କାର୍ତ୍ତିକ ବ୍ରତ ପାଇଁ ପଞ୍ଜୀକରଣ ଆରମ୍ଭ, କେମିତି କରିବେ ଅନଲାଇନ ଆବେଦନ

ପୁରୀ: ସରକାରୀ ବ୍ୟବସ୍ଥାରେ ଶ୍ରୀକ୍ଷେତ୍ରରେ ରହି ହବିଷ ବ୍ରତ ପାଳନ ପାଇଁ ମଙ୍ଗଳବାରଠାରୁ ପଞ୍ଜୀକରଣ ଆରମ୍ଭ ହୋଇଛି। ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ସଞ୍ଚାର (ଅନ୍‌ଲାଇନ୍‌) ମାଧ୍ୟମରେ ୭୧ଜଣ ହବିଷ୍ୟାଳି ଦରଖାସ୍ତ କରିଛନ୍ତି। ୨୯ ତାରିଖରୁ ଆରମ୍ଭ ହେବ କାର୍ତ୍ତିକ ବ୍ରତ। ପଞ୍ଜିକୃତ ହବିଷ୍ୟାଳିଙ୍କୁ ସରକାରଙ୍କ ପକ୍ଷରୁ ମାଗଣାରେ କୋଠରି ଏବଂ ମହାପ୍ରସାଦ ଯୋଗାଇ ଦିଆଯିବ। ଏଥିପାଇଁ ନରେନ୍ଦ୍ର କୋଣ ବୃନ୍ଦାବତୀ ନିବାସ ସମେତ ବଗଲା ଧର୍ମଶାଳା, ପୁରୁଣା ମହିଳା କଲେଜ କୋଠା, ମୋଚିସାହି କଲ୍ୟାଣ ମଣ୍ଡପ ଏବଂ ବାଗେଡ଼ିଆ ଧର୍ମଶାଳାରେ ଆବଶ୍ୟକ ବ୍ୟବସ୍ଥା କରାଯିବ।

ହବିଷ୍ୟାଳିଙ୍କୁ ସୁରକ୍ଷା ମଧ୍ୟରେ ଶ୍ରୀଜଗନ୍ନାଥ ଦର୍ଶନ ବ୍ୟବସ୍ଥା କରାଯିବ। ଏହାଛଡ଼ା ହବିଷ୍ୟାଳି ଶିବିରଗୁଡ଼ିକରେ ରାଧା ଦାମୋଦର ପୂଜା, ଚଉରା ପୂଜା, ଆକାଶ ଦୀପ ସମେତ କାର୍ତ୍ତିକ ପୁରାଣ ପାଠ ଓ ପ୍ରବଚନ ଆୟୋଜନ କରାଯିବ। ଶିବିରଗୁଡ଼ିକରେ ଆଶୁ ଚିକିତ୍ସା, ସୁରକ୍ଷା, ପାନୀୟଜଳ ଯୋଗାଣ ଏବଂ ଅଗ୍ନିଶମ ବ୍ୟବସ୍ଥା ପାଇଁ ନିର୍ଦେଶ ଦିଆଯାଇଛି। ସଞ୍ଚାର ମାଧ୍ୟମରେ ଚଳିତ ମାସ ୩ରୁ ୨୦ ତାରିଖ ପର୍ଯ୍ୟନ୍ତ ପଞ୍ଜୀକରଣ କରାଯାଉଛି। ଏତଦ୍‌ବ୍ୟତୀତ ନିଜ ଜିଲାର ଜିଲାପାଳଙ୍କ କାର୍ଯ୍ୟାଳୟ ମାଧ୍ୟମରେ ହବିଷ୍ୟାଳିମାନେ ଏଥିପାଇଁ ଆବେଦନ କରିପାରିବେ।

କେମିତି କରିବେ ଅନଲାଇନ ଆବେଦନ –
୧. ପ୍ରଥମେ ଏହି ୨ଟି ଲିଙ୍କରୁ ଯେକୌଣସି ଗୋଟିଏ ଲିଙ୍କରେ କ୍ଲିକ କରନ୍ତୁ

https://edistrict.odisha.gov.in/serviceLink.html?serviceToken=C8Us0W8tbL

http://bit.ly/habishyali

୨. ଏହା ପରେ ‘Register Yourself’ରେ କ୍ଲିକ କରନ୍ତୁ ଓ ପଞ୍ଜିକରଣ କରନ୍ତୁ
୩. ଏଥିରେ ନିଜ ନାମ, ଇମେଲ ଆଇଡି, ମୋବାଇଲ ନମ୍ବର ଓ ରାଜ୍ୟର ନାମ ଦିଅନ୍ତୁ ଓ ପାସୱାର୍ଡ଼ ସୃଷ୍ଟି କରନ୍ତୁ
୪. ଏହା ପରେ ‘Apply For Service’ରେ କ୍ଲିକ କରନ୍ତୁ ଓ ନିମ୍ନଲିଖିତ ତଥ୍ୟ ପୁରାଣ କରନ୍ତୁ
– ଦରଖାସ୍ତ କାରୀଙ୍କ ନାମ
– ପିତା / ସ୍ଵାମୀଙ୍କ ନାମ
– ଆବେଦନକାରୀଙ୍କ ଫଟୋ
– ଫୋନ/ ମୋବାଇଲ ନମ୍ବର
– ଜରୁରୀକାଳିନ ପରିସ୍ଥିତି ସମୟରେ ସମ୍ପର୍କୀୟଙ୍କ ମୋବାଇଲ ଫୋନ ନମ୍ବର
– ବୟସ
– ରକ୍ତ ଗୋଷ୍ଠୀ
– ଇ ମେଲ
– ରାଜ୍ୟ
– ଜିଲ୍ଲା
– ବ୍ଲକ
– ଗାଁ
– ଥାନା
– ପିନ୍
– ବର୍ତ୍ତମାନର ଠିକଣା
– ସ୍ୱାସ୍ଥ୍ୟ ଅବସ୍ଥା (ଅତି ବରିଷ୍ଠ ନାଗରିକ ( ୮୦ କିମ୍ବା ଊର୍ଦ୍ଧ ), ମଧୁମେହ, ଉଚ୍ଚ ରକ୍ତଚାପ, ହୃଦୟ ସମସ୍ୟା, କିଡନୀ ସମସ୍ୟା, କର୍କଟ, ଅନ୍ୟ ବେମାରି, କୌଣସି ରୋଗ ନାହିଁ)
୫ – ଶେଷରେ ଏହି ଘୋଷଣାନାମାରେ କ୍ଲିକ କରନ୍ତୁ – (ମୁଁ ଏତଦ୍ୱାରା ଘୋଷଣା କରୁଅଛି ମୁଁ ସରକାରଙ୍କ ଦ୍ଵାରା ପୁରୀ ହବିଷ୍ୟାଳିଙ୍କ ନିମନ୍ତେ ବ୍ୟବସ୍ଥା କରାଯାଇଥିବା ଆଶ୍ରୟ ସ୍ଥଳୀରେ ରହିବା ପାଇଁ ଶାରୀରିକ ସ୍ତରରେ ସମ୍ପୂର୍ଣ ସୁସ୍ଥ ଅଟେ ଓ ମୋ ଦ୍ଵାରା ଦିଆଯାଇଥିବା ଉପରୋକ୍ତ ସୂଚନା ମୋ ଜ୍ଞାତ ମତେ ସତ୍ୟ ଅଟେ । ଉପରୋକ୍ତ ଫର୍ମରେ ଦେଇଥିବା କୌଣସି ବିବରଣୀ ଅସତ୍ୟ ହୋଇଥିଲେ ଏଥିପାଇଁ ମୁଁ ସମ୍ପୂର୍ଣ ଦାୟୀ ରହିବି ଏବଂ ଅଯୋଗ୍ୟ ବୋଲି ବିବେଚିତ ହେବି ।)

Comments are closed.