ବ୍ରହ୍ମପୁର : ଗୋଷାଣୀନୂଆଗାଁ ଥାନା ନୀଳକଣ୍ଠନଗରରେ ଘଟିଛି ଏକ ହତ୍ୟାକାଣ୍ଡ। ଜଣେ ମହିଳାଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିବା ନେଇ ଗୁରୁବାର ଖବର ମିଳିଛି। ମହିଳା ଜଣଙ୍କ ଘରକୁ ଫେରୁଥିବା ବେଳେ ପଛପଟୁ ତାଙ୍କ ମୁଣ୍ଡକୁ ପିଟିପିଟି ହତ୍ୟା କରାଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ମୃତ ମହିଳା ହେଲେ ସୌଦାମିନୀ ରଥ। ସେ ଶିଶୁ କଲ୍ୟାଣ ସମିତି ସଦସ୍ୟ ଥିବା ସୂଚନା ମିଳିଛି। ମହିଳାଙ୍କ ଡ୍ରାଇଭରକୁ ଅଟକ ରଖି ପୁଲିସ ପଚରାଉଚରା ଜାରି ରଖିଛି।
Popular Categories



