ଏଲ୍‍ପିଜି ସିଲିଣ୍ଡର (୧୪.୨ କେଜି) ମୂଲ୍ୟ ୯୭୨ ଟଙ୍କାରେ ପହଞ୍ଚିଛି। ତେବେ ରିଆତି ମୂଲ୍ୟରେ ଦିଆଯାଉଥିବା ଏଲ୍‍ପିଜି ସିଲିଣ୍ଡର ମୂଲ୍ୟ ୫୧୮ ଟଙ୍କା ୩୪ ପଇସା ରହିଛି। ରିଆତି ବାବଦ ଉପଭୋକ୍ତାଙ୍କ ବ୍ୟାଙ୍କ ଖାତାକୁ ୪୫୩ ଟଙ୍କା ୬୬ ପଇସା ଯାଉଛି। ପେଟ୍ରୋଲ ଏବଂ ଡିଜେଲ ଦର ଯେଉଁଭଳି ଦୈନିକ ପରିବର୍ତ୍ତନ ହେଉଛି ସେହିଭଳି ପ୍ରତି ମାସରେ ଏଲ୍‍ପିଜି ସିଲିଣ୍ଡର ଦର ପରିବର୍ତ୍ତିତ ହେଉଛି।

Hot this week

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

Related Articles

Popular Categories