www.samajalive.in
Sunday, December 7, 2025
13.1 C
Bhubaneswar

ଗୀତାଭିନୟ ଜଗତର ମୁକୁଟବିହୀନ ସମ୍ରାଟ

ଊନବିଂଶ ଶତାବ୍ଦୀର ପ୍ରଥମ ପାଦରେ ଓଡ଼ିଆ ଯାତ୍ରାର ଯେଉଁ ନବଜାଗରଣ ଘଟିଲା ତାହାକୁ ଗୋପାଳ ଦାସ (ଉଡେ), ବାଲେଶ୍ୱରର ନଳାଙ୍ଗ ଗ୍ରାମର ଜଗନ୍ନାଥ ପାଣି, ଭିକାରୀ ନାୟକ, ଗୋପାଳ ଦାସ (ଦ୍ୱିତୀୟ ପାଦରେ), ବୈଷ୍ଣବ ପାଣି, ରଘୁନାଥ ପରିଚ୍ଛା, ମୋହନସୁନ୍ଦର ଦେବ ଗୋସ୍ୱାମୀ, ଲୋକନାଟ୍ୟ ପରମ୍ପରାକୁ ଭିତ୍ତିକରି ଗୀତାଭିନୟ ରଚନାରେ ପ୍ରବୃତ୍ତ ହେଲେ। ଏତିକିବେଳେ ଓଡିଶାର ଅନ୍ୟ ଜଣେ ଯୋଗଜନ୍ମା ପୁରୁଷ ବୈଷ୍ଣବ ପାଣି ଆଉ ଟିକେ ଆଗକୁ ପାଦ ବଢ଼ାଇ ଓଡ଼ିଶା ଯାତ୍ରା ଜଗତରେ ଲୋକନାଟକର ବିକାଶ ପାଇଁ ଆଗେଇ ଆସିଲେ। ପାରମ୍ପରିକ ଲୋକନାଟକର ବିଭିନ୍ନ ଦିଗକୁ ଅନୁଧ୍ୟାନ କରି ନଗ୍ନତା ଓ ଅଶ୍ଳୀଳତାକୁ ଦୂରେଇ ଦେଇ ନୂଆ ରୂପରେ ବିଭିନ୍ନ ନାଟକ ରଚନା କରି ଯାତ୍ରା ଜରିଆରେ ଲୋକମାନଙ୍କର ଆଦରଣୀୟ ହେଲେ। ସେହି ପ୍ରଥିତଯଶା ପ୍ରତିଭାଧରଙ୍କ ଜନ୍ମ ୧୮୮୨ କୁମାର ପୂର୍ଣ୍ଣିମା ଗୁରୁବାର ରାତ୍ରିରେ ହୋଇଥିଲା ମାହାଙ୍ଗା ଥାନା ଅନ୍ତର୍ଗତ କୋଠପଦା ଗ୍ରାମରେ। ପିତା ସୁଦର୍ଶନ ପାଣି ଓ ମାତା ଚାନ୍ଦ ଦେବୀ, ଜନ୍ମ ସମୟରୁ ପୁତ୍ର ରୋଗଗ୍ରସ୍ତ ହେତୁ ଶ୍ରୀଜଗନ୍ନାଥଙ୍କ ବଡଛତା ତଳେ ପୁଅକୁ ବୈଷ୍ଣବ କରିଦେଇଥିଲେ। ସେହି ଦିନଠାରୁ ସେ ବୈଷ୍ଣବ ପାଣି ରୂପେ ପରିଚିତ।
କୋଠପଦା ମଠାଧୀଶ ମହନ୍ତ ରଘୁନାଥ ପୁରୀ ଗୋସ୍ୱାମୀଙ୍କ ଇଷ୍ଟଦେବ ଶ୍ରୀ ଶ୍ରୀ ରଘୁନାଥଜୀଉଙ୍କ ଫୁଲ ତୋଳିବା କାର୍ଯ୍ୟ ମାଳୀ ଭାବରେ, ପରବର୍ତ୍ତୀ ଅବସ୍ଥାରେ ତାଙ୍କ ଯାତ୍ରା ଦଳରେ ଗୋଟିପୁଅ ନାଚୁଆ ଓଡିଆ ସାହିତ୍ୟ ଜଗତରେ ଶତାଧିକ ଗୀତିନାଟକ ରଚନା କରି ବଙ୍ଗ, ବିହାର, ଓଡ଼ିଶାର ଓଡ଼ିଆ ଭାଷାଭାଷୀ ଅଞ୍ଚଳରେ ଏକାଧାରରେ କବି, ନାଟ୍ୟକାର, ଅଭିନେତା, ନି​‌େ​‌ର୍ଦଶକ, ହାସ୍ୟରସିକ, ସମାଜ ସଂସ୍କାରକ ସର୍ବୋପରି ଯାତ୍ରା ଦଳ ଗଠନରେ ଏକ ପ୍ରଚଣ୍ଡ ପ୍ରତିଭା ରୂପେ ଛିଡା ହୋଇଥିଲେ। ତେଣୁ ସେ ଏକ ବିସ୍ମୟ। ଜୀବନଯାତ୍ରାର ପ୍ରତିଟି ମୁହୂର୍ତ୍ତରେ ବହୁ ଦୁଃଖ, କଷ୍ଟ, ଯନ୍ତ୍ରଣା, ଅଭାବ ଅନଟନ ଭିତରେ ଗତିକରି ପ୍ରକୃତି, ସଂସ୍କୃତି ଓ ମାଟି ମାଆକୁ ଭଲ ପାଉଥିବା ଏହି ସାହିତ୍ୟ କାଣ୍ଡାରି ଆଜନ୍ମ ଜୀବନ ସଂଗ୍ରାମରେ ଜଣେ ନିଃସଙ୍ଗ ଯୋଦ୍ଧା ଭାବରେ ଅବିରତ ସଂଗ୍ରାମ କରି କ୍ଷତବିକ୍ଷତ ହୋଇ ନିଷ୍ଠାପର ଉଦ୍ୟମ ଏପରି କି ଜୁୁଳୁଜୁଳିଆ ପୋକକୁ ବୋତଲରେ ପୂରାଇ ପାଠପଢି ନିଜର ସୃଜନଶୀଳତାକୁ ଶକ୍ତ କରି ନିଜକୁ ପ୍ରତିଷ୍ଠା କରିବାରେ ସକ୍ଷମ ହୋଇଛନ୍ତି। ତାଙ୍କ ରଚିତ ଗୀତିନାଟ୍ୟଗୁଡିକ ପାରମ୍ପରିକ ବିଚାରଧାରା, ସଂସ୍କୃତିମୁଖୀ, ନିଜସ୍ୱ ମଞ୍ଚସଜ୍ଜା, ସ୍ୱର ସଂଯୋଜନା, ନିର୍ଦିଷ୍ଟ କାବ୍ୟ ଉପରେ ପର୍ଯ୍ୟବସିତ। ପାଣିଙ୍କ ଅନେକ ଗୀତିନାଟ୍ୟ ୧୯୨୬ରୁ ୧୯୩୭ ମସିହା ମଧ୍ୟରେ ସୃଷ୍ଟି। ତାଙ୍କ ରଚନାଗୁଡ଼ିକ ଲୋକପ୍ରିୟ ହେବାର କାରଣ – (୧) ବିଷୟବସ୍ତୁ ନିର୍ବାଚନରେ ନୂତନତ୍ୱ, (୨) ପୌରାଣିକ, ସାମାଜିକ, କାଳ୍ପନିକ, ରାଜନୈତିକ, ଐତିହାସିକ ବିଷୟବସ୍ତୁ ଉପରେ ପର୍ଯ୍ୟବସିତ, (୩) ସରଳ, ବୋଧଗମ୍ୟ, ବାସ୍ତବଧର୍ମୀ, (୪) ଦେଶାତ୍ମବୋଧ, ଜାତୀୟ ବେତନାକୁ ଉଦ୍‍ବୁଦ୍ଧ କରେ, (୫) ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ଗ୍ରାମ୍ୟଜୀବନ ଉପରେ ଆଧାରିତ, (୬) ଚରିତ୍ର ଚିତ୍ରଣରେ ବାସ୍ତବତା, (୭) ଲୋକଭାଷା ଓ ଲୋକଶୈଳୀର ପ୍ରୟୋଗ, (୮) ହାସ୍ୟରସ ପରିବେଷଣରେ ମାର୍ଜିତ ଓ କୌତୂହଳପ୍ରଦ ଘଟଣା ଉପସ୍ଥାପନ, (୧୦) ବ୍ୟକ୍ତିତ୍ୱ ଓ ସ୍ପଷ୍ଟବାଦିତା ପ୍ରକାଶିତ।
ଜୀବନକାଳ ମଧ୍ୟରେ ତାଙ୍କ ସୃଷ୍ଟି ସମ୍ଭାରଗୁଡ଼ିକ ଯାହାକି ଓଡ଼ିଆ ସାହିତ୍ୟକୁ ରୁଦ୍ଧିମନ୍ତ କରିଛି ଏବଂ ପ୍ରକାଶିତ ତାହା ହେଲା ଗୀତାଭିନୟ ଗୀତିନାଟକର ସଂଖ୍ୟା ହାରାହାରି ଏକଶହରୁ ଊର୍ଦ୍ଧ୍ବ, ଫାର୍ସ ୧୯ଟି, ସଂଗୀତ, ଭଜନ, ଜଣାଣ, ଚଉତିଶା, ମାଳିକା କାବ୍ୟ ୬୫ ଟି, ଗଦ୍ୟ ରଚନା ଓ ଆତ୍ମକାହାଣୀ ୭ ଟି।
ଡ. ମାୟାଧର ମାନସିଂହ ସ୍ୱର୍ଗତ ପାଣିଙ୍କୁ ସମାଜ ସଂସ୍କାରକ ରୂପେ ଓ ଅଧ୍ୟାପକ ପଠାଣି ପଟ୍ଟନାୟକ ତାଙ୍କୁ ‘ଗୀତିନାଟ୍ୟ ଜଗତର ମୁୁକୁଟ ବିହୀନ ସମ୍ରାଟ’ ରୂପେ ଅଭିହିତ କରିଛନ୍ତି। ପାଣିଙ୍କର ଅନ୍ତିମ ଜୀବନ ଥିଲା କାରୁଣ୍ୟମୟ। ୧୯୫୬ ମସିହା ବୈଶାଖ ଅମାବାସ୍ୟା ଦିନ ଏହି ଅନନ୍ୟ ସାଧାରଣ ବହୁମୁଖୀ ପ୍ରତିଭାଙ୍କ ପାର୍ଥିବ ଶରୀର ଲୀନ ହେଲା କାଳର କରାଳ ଗର୍ଭରେ। ଆତ୍ମୀୟସ୍ୱଜନ କେହି ନଥିଲେ ପାଖରେ, ଥିଲେ ହାତଗଣତି କେଇ ଜଣ ସାହିତ୍ୟପ୍ରେମୀ। ସେମାନେ ମରଶରୀରକୁ ଠେଲାଗାଡ଼ି ସାହାଯ୍ୟରେ ଖାନ୍‍ ନଗର ମଶାଣିକୁ ନେଇ ଶେଷକୃତ୍ୟ ସଂପନ୍ନ କରିଥିଲେ। ସେହି ବହୁମୁଖୀ ପ୍ରତିଭା ଓଡ଼ିଆ ଯାତ୍ରା ଜଗତର ମୁୁକୁଟ ବିହୀନ ସମ୍ରାଟ, ଜାତିର ହୃଦୟରେ ଅମୂଲ୍ୟ ସଂପଦ ରୂପେ ସାଇତା ହୋଇ ରହିଥିବେ ଯେତେ ଦିନ ଓଡ଼ିଆ ଜାତି ବଞ୍ଚି ରହିଥିବ।

ଭାବଗ୍ରାହୀ ରାଉତ
ମାହାଙ୍ଗା, କଟକ
ଦୂରଭାଷ: ୯୬୬୮୦୭୬୦୨୪

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories