www.samajalive.in
Friday, December 12, 2025
19.1 C
Bhubaneswar

ବିଜୟ ସହ ଅଭିଯାନ ଆରମ୍ଭ ଲକ୍ଷ୍ୟରେ ପାକିସ୍ତାନ

ହାଇଦରାବାଦ୍‌  : ଆଇସିସି ଦିନିକିଆ କ୍ରିକେଟ ବିଶ୍ବକପ ତ୍ରୟୋଦଶତମ ସଂସ୍କରଣର ଶୁକ୍ରବାର ଦ୍ବିତୀୟ ମ୍ୟାଚ ହାଇଦରାବାଦ୍‌ର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡ଼ିୟମରେ ନେଦରଲାଣ୍ଡସ ଓ ପାକିସ୍ତାନ ମଧ୍ୟରେ ଖେଳାଯିବ। ବାବର ଆଜାମଙ୍କ ନେତୃତ୍ବାଧିନ ୧୯୯୨ ଚମ୍ପିଆନ ପାକିସ୍ତାନ ବିଜୟ ସହ ବିଶ୍ବକପ ଅଭିଯାନ ଆରମ୍ଭ କରିବା ଲକ୍ଷ୍ୟ ରଖିଛି। ବ୍ୟାଟିଂରେ ଓପନର ଫକର ଜମାନଙ୍କ ସହ ଇମାନ ଉଲ୍‌ ହକ୍‌ ଓପନିଂ କରିବାର ସମ୍ଭାବନା ରହିଛି। ଏହାବାଦ୍‌ ବାବର ଆଜାମ, ମଧ୍ୟଭାଗରେ ଇଫ୍‌ତିକାର ଅହମ୍ମଦ, ମହମ୍ମଦ ରିଜ୍‌ୱାନ, ସୁଦ୍‌ ସକିଲ୍‌ ପ୍ରମୁଖ ରହିଛନ୍ତି। ଅଲରାଉଣ୍ଡର ଭାବେ ମହମ୍ମଦ ନୱାଦ, ଆଗା ଆସଲାମ, ସଦାବ ଖାନ ପ୍ରମୁଖ ଦାୟିତ୍ବ ତୁଲାଇବେ। ବାବର ଓ ରିଜ୍‌ୱାନ ଦଳର ବ୍ୟାଟିଂ ବିଭାଗରେ ମୁଖ୍ୟ ଅସ୍ତ୍ର। ଅଭ୍ୟାସ ମ୍ୟାଚରେ ବାବର ଓ ରିଜ୍‌ୱାନ ମଧ୍ୟ ଭଲ ବ୍ୟାଟିଂ ପ୍ରଦର୍ଶନ କରିଥିଲେ। ଦ୍ରୁତ ବୋଲିଂକୁ ନେଇ ବେଶ ଶକ୍ତିଶାଳୀ ମନେ କରାଯାଉଥିବା ପାକିସ୍ତାନ ବିଶ୍ବକପର ଦୁଇଟି ଅଭ୍ୟାସ ମ୍ୟାଚରେ ପରାଜିତ ହୋଇଥିବାରୁ ଦଳକୁ ଚିନ୍ତା ଘାରିଛିା ଉକ୍ତ ଦୁଇ ଅଭ୍ୟାସ ମ୍ୟାଚରେ ବୋଲରମାନେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲେ। ଦ୍ରୁତ ବୋଲିଂ ବିଭାଗରେ ସାହିନ୍‌ ସାହା ଆଫ୍ରିଦି, ଉସ୍‌ମା ଅଲ୍ଲୀ, ମହମ୍ମଦ ୱାସିମ, ହାରିସ ରୈଫ ପ୍ରମୁଖ ରହିଛନ୍ତି। ଦଳ ନେଦରଲାଣ୍ଡସ ବିପକ୍ଷରେ ଫେବରିଟ୍‌ ରହିଛି। ନେଦରଲାଣ୍ଡ୍‌ସକୁ ପରାସ୍ତ କରି ଦଳ ବିଶ୍ବକପରେ ଭଲ ଆରମ୍ଭ କରିବାର ମଧ୍ୟ ଲକ୍ଷ୍ୟ ରଖିଛି। ଅନ୍ୟପକ୍ଷରେ ପଞ୍ଚମ ଥର ପାଇଁ ଆଇସିସି ଦିନିକିଆ କ୍ରିକେଟ ବିଶ୍ବକପ ଖେଳିବାକୁ ଯାଉଛି ନେଦରଲାଣ୍ଡ୍‌ସ। ସ୍କଟ୍‌ ଇଡ୍‌ୱାର୍ଡସଙ୍କ ନେତୃତ୍ବାଧିନ ନେଦରଲାଣ୍ଡ୍‌ସ ଦଳରେ ୱାଲସି ବାରେସି, ମ୍ୟାକ୍ସ ଡି ଦାୱଦ, ବାସ୍‌ ଡି ଲିଡେ, ବିକ୍ରମଜିତ ସିଂହ ପ୍ରମୁଖ ବ୍ୟାଟିଂ ଭାର ସମ୍ଭାଳିବେ। ବୋଲିଂରେ ପଲ୍‌ ଭାନ ମିକ୍‌ରେନ, ଲୋଗାନ ଭାନ ବ୍ରିକ୍‌ ପ୍ରମୁଖ ରହିଛନ୍ତି। ପାକିସ୍ତାନ ତୁଳନାରେ ନେଦରଲାଣ୍ଡ୍‌ସ ଦୁର୍ବଳ ମନେ କରାଯାଉଥିଲେ ମଧ୍ୟ ଦଳ ବିପର୍ଯ୍ୟୟ ଘଟାଇବାକୁ ଚେଷ୍ଟା କରିବ। ନେଦରଲାଣ୍ଡ୍‌ସ ବିପକ୍ଷରେ ପାକିସ୍ତାନ ୨୦୨୨ -୨୩ରେ ଖେଳିଥିବା ଶେଷ ୫ଟି ମ୍ୟାଚରେ ବିଜୟୀ ହୋଇଛି।

Hot this week

ଗାଈ କଟାକୁ ନେଇ ଉତ୍ତେଜନା- ମାମଲା ରୁଜୁ

ଗୋପାଳପୁର - ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟସ୍ଥ ସୋରାବାଡି ଜଙ୍ଗଲରେ...

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

Related Articles

Popular Categories