www.samajalive.in
Monday, December 8, 2025
13.1 C
Bhubaneswar

ଅଗ୍ନି ବିପନ୍ନଙ୍କୁ ସହାୟତା ଦାବୀ କଲା ବ୍ଲକ କଂଗ୍ରେସ

ଧାମରା : ବାଂଶଡା ଥାନା ଅଧିନସ୍ଥ ଜଳଧରପୁର ଗ୍ରାମରେ ବିଦ୍ୟୁତ ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟି ଜଗନ୍ନାଥ ନାୟକଙ୍କ ଘର ସଂପୂର୍ଣ ପୋଡି ନଷ୍ଟ ହୋଇଯାଇଥିଲା। ଆଜି ଅଗ୍ନି ବିପନ୍ନଙ୍କ ଘରେ ଚାନ୍ଦବାଲି କଂଗ୍ରେସର ଏକ ଟିମ ପହଂଚି ଆର୍ଥିକ ସହାୟତା ରାଶି ପ୍ରଦାନ କରିଥିଲେ। ଏଥିସହ ଆଗାମୀ ଦିନରେ ସଂପୃକ୍ତ ବ୍ୟକ୍ତି ବିଶେଷଙ୍କୁ ଏକ ପ୍ରଧାନମନ୍ତ୍ରୀ ଆବାସରେ ଏକ ଘର ଯୋଗାଇ ଦେବାକୁ ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ନେତା ଦିଗମ୍ବର ଦାସ ,ସତ୍ୟାନନ୍ଦ ରାଉତ ଏବଂ ମନୋଜ ବିଶ୍ୱାଳ ପ୍ରମୁଖ ଦାବୀ ଜଣାଇବା ସହ ଭଦ୍ରକ ଜିଲ୍ଲାପାଳଙ୍କ ନିକଟରେ ମଧ୍ୟ ଦାବୀ ରଖିଛନ୍ତି। ଆଜିର ଏହି ଟିମରେ ଚାନ୍ଦବାଲି ବ୍ଲକ କଂଗ୍ରେସ ସଭାପତି ବୈଲୋଚନ ପଣ୍ଡା, ରମେଶ ନାୟକ,ଟିକିନା ନାୟକ, ମନୋଜ ବିଶ୍ୱାଳ, ସତ୍ୟାନନ୍ଦ ରାଉତ ଏବଂ ଦିଗମ୍ବର ଦାସ ପ୍ରମୁଖ ସାମିଲ ଥିବା ବେଳେ ଆଗାମୀ ଦିନରେ ସଂପୃକ୍ତ ଜଗନ୍ନାଥ ନାୟକଙ୍କୁ ସହାୟତା ପାଇଁ ଭଦ୍ରକ ଜିଲ୍ଲାପାଳଙ୍କ ଉଦେଶ୍ୟରେ ଏକ ଦାବୀପତ୍ର ମଧ୍ୟ ପ୍ରଦାନ କରିଛନ୍ତି।

 

Hot this week

ଜାଡ଼ରେ ଥରୁଛି ଓଡ଼ିଶା: ଘୁ.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁ ରାଜ୍ୟ ମଧ୍ୟକୁ ପ୍ରବାହ କରୁଛି।...

ଇଣ୍ଡିଗୋରେ ଅଚଳାବସ୍ଥା ଜାରି; ପୁଣି ୬୫୦ ବିମାନ ବାତିଲ

ନୂଆଦିଲ୍ଲୀ: ଦେଶର ସର୍ବବୃହତ ଘରୋଇ ଏୟାରଲାଇନ୍ସ କମ୍ପାନୀ ଇଣ୍ଡିଗୋରେ କ୍ରମାଗତ ୬ଷ୍ଠ...

ଆଖି ବୁଜିଲେ ପୀଡିତା ଛାତ୍ରୀ

ସମାଜ ଡିଜିଟାଲ ଡେସ୍କ: ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର...

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

Related Articles

Popular Categories