www.samajalive.in
Monday, December 8, 2025
13.1 C
Bhubaneswar

ଆତଙ୍କବାଦୀ ହତ୍ୟାଘଟଣାରେ କନାଡା ଭାରତୀୟ କୂଟନୀତିଜ୍ଞଙ୍କୁ ବହିଷ୍କାର କଲା, ଏପରି କଡା ଜବାବ ଦେଲା ଭାରତ

ନୂଆଦିଲ୍ଲୀ – କାନାଡାରେ ଜଣେ ଖାଲିସ୍ତାନୀ ଆତଙ୍କବାଦୀର ହତ୍ୟା ଘଟଣାରେ ଭାରତୀୟ କୂଟନୀତିଜ୍ଞଙ୍କୁ କନାଡାରୁ ବହିଷ୍କାର କରାଯାଇଛି । ଏହାର କଡା ଜବା ଭାରତ ଦେଇଛି । କାନାଡାର କୂଟନୀତିଜ୍ଞଙ୍କୁ ୫ ଦିନ ମଧ୍ୟରେ ଭାରତ ଛାଡିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଭାରତ ବିରୋଧୀ କାର୍ଯ୍ୟକଳାପ ପାଇଁ ତାଙ୍କୁ ଭାରତ ଛାଡିବା ପାଇଁ ନିର୍ଦେଶ ଦିଆଯାଇଛି ।

ଭାରତ ବିରୋଧରେ ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବା ଖାଲସ୍ତାନୀ ନେତା ହରଦୀପ ସିଂହ ନିଜ୍ଜରକୁ ହତ୍ୟା କରାଯାଇଥିଲା । ଏଥିରେ ଭାରତର ହାତ ଥିବା କଥା କନାଡାର କେତକ ନେତା ଅଭିଯୋଗ କରିଥିଲେ . ଭାରତୀୟ ଏଜେଣ୍ଟମାନେ ଏହି ଆତଙ୍କବାଦୀକୁ ହତ୍ୟା କରିଥିବା କଥା ସେମାନେ କହିଥିଲେ । ଏଥିପାଇଁ ଭାରତୀୟ କୂଟନୀତିଜ୍ଞଙ୍କୁ କାନାଡା ବହିଷ୍କାର କରିଥିଲା । କନାଡାର ବୈଦେଶିକ ମନ୍ତ୍ରାଳୟ ଏବଂ ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡ୍‌ ମଧ୍ୟ ଭାରତ ବିରୋଧି ମନ୍ତବ୍ୟ ଦେଇଥିଲେ । ମାତ୍ର ଭାରତ ପକ୍ଷରୁ ଏହାକୁ ଖଣ୍ଡନ କରାଯାଇଥିଲା ।

- Advertisement -

ହରଦୀପ ସିଂ ଭାରତ ବିରଧି ହିଂସାରେ ସାମିଲ ଥିଲା । ସେ କନାଡା ସରକାରଙ୍କ ଛତ୍ରଛାୟାରେ କାନାଡାରେ ରହୁଥିଲା । ଭାରତର ମୋଷ୍ଟ ଓ୍ୱାଣ୍ଟେଡ୍‌ ତାଲିକାରେ ତା ନାଥିଲା । ହରଦୀପ ସିଂକୁ ଧରିବା ପାଇଁ ୧୦ ଲକ୍ଷ ଟଙ୍କା ପୁରସ୍କାର ଘୋଣଷା କରାଯାଇଥିଲା । ୨୦୨୨ ମସିହାରେ ହରଦୀପ ସିଂ ପଞ୍ଜାବର ଜଳନ୍ଧରରେ ଜଣେ ହିନ୍ଦୁ ପୂଜକଙ୍କ ହତ୍ୟା ଘଟଣାରେ ସାମିଲ ଥିଲା . ସେ ଖାଲିସ୍ତାନ ଟାଇଇଗର ଫୋର୍ସ ନାମକ ଆତହ୍କବାଦ ସଙ୍ଗଠନ କରିଥିଲା ।
ଭାରତର କୂଟନୀତିଜ୍ଞଙ୍କ ବହିଷ୍କାର ଘଟଣାରେ ଭାରତରେ ଥିବା କାନାଡାର ହାଇକମିଶନରଙ୍କୁ ଜବାବ ମାଗି ସହ ତାଙ୍କର ବରିଷ୍ଠ କୂଟନୀତିଜ୍ଞଙ୍କୁ ଭାରତ ଛାଡିବା ପାଇଁ ନିର୍ଦେଶ ଦିଆଯାଇଛି ।

Hot this week

ଜାଡ଼ରେ ଥରୁଛି ଓଡ଼ିଶା: ଘୁ.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁ ରାଜ୍ୟ ମଧ୍ୟକୁ ପ୍ରବାହ କରୁଛି।...

ଇଣ୍ଡିଗୋରେ ଅଚଳାବସ୍ଥା ଜାରି; ପୁଣି ୬୫୦ ବିମାନ ବାତିଲ

ନୂଆଦିଲ୍ଲୀ: ଦେଶର ସର୍ବବୃହତ ଘରୋଇ ଏୟାରଲାଇନ୍ସ କମ୍ପାନୀ ଇଣ୍ଡିଗୋରେ କ୍ରମାଗତ ୬ଷ୍ଠ...

ଆଖି ବୁଜିଲେ ପୀଡିତା ଛାତ୍ରୀ

ସମାଜ ଡିଜିଟାଲ ଡେସ୍କ: ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର...

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

Related Articles

Popular Categories