www.samajalive.in
Tuesday, December 9, 2025
17.1 C
Bhubaneswar

ପୁଲିସ ହାଇସ୍କୁଲରେ ହିନ୍ଦୀ ଦିବସ ସମାରୋହ

କଟକ :  ବକ୍ସିବଜାରସ୍ଥିତ ଓଡିଶା ପୁଲିସ ହାଇସ୍କୁଲ ପରିସରରେ ଗୁରୁବାର ପ୍ରଧାନ ଶିକ୍ଷୟତ୍ରୀ ମମତା କରଙ୍କ ପୌରୋହିତ୍ୟରେ ହିନ୍ଦୀ ଦିବସ ସମାରୋହ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ହିନ୍ଦୀ ଶିକ୍ଷକ ଶେଖ ଜହୁରୁଦ୍ଦିନ ସମାରୋହର ଆଭିମୁଖ୍ୟ ତଥା ଅତିଥି ପରିଚୟ ପ୍ରଦାନ କରି କହିଲେ ଯେ, ଭାରତୀୟ ସମ୍ବିଧାନ ସଭାରେ ହିନ୍ଦୀ ଭାଷାକୁ ରାଜଭାଷା ତଥା ରାଷ୍ଟ୍ରଭାଷା ରୂପେ ୧୯୪୯ ମସିହା ସେପ୍ଟେମ୍ବର ୧୪ ତାରିଖରେ ସ୍ଵୀକାର କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଏହା ପରେ ପରେ ପ୍ରତ୍ୟେକ ସ୍ତରରେ ହିନ୍ଦୀର ପ୍ରଚାର ପ୍ରସାର ପାଇଁ ରାଷ୍ଟ୍ରଭାଷା ପ୍ରଚାର ସମିତି, ୱାର୍ଦ୍ଧାର ଅନୁରୋଧ କ୍ରମେ ୧୯୫୩ ମସିହାରୁ ସମଗ୍ର ଭାରତରେ ସେପ୍ଟେମ୍ବର ୧୪ ତାରିଖକୁ ହିନ୍ଦୀ ଦିବସ ରୂପେ ପାଳନ କରାଯାଉଛି । ବର୍ତ୍ତମାନ ପ୍ରଯୁକ୍ତି ଯୁଗରେ ହିନ୍ଦୀ ଭାଷାର ଗୁରୁତ୍ଵ ଆହେତୁକ ବୃଦ୍ଧି ପାଇଥିବାରୁ ସମଗ୍ର ଦେଶବାସୀ ତଥା ଛାତ୍ର ଛାତ୍ରୀ ଏହାର ଜ୍ଞାନ ଓ ପ୍ରୟୋଗ ଉପରେ ଯତ୍ନବାନ ହେବାକୁ ଶିକ୍ଷକ ଶେଖ ଜହୁରୁଦ୍ଦିନ ନିବେଦନ କରିଥିଲେ। ଏହି ସମାରୋହରେ ବିଶିଷ୍ଟ ସମାଜସେବୀ ତଥା ହିନ୍ଦୀ ପ୍ରେମୀ ଶିକ୍ଷାବିତ ସରୋଜ କୁମାର ଶତପଥୀ ଯୋଗଦାନ କରି ହିନ୍ଦୀ ଭାଷାର ଇତିହାସ ତଥା ଭାରତୀୟ ସାହିତ୍ୟ ସଂସ୍କୃତିରେ ଏହାର ଉପଯୋଗ ବିଷୟରେ ପ୍ରକାଶ କରିଥିଲେ। ଛାତ୍ରଛାତ୍ରୀ ମାନଙ୍କୁ ଧ୍ୟାନ ମଗ୍ନ ହୋଇ ଶିକ୍ଷା ଗ୍ରହଣ କରି ଦେଶର ପ୍ରଗତିରେ ଅଂଶଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ। ଶ୍ରୀମତୀ ସାଗରିକା ନନ୍ଦ, ଦିଲ୍ଲୀପ କୁମାର ପରିଡା ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ପ୍ରାରମ୍ଭରେ ବିଦ୍ୟାଳୟର ଛାତ୍ରୀ ମାମାଲି ଭୋଇ, ମେହେକ, ଖୁସବୁ, ଜଏନବ ଓ ସଞ୍ଜୁକ୍ତା ରାଷ୍ଟ୍ରଗୀତ ଗାନ କରିଥିଲେ। ଛାତ୍ର ଅମିତ କୁମାର ମହାନ୍ତିଙ୍କୁ ମୁଖ୍ୟ ଅତିଥି ପୁରସ୍କୃତ କରିଥିଲେ। ବିଦ୍ୟାଳୟର ଶିକ୍ଷୟତ୍ରୀ ଅମିତା ପ୍ରାଜ୍ଞା ପଣ୍ଡା ସଭା ପରିଚାଳନା ସହ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories