www.samajalive.in
Monday, December 8, 2025
17.1 C
Bhubaneswar

ବିଦ୍ୟାଳୟରୁ ଏମଡିଏମ ଚାଉଳ ଚୋରି

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ରାଧାନଗର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ଗତ ମଙ୍ଗଳବାର ବିଳମ୍ବିତ ରାତିରେ ୯ କ୍ୟୁଣ୍ଟାଲ ମଧ୍ୟାହ୍ନ ଭୋଜନ ଚାଉଳ ଚୋରି ହୋଇ ଥିବାର ସୂଚନା ମିଳିଛି। ଆଜି ସକାଳ ୯ଘଣ୍ଟା ସମୟରେ ଗ୍ରାମର କିଛି ଲୋକ ସ୍କୁଲ ପାଚେରୀ କଡରେ ଚାଉଳ ବସ୍ତା ଓ ଚାଉଳ ପଡିଥିବାର ଦେଖିବାକୁ ପାଇଥିଲେ। ଗ୍ରାମର ଏସଏଜି ମହିଳା ଗ୍ରୁପ ରନ୍ଧା ଖାଦ୍ୟର ଦାୟିତ୍ୱ ତୁଳାଉ ଥିବାରୁ ଖବର ପାଇଁ ଘଟଣା ସ୍ଥଳରେ ପହଂଚି ଥିଲେ ଓ ଗେଟର ତାଲା ଭାଙ୍ଗିବା ସହ ଗୋଦାମ ଘର ତାଲା ଭାଙ୍ଗି ଦୁର୍ବୁତ୍ତ ମାନେ ଚାଉଳ ଚୋରି କରିଥିବାର ଦେଖିବାକୁ ପାଇଥିଲେ। ସଙ୍ଗେସଙ୍ଗେ ପ୍ରଧାନ ଶିକ୍ଷକକୁ ଖବର ଦେବା ସହ ୧୧୨ କୁ ଫୋନ କରି ଜଣାଇଥିଲେ । ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଂଚି ଥିଲା ଓ ଥାନାରେ ଲିଖିତ ଅଭିଯୋଗ କରିବା ପାଇଁ କହିଥିଲା। ସ୍କୁଲର ପ୍ରଧାନ ଶିକ୍ଷକ ବିସିକେଶନ ବେହେରା ବୌଦ୍ଧ ଥାନାରେ ଲିଖିତ ଅଭିଯୋଗ ପରେ ଘଟଣା ସ୍ଥଳରେ ପୁଲିସ ପହଂଚି ତଦନ୍ତ କରି ଥିଲା।  ଗୋଟିଏ ମାସର ଚାଉଳ ଦେବା ବଦଳରେ ଏକ ସାଙ୍ଗରେ ୮ ରୁ ୧୦ମାସର ଚାଉଳ ଷ୍ଟକ ଦିଆ ଯାଉଥିବାରୁ ଚୋରର ଲୋଲୁପ ଦୃଷ୍ଟି ପଡି ଚୋରି ହେଉଥିବାର କୁହାଯାଉଛି । ଅଧିକ ଦିନ ଚାଉଳ ଷ୍ଟକ ରହୁ ଥିବାରୁ ଚାଉଳରେ ପୋକ ଲାଗି ଯାଉଛି ଏହି ପୋକରା ଚାଉଳକୁ ଛାତ୍ରଛାତ୍ରୀ ଖାଉଥିବାର ଅଭିଭାବକ ମାନଙ୍କର ଅଭିଯୋଗ ହେଉଛି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories