www.samajalive.in
Tuesday, December 9, 2025
15.1 C
Bhubaneswar

୧୫ଦଫା ଦାବୀ ନେଇ ସିପିଆଇଏମର ବିକ୍ଷୋଭ

ଗଞ୍ଜାମ: ଭାରତୀୟ କମ୍ୟୁନିଷ୍ଟ ପାର୍ଟି(ମାର୍କ୍ସବାଦୀ) ଗଞ୍ଜାମ ଆଞ୍ଚଳିକ କମିଟି ପକ୍ଷରୁ ୧୫ ଦଫା ଦାବୀ ନେଇ ଶୁକ୍ରବାର ହୁମାଠାରୁ ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ପଦଯାତ୍ରା ଓ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି। ହୁମାଠାରୁ ଦଳୀୟ କର୍ମୀ ଓ ନେତାମାନେ ବିରାଟ ଶୋଭାଯାତ୍ରାରେ ପଦଯାତ୍ରା କରି ଗଞ୍ଜାମ ସହର ପରିକ୍ରମା କରିଥିଲେ। ପରେ ବ୍ଲକ କାର୍ଯ୍ୟାଳୟ ଆଗରେ ଏକ ସଭା ଆଞ୍ଚଳିକ କମିଟି ସମ୍ପାଦକ ଦିଲୀପ ଛୋଟରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ରାଜ୍ୟ ସମ୍ପାଦକ ଅଳି କିଶୋର ପଟ୍ଟନାୟକ ଯୋଗ ଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନମାରଣ ନୀତିକୁ ତୀବ୍ର ସମାଲୋଚନା କରିଥିଲେ। ସେହି ୧୫ ଦଫା ଦାବୀଗୁଡିକ ମଧ୍ୟରେ ଦଖଲରେ ଥିବା ଜମି ଓ ଘର ପଟ୍ଟା ପ୍ରଦାନ କରିବା, ଲୁଣ ଚାଷ ଜମି ଫେରାଇବା ଓ କାର୍ଯ୍ୟକ୍ଷମ, ମତ୍ସଜୀବୀଙ୍କୁ ଆବାସ ଯୋଜନାରେ ଗୃହ ପ୍ରଦାନ, ଜୀବିକା ପାଇଁ ମାଗଣାରେ ଜାଲ ଓ ଡଙ୍ଗା, ସମସ୍ତ ବର୍ଗର କୃଷକଙ୍କୁ କାଳିଆ ଯୋଜନାରେ ସାମିଲ, ମୁଲିଆଙ୍କୁ ୨୦୦ ଦିନର କାମ ଏବଂ ୬୦୦ ଟଙ୍କା ମଜୁରୀ ପ୍ରଦାନ ବିଧବା ଭତ୍ତା ୩ ହଜାର ଟଙ୍କା ବୃଦ୍ଧି, ଖାଲି ପଡ଼ିଥିବା ଶିକ୍ଷକ ପଦବୀ ପୂରଣ କରିବା ଅନ୍ୟାନ ଆଦି ଦାବୀ ଉପସ୍ଥାପନା କରିଥିଲେ। ଏହି ପଦଯାତ୍ରାରେ ସିପିଆଇଏମ ଜିଲ୍ଲା ସମ୍ପାଦକ ଯୁଧିଷ୍ଠିର ବେହେରା, ବରିଷ୍ଠ ନେତା ରାମଚନ୍ଦ୍ର ନାୟକ, କୈଳାଶ ଷଢଙ୍ଗୀ, ଖଲି ସ୍ୱାଇଁ, ଦଣ୍ଡପାଣି ମହାପାତ୍ର, ଅଜୟ ଗୌଡ଼, ଜିଲ୍ଲା ସଭାପତି ତ୍ରିଲୋଚନ ପ୍ରଧାନ, ସମ୍ପାଦକ ଅଜିତ ପାଣିଗ୍ରାହୀ, ବୈରାଗୀ ବେହେରା, ସୁଜିତ ବେହେରା, ସତୀଶ ସ୍ୱାଇଁ, ଶ୍ରୀଧର ସ୍ୱାଇଁ, ଗଙ୍ଗାଧର ରେଡି, ମୀନତି ସ୍ୱାଇଁ, ଗାୟତ୍ରୀ ଗୌଡ଼, ନରହରି ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଏହି ବିଶାଳ ସମାବେଶରେ ହଜାରରୁ ଊର୍ଦ୍ଧ୍ବ ମହିଳା ଓ ପୁରୁଷ କର୍ମୀ ସାମିଲ ଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories