www.samajalive.in
Thursday, December 11, 2025
23.1 C
Bhubaneswar

୬୫ ହଜାର ପେଟ୍ରୋଲ୍‍ ପମ୍ପ ବାଣ୍ଟିବେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଦେଶର ବିଭିନ୍ନ ଅଞ୍ଚଳରେ ୬୫ ହଜାର ପେଟ୍ରୋଲ୍‍ ପମ୍ପ ବାଣ୍ଟିବେ କେନ୍ଦ୍ର ସରକାର। ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ୫ଟି ରାଜ୍ୟକୁ ବାଦ୍‍ ଦେଇ ଦେଶର ଅନ୍ୟ ସବୁ ଅଞ୍ଚଳରୁ ଡିଲରସିପ୍‍ ପାଇଁ ଆବେଦନ କରିବାକୁ ତୈଳ ବିତରଣ କମ୍ପାନୀ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ଏହାଦ୍ୱାରା ପ୍ରାୟ ୧୦ ହଜାର ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୃଷ୍ଟି ହୋଇପାରିବ ବୋଲି କୁହାଯାଉଛି। ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏଭଳି ନିଷ୍ପତ୍ତି ନେଇଥିବା କୁହାଯାଉଛି। ଗତ ୪ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଏତେ ବିପୁଳ ସଂଖ୍ୟକ ପେଟ୍ରୋଲ୍‍ ପମ୍ପ ଆବଣ୍ଟନ କରାଯାଉଛି।
ଅଭିଜ୍ଞ ସରକାରୀ ଓ କମ୍ପାନୀ ଅଧିକାରୀଙ୍କ କହିବା ଅନୁଯାୟୀ, ୬୫ ହଜାର ଆବେଦନ ମଧ୍ୟରୁ ମାତ୍ର ୧୫ରୁ ୨୦ ହଜାର ଡିଲରସିପ୍‍ ମିଳିପାରିବ। କାରଣ ଅନେକ ସମୟରେ ଜମି କିମ୍ବା ଅନ୍ୟାନ୍ୟ ସମସ୍ୟା ହେତୁ ପେଟ୍ରୋଲ୍‍ ପମ୍ପ ପାଇଁ ଏନ୍‍ଓସି ମିଳିପାରୁନାହିଁ। ଅପରପକ୍ଷରେ କେନ୍ଦ୍ର ତୈଳ ମନ୍ତ୍ରାଳୟର ଏଭଳି ନିଷ୍ପତ୍ତିକୁ ତୈଳ ବିକ୍ରେତା ସଂଗଠନ ପକ୍ଷରୁ ବିରୋଧ କରାଯାଇଛି। ଏବେ ହାରାହାରି ତୈଳ ବିକ୍ରି ପରିମାଣ ୧୭୦ କିଲୋ ଲିଟରରୁ ୧୪୦ କିଲୋ ଲିଟରକୁ ହ୍ରାସ ପାଇଥିବା ବେଳେ ଆହୁରି ଅଧିକ ଡିଲରସିପ୍‍ ଖୋଲିଲେ ସେମାନଙ୍କର ବିକ୍ରି ପରିମାଣ ହ୍ରାସ ପାଇବ ଓ କ୍ଷତି ବଢ଼ିବ ବୋଲି ସେମାନେ ଅଭିଯୋଗ କରିଛନ୍ତି।
ସରକାରୀ ସୂଚନା ଅନୁଯାୟୀ, ଏବେ ଦେଶରେ ୬୨, ୫୮୫ଟି ପେଟ୍ରୋଲ୍‍ ପମ୍ପ ରହିଛି। ସେଥିମଧ୍ୟରୁ ୬ ହଜାର ପେଟ୍ରୋଲ୍‍ ପମ୍ପ ଘରୋଇ ସଂସ୍ଥାଙ୍କ ଦ୍ୱାରା ପରିଚାଳିତ ହେଉଛି। ଇତିମଧ୍ୟରେ ଦେଶରେ ତୈଳ ଚାହିଦା ୫% ବୃଦ୍ଧି ପାଇଛି। ତେଣୁ ଅଧିକ ପେଟ୍ରୋଲ୍‍ ପମ୍ପ ଖୋଲିବାକୁ ନିଷ୍ପତ୍ତି ହୋଇଛି। ଚଳିତ ଥର ଆବେଦନକାରୀଙ୍କ ପାଇଁ କିଛି ସର୍ତ୍ତ କୋହଳ କରାଯାଇଛି। ପୂର୍ବରୁ ଡିଲରସିପ୍‍ ପାଇବାକୁ ହେଲେ ନିଜ ନାମରେ ଜମି ଏବଂ ସହରାଞ୍ଚଳ ପମ୍ପ ପାଇଁ ୨୫ ଲକ୍ଷ ଟଙ୍କା ଓ ଗ୍ର।।ମଞ୍ଚଳରେ ପମ୍ପ ପାଇଁ ୧୨ ଲକ୍ଷ ଟଙ୍କାର ବ୍ୟାଙ୍କ ଜମା ବାଧ୍ୟତାମୂଳକ କରାଯାଇଥିବା ବେଳେ ଏବେ ତାହା ଉଚ୍ଛେଦ କରାଯାଇଛି। ଜଣେ ବ୍ୟକ୍ତିଙ୍କ ନାମରେ ଜମି ନଥିଲେ ମଧ୍ୟ ଚୁକ୍ତି ଭିତ୍ତିରେ ସେ ଡିଲରସିପ୍‍ ପାଇପାରିବେ। ଆବେଦନକାରୀଙ୍କୁ ଅନ୍‍ଲାଇନ୍‍ରେ ଲଟେଟି ମାଧ୍ୟମରେ ଚୟନ କରାଯିବ। ତା’ ପରେ ସେମାନଙ୍କର ଅନ୍ୟାନ୍ୟ ଯୋଗ୍ୟତା ଯାଞ୍ଚ କରାଯିବ। ପୂର୍ବରୁ ଯୋଗ୍ୟତା ଯାଞ୍ଚ ପରେ ହିଁ ଆବେଦନକାରୀଙ୍କ ନାମ ଚୂଡ଼ାନ୍ତ ହେଉଥିଲା ଏବଂ ଲଟେରି ମାଧ୍ୟମରେ ଡିଲରସିପ୍‍ ଚୟନ କରାଯାଉଥିଲା।

Hot this week

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

ଦ୍ବିତୀୟ ଟି୨୦ ଆଜି; ୨-୦ ଲକ୍ଷ୍ୟରେ ଭାରତ

ନ୍ୟୁ ଚଣ୍ଡିଗଡ଼ : ନ୍ୟୁ ଚଣ୍ଡିଗଡ଼ ବା ମୁଲାନ୍‌ପୁର ଷ୍ଟାଡିୟମ୍‌ରେ କୌଣସି...

ରେଳ ଚଳାଚଳ ମାର୍ଗରେ ପୁନଃସଂଶୋଧନ

ଭୁବନେଶ୍ୱର : ଖୋର୍ଦ୍ଧା ରୋଡ ଡିଭିଜନ ଅନ୍ତର୍ଗତ ରାଜ ଆଠଗଡ଼ ଏବଂ...

ଗୃହରୁ ମିଳିଥିବା ୧୬,୫୦୦ ଟଙ୍କା ନେବାକୁ ହାତ ଟେକିଲେ ୧୨ ସଦସ୍ୟ

ପାକିସ୍ତାନ ନ୍ୟାସନାଲ ଆସେମ୍ବ୍ଲିରେ ଲଜ୍ଜାକର ଘଟଣା ଇସଲାମାବାଦ : ପାକିସ୍ତାନ ନ୍ୟାସନାଲ ଆସେମ୍ବ୍ଲିରେ...

ଦିଲ୍ଲୀ ବିସ୍ଫୋରଣ : ଆଉ ଜଣେ ଡାକ୍ତର ଗିରଫ

ନୂଆଦିଲ୍ଲୀ : ଦିଲ୍ଲୀ ଲାଲକିଲା ବିସ୍ଫୋରଣ ଘଟଣାରେ ଏନଆଇଏ ଜାମ୍ମୁ-କାଶ୍ମୀରର ବାରମୂଲାରୁ...

Related Articles

Popular Categories