www.samajalive.in
Wednesday, December 10, 2025
26.1 C
Bhubaneswar

ପୁରୁଷ ହକି – ସିଙ୍ଗାପୁର ବିପକ୍ଷରେ ଭାରତର ବିପୁଳ ବିଜୟ

ହ୍ବାଙ୍ଗଝୋ: ଏସୀୟ କ୍ରୀଡ଼ାର ପୁରୁଷ ହକି ବିଭାଗରେ ଭାରତୀୟ ଦଳ ନିଜ ପ୍ରଭାବୀ ପ୍ରଦର୍ଶନ ଜାରି ରଖିଛି। ମଙ୍ଗଳବାର ଖେଳାଯାଇଥିବା ଏକ ମ୍ୟାଚ୍‌ରେ ଭାରତୀୟ ଦଳ ୧୬-୧ ଗୋଲ୍‌ରେ ସିଙ୍ଗାପୁରକୁ ପରାସ୍ତ କରିଥିଲା। ଦୁର୍ବଳ ସିଙ୍ଗାପୁର ଦଳ ବିପକ୍ଷରେ ଭାରତ ମୂଳରୁ ଆକ୍ରମଣାତ୍ମକ ପ୍ରଦର୍ଶନ କରିଥିଲା। ଭାରତ ତରଫରୁ ହରମନପ୍ରୀତ ସିଂହ ୨୪, ୩୯, ୪୦ ଓ ୪୨ ମିନିଟ୍‌ରେ ଗୋଲ୍‌ ସ୍କୋର କରିଥିଲେ। ସେହିପରି ମନଦୀପ ସିଂହ ୧୨, ୩୦ ଓ ୫୧ ମିନିଟ୍‌ରେ ଗୋଲ୍‌ ଦେଇଥିବା ବେଳେ ଅଭିଷେକ ୨ଟି, ବରୁଣ କୁମାର ୨ଟି ଗୋଲ୍‌ ସ୍କୋର କରିଥିଲେ। ଲଳିତ କୁମାର ଉପାଧ୍ୟୟ ୧୬ତମ, ଗୁରଜାଣ୍ଟ ସିଂହ ୨୨ତମ, ବିବେକ ସାଗର ପ୍ରସାଦ ୨୩ତମ, ମନପ୍ରୀତ ସିଂହ ୩୭ତମ ଓ ସମଶେର୍‌ ସିଂହ ୩୮ତମ ମିନିଟ୍‌ରେ ଗୋଟିଏ ଲେଖାଏଁ ଗୋଲ୍‌ ସ୍କୋର କରିଥିଲେ। ପ୍ରଥମ କ୍ବାର୍ଟରରେ ଭାରତକୁ ଏକାଧିକ ପେନାଲ୍‌ଟି କର୍ଣ୍ଣର ମିଳିଥିଲେ ସୁଦ୍ଧା ଦଳ କାହାରିକୁ ଗୋଲ୍‌ରେ ପରିବର୍ତ୍ତିତ କରିପାରିନଥିଲା। ଦ୍ବିତୀୟ କ୍ବାର୍ଟରରେ ଭାରତୀୟ ଦଳ ୫ଟି ଗୋଲ୍‌ ଦେଇଥିଲା।

ତୃତୀୟ କ୍ବାର୍ଟରରେ ଭାରତ ୪ଟି ଗୋଲ୍‌ ଦେଇଥିଲା। ୫୩ ମିନିଟ୍‌ରେ ସିଙ୍ଗାପୁର ତରଫରୁ ଜୁକି ଜୁଲକରନେନ୍‌ ଏକମାତ୍ର ଗୋଲ୍‌ ସ୍କୋର କରିଥିବା ବେଳେ ଖେଳର ଶେଷ ବେଳକୁ ଭାରତୀୟ ଦଳ ଦୁଇଟି ଗୋଲ୍‌ ସ୍କୋର କରିଥିଲା। ଏହି ମ୍ୟାଚ୍‌ରେ ଭାରତକୁ ୨୨ଟି ପେନାଲ୍‌ଟି କର୍ଣ୍ଣର ମିଳିଥିବା ବେଳେ ସେଥିମଧ୍ୟରୁ ୮ଟିକୁ ଗୋଲ୍‌ରେ ପରିଣତ କରିବାକୁ ସକ୍ଷମ ହୋଇଥିଲେ ଭାରତୀୟ ଖେଳାଳି। ଭାରତ ନିଜର ପରବର୍ତ୍ତୀ ମ୍ୟାଚ୍‌ ଗତଥରର ଏସୀୟ ଚମ୍ପିଆନ୍‌ ଜାପାନ ବିପକ୍ଷରେ ଖେଳିବ।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories