www.samajalive.in
Monday, December 8, 2025
27.1 C
Bhubaneswar

ସାଧାରଣ ବଣ୍ଟନ ବ୍ୟବସ୍ଥାରେ ପ୍ଲାଷ୍ଟିକ ଚାଉଳ ଅଭିଯୋଗ, ନକଲି ଚାଉଳ ବୋଲି ଫିଙ୍ଗୁଛନ୍ତି ଲୋକେ

ଲଡୁଗାଁ: ବଜାରରେ ବିଭିନ୍ନ ସମୟରେ ପ୍ଲାଷ୍ଟିକ ଅଣ୍ଡା, ଚିନି, ଚାଉଳ ବିକ୍ରି ହେଉଥିବା ଭଳି ଖବର ସାମ୍ନାକୁ ଆସିଛି। କିନ୍ତୁ ସରକାରଙ୍କ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ବି ହିତାଧିକାରୀଙ୍କୁ ପ୍ଲାଷ୍ଟିକ ଚାଉଳ ମିଳିଥିବା ଅଭିଯୋଗ ଆସିଛି। ମିଳିଥିବା ଅଭିଯୋଗରୁ ପ୍ରକାଶ, କୋକସରା ବ୍ଲକ ଟେମରା ପଞ୍ଚାୟତର ବୋବରିଆ ଗାଁ ଲୋକ ଏବେ ଭୟରେ ସରକାର ଦେଉଥିବା ଚାଉଳ ଖାଇବା ଛାଡ଼ିଦେଇଛନ୍ତି। ଭିଜାଇଲେ ଫୁଲିଯାଉଛି, ଧରିଲେ ଅଠାଳିଆ ଲାଗୁଛି, ରାନ୍ଧିଲେ ଶୀଘ୍ର ସିଝିଯାଉଛି, ଚୋବଇଲେ ଛିଣ୍ଡୁନାହିଁ। ପିଡିଏସ ଚାଉଳକୁ ନେଇ ଏଭଳି ଅଭିଯୋଗ ଆଣିଛନ୍ତି ଖାଉଟି। ଭଲ ଚାଉଳ ସହିତ ମିଶ୍ରିତ ଏହି ଧଳା ଚାଉଳକୁ ନେଇ କୋକସରା ଅଞ୍ଚଳରେ ଖାଉଟିଙ୍କ ମନରେ ଭୟ ସୃଷ୍ଟି ହୋଇଛି। ଏହି ଚାଉଳ ଦେଖିବାକୁ ଧଳା ଏବଂ ମୋଟା ସାଧାରଣ ଚାଉଳ ଠାରୁ ଭିନ୍ନ ଦିଶୁଥିବା ଏହି ଚାଉଳକୁ ନେଇ ବର୍ତମାନ ଅଞ୍ଚଳ ସାରା ଚର୍ଚ୍ଚା। ପୂର୍ବରୁ ପୂରା ସଫା ଚାଉଳ ଦିଆଯାଉଥିବା ବେଳେ ଏବେ କିନ୍ତୁ ଖାଉଟିଙ୍କ ଚାଉଳରେ ଏହି ମିଶ୍ରିତ ଚାଉଳ ଦେଖାଦେଇଛି। ଲୋକେ ଏହି ଚାଉଳକୁ ପଞ୍ଚାୟତ କାର୍ଯ୍ୟାଳୟରୁ ଘରକୁ ନେଇ ଆସିବା ପରେ ପ୍ଲାଷ୍ଟିକ ଚାଉଳ ବୋଲି ଖାଇବା ବନ୍ଦ କରିଦେଇଛନ୍ତି। ତେଣୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ଵାରା ଚାଉଳ ପ୍ରତି କିଲୋ ପିଛା ଧାର୍ଯ୍ୟ ମୂଲ୍ୟ ସିଧା ସଳଖ ହିତାଧିକାରୀଙ୍କ ବ୍ୟାଙ୍କ ପାସବୁକରେ ଜମା କରିବା ପାଇଁ ମଧ୍ୟ ଦାବି ଉଠିଛି। ତେବେ ଖାଉଟିଙ୍କ ଅଭିଯୋଗ ପରେ ଏହା ପ୍ଲାଷ୍ଟିକ ଚାଉଳ ନୁହେଁ। ଏହା ଭିଟାମିନ ଯୁକ୍ତ ଫର୍ଟିଫାଏଡ୍ ଚାଉଳ। ଶରୀରରେ ଆଇରନ ଅଭାବକୁ କମାଇବା ପାଇଁ ଯୋଗାଉଛନ୍ତି ସରକାର। ଲୋକେ ନଡରି ଏହାକୁ ଖାଇବା ପାଇଁ ବ୍ଲକ ଯୋଗାଣ ଅଧିକାରୀ ଜଗାରାମ ମୁର୍ମୁ ପରାମର୍ଶ ଦେଇଛନ୍ତି।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories