www.samajalive.in
Wednesday, December 10, 2025
26.1 C
Bhubaneswar

ପିତୃପକ୍ଷ ; କେଉଁ ପରିବା ଖାଇବା ଉଚିତ ଓ ଅନୁଚିତ୍‌‌..

ପିତୃପକ୍ଷ ୨୯ ସେପ୍ଟେମ୍ବରରୁ ଆରମ୍ଭ ହୋଇ ୧୪ ଅକ୍ଟୋବରରେ ଅମାବାସ୍ୟାରେ ଶେଷ ହେବ। ଏହି ସମୟରେ ପିତୃପକ୍ଷକୁ ଶାନ୍ତି ଓ ଖୁସି କରିବା ପାଇଁ ଅନେକ ଉପାୟ ଆପଣାଇ ଥାଆନ୍ତି। ଯାଦ୍ୱାରା ପିତୃପକ୍ଷ ଶାନ୍ତ ରହିଥାଆନ୍ତି। ଏହି ସମୟରେ ତର୍ପଣ, ପିଣ୍ଡଦାନ, ବ୍ରାହ୍ମଣ ଭୋଜନ, ଶ୍ରାଦ୍ଧ ଆଦି କରାଯାଏ। ମାତ୍ର ସଭିଏଁ ହୁଏତ ଜାଣି ନଥିବେ ଏହି ପିତୃପକ୍ଷ ସମୟରେ ଏପରି କିଛି ଖାଦ୍ୟ ରହିଛି, ଯାହାର ସେବନ କରିବା ଉଚିତ। ଜାଣନ୍ତୁ..
ପିତୃପକ୍ଷ ସମୟରେ ଭେଣ୍ଡି, କଦଳୀ, ଆଳୁ, କଖାରୁ ଓ ମୂଳା ଖାଇବା ଉଚିତ। ଏସବୁ ସେବନ କରିବା ଦ୍ୱାରା ପିତୃପକ୍ଷ ସନ୍ତୁଷ୍ଟ ରହି ଥାଆନ୍ତି। କମ୍‌‌ ତେଲର ମଧ୍ୟ ସେବନ କରିବା ଉଚିତ। ଏହି ସମୟରେ ଭେଣ୍ଡିର ସେବନ ନିଶ୍ଚୟ କରନ୍ତୁ।
ପିତୃପକ୍ଷ ସମୟରେ ପାଣି ଥିବା ପନିପରିବା ଖାଇବା ଉଚିତ ନୁହେଁ। ଅର୍ଥାତ୍‌‌ ଯେଉଁ ପନିପରିବା ପ୍ରସ୍ତୁତ କରିବା ସମୟରେ ପାଣି ଅଧିକ ନିର୍ଗତ ହୋଇଥାଏ, ତାହା ସେବନ କରିବା ଉଚିତ ନୁହେଁ। ଶାଗ, ଲାଉ ଆଦି ଖାଇବା ଉଚିତ ନୁହେଁ।
କଲରା ମଧ୍ୟ ସେବନ କରିବା ଉଚିତ ନୁହେଁ। ହେଙ୍ଗୁ ମଧ୍ୟ ଖାଇବା ଉଚିତ ନୁହେଁ। ମସଲା ମଧ୍ୟ କମ ପରିମାଣରେ ଖାଆନ୍ତୁ।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories