ଗୋପାଳପୁର: ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶାସନପଦର କଲ୍ୟାଣ ମଣ୍ଡପ ଠାରେ କଂଗ୍ରେସ ପକ୍ଷରୁ ପିସିସି ସଭ୍ୟ ଡ଼ ଶମ୍ଭୁ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ କର୍ମୀ ସମ୍ମିଳନୀ ସହ ମିଶ୍ରଣ ପର୍ଵ ଅନୁଷ୍ଠିତ ହୋଇଛି। ସଭା କାର୍ଯ୍ୟ ପୂର୍ବରୁ କଂଗ୍ରେସ କର୍ମୀଙ୍କ ପକ୍ଷରୁ ଗ୍ରାମରେ ପଦଯାତ୍ରା ଅନୁଷ୍ଠିତ ହେବା ସହ ଘରେ ଘରେ କଂଗ୍ରେସ, ଘରେ ଘରେ ହାତ କାର୍ଯ୍ୟକ୍ରମ କରାଯାଇ ବର୍ତ୍ତମାନ ପରିସ୍ଥିତିରେ କଂଗ୍ରେସ ହିଁ ବିକଳ୍ପ ବୋଲି ସାଧାରଣ ଜନତାଙ୍କୁ ବୁଝାଇବା ସହ ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀଙ୍କ ସଂଦେଶ ପ୍ରଚାର କରାଯାଇଥିଲା। ଏହି ଅବସରରେ ଡ଼ ପାଣିଗ୍ରାହୀ କଂଗ୍ରେସ ଦଳର ସଂଗଠନକୁ ଆହୁରି ସୁଦୃଢ କରିବା ପାଇଁ କର୍ମୀ ମାନଙ୍କୁ ଆହ୍ବାନ ଦେଇଥିଲେ। ଏହି ମିଶ୍ରଣ ପର୍ବରେ ଅନ୍ୟ ଦଳର କର୍ମୀମାନେ କଂଗ୍ରେସ ଦଳରେ ସାମିଲ ହୋଇଥିଲେ।
Popular Categories



