www.samajalive.in
Tuesday, December 9, 2025
17.1 C
Bhubaneswar

ବେଦାନ୍ତ ଲିମିଟେଡ୍ ତରଫରୁ ମେଗା ମୋତିଆବିନ୍ଦୁ ଶିବିର ଉଦ୍‌ଘାଟିତ

ଲାଞ୍ଜିଗଡ଼: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ସ୍ଥିତ ବେଦାନ୍ତ ଲିମିଟେଡ୍ ପକ୍ଷରୁ ସୁବର୍ଣ୍ଣପୁର ମହାନଦୀ ନେତ୍ର ଚିକିତ୍ସାଳୟର ସହଯୋଗରେ ବାର୍ଷିକ ମେଗା ମୋତିଆବିନ୍ଦୁ ଶିବିର ଶୁଭାରମ୍ଭ ହୋଇଯାଇଛି। ଗୁଣାତ୍ମକ ତଥା ସୁବିଧାରେ ଚକ୍ଷୁ ଯତ୍ନ ସମ୍ବନ୍ଧରେ ସ୍ଥାନୀୟ ଲୋକମାନଙ୍କୁ ସହାୟତା ଏହି ଶିବିରର ଉଦ୍ଦେଶ୍ୟ ଏବଂ ଚଳିତ ବର୍ଷ ପାଇଁ ଏହି ଶିବିର ୭ଟି ପର୍ଯ୍ୟାୟରେ ୪୦ ଜଣ ହିତାଧିକାରୀଙ୍କୁ ସାହାଯ୍ୟ କରିବା ଲକ୍ଷ୍ୟ ସହ ସମୁଦାୟ ୨୮୦ ଜଣଙ୍କୁ ସହାୟତା କରିବ ବୋଲି ସୂଚନା ମିଳିଛି। ୨୦୧୪ରେ ଆରମ୍ଭ ହେବା ପରଠାରୁ ଏହି ଶିବିର ୧୦୦୦ଟି ଅପରେସନରୁ ସଫଳତା ପାଇଛି। ରୋଗୀମାନଙ୍କ ପାଇଁ ପ୍ରାଥମିକ ପରୀକ୍ଷାଠାରୁ ଆରମ୍ଭ କରି ସର୍ଜରୀ ଓ ନିୟମିତ ଦେଖାଶୁଣା ସାଙ୍ଗକୁ ମୋତିଆବିନ୍ଦୁ ଅପରେସନ କରାଉଥିବା ରୋଗୀଙ୍କ ପାଇଁ ସଂପୂର୍ଣ୍ଣ ଧ୍ୟାନ ରଖାଯିବ ବୋଲି କଂପାନୀ ସୂତ୍ରରୁ ଜଣାପଡ଼ିଛି।

ସୂଚନାଯୋଗ୍ୟ, କଂପାନୀ ତରଫରୁ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଲାଞ୍ଜିଗଡ଼ସ୍ଥିତ ବେଦାନ୍ତ ହସ୍ପିଟାଲ, ନିୟମିତ ସ୍ବାସ୍ଥ୍ୟ ଶିବିର ଆୟୋଜନ, ଭ୍ରାମ୍ୟମାଣ ସ୍ବାସ୍ଥ୍ୟସେବା, ଶିଶୁ ଯତ୍ନ ପାଇଁ ନନ୍ଦଘର ପ୍ରକଳ୍ପ ଆଦି କାର୍ଯ୍ୟକାରୀ କରାଯାଉଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories