www.samajalive.in
Tuesday, December 9, 2025
16.1 C
Bhubaneswar

ଆଇଏମ୍‍ଡିର ନୂଆ ଜ୍ଞାନକୌଶଳ: ଆଗୁଆ ଆକଳନ ହେବ ନଦୀ ଓ ଜଳ ଭଣ୍ଡାରର ଜଳସ୍ତର

ନୂଆଦିଲ୍ଲୀ : ନଦୀ ଓ ଜଳ ଭଣ୍ଡାରର ଜଳସ୍ତର ଆକଳନ କରିବା ପାଇଁ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଏକ ନୂଆ ଜ୍ଞାନକୌଶଳର ବିକାଶ କରିଛି। ଆଇଏମ୍‍ଡି ମହାନିର୍ଦେଶକ କେଜେ ରମେଶ କହିଛନ୍ତି ଯେ ଏହି ଜ୍ଞାନକୌଶଳ ଦ୍ୱାରା ବର୍ଷା ପ୍ରଭାବରେ ନଦୀ ଓ ଜଳଭଣ୍ଡାରର ଜଳସ୍ତର କେତେ ବୃଦ୍ଧି ପାଇବ ତାକୁ ଆକଳନ କରାଯାଇପାରିବ। ଏହି ଜ୍ଞାନକୌଶଳର ନାମ ରହିଛି ‘ଇମ୍ପାକ୍ଟ ବେସଡ୍‍ ଫରକାଷ୍ଟିଂ ଆପ୍ରୋଚ’। ଏହାଦ୍ୱାରା ସରକାର ବର୍ଷାଜନିତ ବନ୍ୟା କ୍ଷତିକୁ ରୋକିବା ଲାଗି ଆଗୁଆ ପଦକ୍ଷେପ ନେଇପାରିବେ। ଅଗଷ୍ଟ ୨୧ରେ କେରଳରେ ପ୍ରଳୟଙ୍କରୀ ବନ୍ୟା ଦେଖାଯାଇ ୫୦୦ ଲୋକ ପ୍ରାଣ ହରାଇବା ସହିତ ଲକ୍ଷାଧିକ ଲୋକ ପ୍ରଭାବିତ ହୋଇଥିଲେ। ବନ୍ୟାରେ ୪୦,୦୦୦କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିଲା। ଏହାକୁ ନେଇ ମୁଖ୍ୟମନ୍ତ୍ରୀ ପିନାରାଇ ବିଜନ ରାଜ୍ୟ ବିଧାନସଭାରେ ପ୍ରଶ୍ନ ଉଠାଇଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଆଇଏମଡି ବର୍ଷା ଆକଳନ କରିବାରେ ବିଫଳ ହୋଇଛି। ଫଳରେ ସରକାର ଆଗୁଆ ପଦକ୍ଷେପ ନେବାରେ ବିଫଳ ହୋଇଛି। ଆଇଏମଡି ଆକଳନ କରିଥିଲା ଯେ ଅଗଷ୍ଟ ୯ରୁ ୧୫ ତାରିଖ ଯାଏ କେରଳରେ ୯୮.୫ ମିମି ବର୍ଷା ହେବ। ତେବେ ଏହି ସମୟରେ ରାଜ୍ୟରେ ୩୫୨.୨ ମିମି ବର୍ଷା ହୋଇଥିଲା। ପ୍ରବଳ ବର୍ଷା ଯୋଗୁଁ କେରଳର ନଦୀରେ ଜଳ ପତ୍ତନ ବୃଦ୍ଧି ପାଇ ବନ୍ୟା ଦେଖାଯାଇଥିଲା।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories