www.samajalive.in
Wednesday, November 19, 2025
29.1 C
Bhubaneswar

ଦୁଷ୍କର୍ମ ଅଭିଯୋଗରେ ୭୦ ବର୍ଷିଆ ବୃଦ୍ଧ କୋର୍ଟ ଚାଲାଣ

ଗୋପାଳପୁର: ଗୋଳନ୍ଥରା ଥାନା ଅଞ୍ଚଳରେ ଜଣେ ଅସହାୟ ଯୁବତୀଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ସାତ ମାସର ଗର୍ଭବତୀ କରିଥିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ଜଣେ ୭୦ ବର୍ଷୀୟ ବୃଦ୍ଧକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ବୃଦ୍ଧ ଜଣଙ୍କ ହେଲେ ବିଶ୍ୱନାଥପୁର ଗାଁର ମନୁ ନାଇକ। ସୂଚନା ଅନୁଯାଇ, ବିଶ୍ୱନାଥପୁର ଓଡ଼ିଆରପି କଲୋନୀର ଜଣେ ୨୬ ବର୍ଷୀୟ ଅସହାୟ ଯୁବତୀ ରହୁଥିବା ବେଳେ କିଛି ଦୂରରେ ମନୁ ରହୁଥିଲେ। ଯୁବତୀ ଜଣଙ୍କ ଏକୁଟିଆ ରହୁଥିବା ସୁଯୋଗ ନେଇ ମନୁ ତାଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇବା ସହ ବିବାହ କରିବେ ବୋଲି ପ୍ରତିଶୃତି ଦେଇ ଶାରୀରିକ ସମ୍ପର୍କ ସ୍ଥାପନ କରି ଆସୁଥିଲେ। ଯୁବତୀ ଜଣଙ୍କ ସାତ ମାସ ଗର୍ଭବତୀ ହେଲା ପରେ ମନୁ ବିବାହ କରିବାକୁ ପ୍ରତ୍ୟାଖାନ କରିଦେଇଥିଲେ। ଏ ନେଇ ସମ୍ପୃକ୍ତ ଯୁବତୀ ଜଣଙ୍କ ଗୋଳନ୍ଥରା ଥାନାରେ ଲିଖିତ ଅଭିଯୋଗ କରିବା ପାରେ ପୋଲିସ ଏତଲାକୁ ଭିତ୍ତି କରି ମନୁକୁ ଗିରଫ କରିବା ସହ ଆଜି ଉଭୟଙ୍କୁ ଡାକ୍ତରୀ ମଇନା କରାଯିବା ପରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି।

Hot this week

ମାରି​ଦେଲା ଚିପ୍ସ ପ୍ୟାକେଟ୍ ଖେଳନା

ବାଲିଗୁଡ଼ା: ଏମିତି ବି ଆସେ ମୃତ୍ୟୁ। ବାଲିଗୁଡା ବ୍ରାହ୍ମଣୀଗାଁ ଥାନା ତାଜୁଙ୍ଗିଆ...

ଶୀତ ଦିନେ ଗୁଡ ଖାଇଲେ ମିଳିବ ଅନେକ ଫାଇଦା

ସମାଜ ଲାଇଭ ଡ଼େସ୍କ : ଶୀତଦିନ ଆସିବା ସହିତ ଗୁଡ଼ ବଜାରରେ...

ଯୁବତୀଙ୍କୁ ପ୍ରେମ ପ୍ରତାରଣା; ବନ୍ଧା ହେଲେ ଏୟାର ଫୋର୍ସର ଯବାନ

ଭୁବନେଶ୍ବର: ମହଙ୍ଗା ପଡିଲା ଲଭ୍‌, ସେକ୍ସ ଆଉ ଧୋକା। ଯୁବତୀଙ୍କ ସହ...

ବିଷାକ୍ତ ପାଉଁଶ ବୋଝଇ ଟ୍ରକ ଦୁର୍ଘଟଣାରେ ବାବାଙ୍କ ମୃତ୍ୟୁ

ରେଢ଼ାଖୋଲ: ୫୫ ନଂ ଜାତୀୟ ରାଜପଥ ରେଢ଼ାଖୋଲ ଡାକ୍ତରଖାନା ଛକ ନିକଟରେ...

ବଢୁଛି ଭାଇରାଲ ସଂକ୍ରମଣ: କଣ କରିବେ

ସମାଜ ଡିଜିଟାଲ ଡେସ୍କ: ଆମ ଚାରିପାଖରେ ଅନେକ ଲୋକଙ୍କୁ ଦେଖିଛେ ଯେଉଁମାନେ...

Related Articles

Popular Categories