www.samajalive.in
Saturday, December 6, 2025
26.1 C
Bhubaneswar

ସଂଗୀତ ନିର୍ଦ୍ଦେଶକ ସ୍ୱରୂପ ନାୟକଙ୍କ ପରଲୋକ

ଭୁବନେଶ୍ୱର : ଓଲିଉଡର ଲୋକପ୍ରିୟ ସଂଗୀତ ନିର୍ଦ୍ଦେଶକ ତଥା ବରିଷ୍ଠ ଅଭିନେତା ସ୍ୱରୂପ ନାୟକଙ୍କ ଶୁକ୍ରବାର ପରଲୋକ ଘଟିଛି। ଦୀର୍ଘଦିନ ଧରି ସେ କର୍କଟ ରୋଗରେ ପୀଡିତ ହୋଇ ଚିିକିତ୍ସିତ ଥିଲେ। ବହୁ ଓଡିଆ ଚଳଚ୍ଚିତ୍ରରେ ସେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିବା ସହ ଅନେକ ଚଳଚ୍ଚିତ୍ରରେ ସେ ନିଜ ଅଭିନୟର ଯାଦୁ ଦେଖାଇଛନ୍ତି। କଟକର ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ଘଟିଛି। ତାଙ୍କ ମୃତ୍ୟୁରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି।
ସେ ଏକାଧାରରେ ଜଣେ ସଙ୍ଗୀତ ନିର୍ଦ୍ଦେଶକ, କଣ୍ଠଶିଳ୍ପୀ ଓ ଅଭିନେତା ଥିଲେ। ୮୦ ଦଶକରେ ବହୁ ଫିଲ୍ମରେ ସଫଳ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି। ୧୯୪୭ ଫ୍ରେବୁଆରୀ ୮ ତାରିଖରେ ସ୍ୱରୂପ ନାୟକ ଜନ୍ମ ଗ୍ରହଣ କରିଥିଲେ। ୪୧ଟି ଓଡିଆ ଚଳଚ୍ଚିତ୍ରରେ ସେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି। ୩୦ଟି ଫିଲ୍ମ ପାଇଁ ଗୀତ ରଚନା କରିଛନ୍ତି। ୬ଟି ଫିଲ୍ମରେ ପ୍ରଚ୍ଛପଟ୍ଟ ଗାୟକ ଭାବେ ଗୀତ ଗାଇଛନ୍ତି। ୬ଟି ଫିଲ୍ମରେ ଅଭିନୟର ଯାଦୁ ମଧ୍ୟ ଦେଖାଇଛନ୍ତି। ୧୯୮୪ରେ ହୀରାନୀଳା ଫିଲ୍ମରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ। ୧୯୬୨ରେ ଶିଶୁ କଳାକାର ଭାବେ ଅଭିନୟ ଆରମ୍ଭ କରିଥିଲେ। ସଙ୍ଗୀତକାର ତଥା ଚଳଚ୍ଚିତ୍ର ନିର୍ଦ୍ଦେଶକ ଶାରଦା ପ୍ରସନ୍ନ ନାୟକ ତାଙ୍କର ଭାଇ ଏବଂ ପାର୍ବତୀ ଘୋଷ ତାଙ୍କର ଭଉଣୀ। ସ୍ୱୟଂସିଦ୍ଧା, କଥାନ୍ତର ଫିଲ୍ମରେ ସ୍ୱରୂପ ନାୟକ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି। ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ଓ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ। ‘ମନ ରହିଗଲା ତୁମରିଠାରେ’ ଓ ‘କଥାନ୍ତର’ ପାଇଁ ସେ ପୁରସ୍କାର ପାଇଥିଲେ। ସେହିପରି ୨୦୦୬ରେ ବାଇସ୍କୋପ ପୁରସ୍କାର ମଧ୍ୟ ପାଇଛନ୍ତି। ‘ପୁଅ ମୋର ଭୋଳାଶଙ୍କର’, ‘ଆଇ ଲଭ୍‌‌ ୟୁ’, ‘ଶାଶୁ ଘର ଚାଲିଯିବି’, ‘ଉଦଣ୍ଡୀ ସୀତା’ର ସଙ୍ଗୀତ ନିର୍ଦ୍ଦେଶକ ମଧ୍ୟ ଥିଲେ।

Hot this week

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

Related Articles

Popular Categories