www.samajalive.in
Monday, December 8, 2025
17.1 C
Bhubaneswar

ସାତ ଦିନ ହେଲା ସମୂହ ଛୁଟିରେ ପ୍ରାଥମିକ ଶିକ୍ଷକ : ବିଦ୍ୟାଳୟ ବନ୍ଦ, ପାଠପଢା ଠପ୍

ହରଭଙ୍ଗା : ରାଜ୍ୟ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ମହାସଂଘ ଆହ୍ବାନରେ ତଥା ବୌଦ୍ଧ ଜିଲ୍ଲା ସଭାପତି ଦିଲିପ କୁମାର ପ୍ରଧାନଙ୍କ ନେତୃତ୍ଵରେ ଜିଲ୍ଲାର ତିନିଗୋଟି ବ୍ଲକରେ ସମୂହ କାଯ୍ୟବନ୍ଦ ଆନ୍ଦୋଳନ ଧାରଣା ସପ୍ତମ ଦିନରେ ପହଞ୍ଚିଛି । ଏହି ଅବସରରେ ହରଭଙ୍ଗା ବ୍ଲକରେ କାର୍ଯ୍ୟରତ ସମସ୍ତ ବର୍ଗର ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ତିନି ଦଫା ଦାବି ନେଇ ସମୂହ ଛୁଟିରେ ରହି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବ୍ଲକର ୨୨ ପଞ୍ଚାୟତର ୧୭ ଗୋଟି କ୍ଲଷ୍ଟରର ଚାରି ଶହରୁ ଅଧିକ ଶିକ୍ଷକ ଓ ଶିକ୍ଷୟିତ୍ରୀ ଧାରଣା ଦେଇଛନ୍ତି ।

ବ୍ଲକ ମିଳିତ ପ୍ରାଥମିକ ଶିକ୍ଷକ ସଂଘନେତା ସାଧୁ ଚରଣ ଦେହୁରୀ, ସଭାପତି କୁମୁଦ ଚନ୍ଦ୍ର ପ୍ରଧାନ, ପ୍ରାଥମିକ ଶିକ୍ଷକ ସଂଘ ଏନପିଏସ ସଭାପତି ରଜତ କୁମାର ନାୟକ, ସାଧାରଣ ସମ୍ପାଦକ ବାମଦେବ ଦାଶ, ଏକ୍ସ କ୍ୟାଡର ଓ ଗଣଶିକ୍ଷକ ସଂଘ ସଭାପତି ବିରେନ ଦାସିଆ, ଉପସଭାପତି ଅଜୟ କୁମାର ପ୍ରଧାନ, ଶିକ୍ଷକ ନେତା ପ୍ରସନ୍ନ ଭୋକ୍ତା, ଦିଲୀପ ମହାନ୍ତି,ସୁବାସ ଚନ୍ଦ୍ର ପ୍ରଧାନ, ଅନିଲ କର୍ମୀ,ସତ୍ୟନାରାୟଣ ନାୟକ, ମନମୋହନ ସାହୁ, ବିରେନ ମଲ୍ଲିକ, ବୃନ୍ଦାବନ ସାହୁ, ଶୁଶିଲ କୁମାର ଭୋଇ, ସନ୍ତୋଷ କୁମାର ସେଠୀ, ନୀଳାଞ୍ଚଳ ବିହାରୀ ମିଶ୍ର, ଅଜୟ କୁମାର ମିଶ୍ର, ପ୍ରସନ୍ନ ପ୍ରଧାନ, ସତ୍ୟନାରାୟଣ ସାହୁଙ୍କ ସମେତ  ଶତାଧିକ ଶିକ୍ଷକ ଶିକ୍ଷୟତ୍ରୀ ସାମିଲ ହୋଇ ଥିଲେ। ବିଭାଗ ପକ୍ଷରୁ କେତକ ବିଦ୍ୟାଳୟ ଖୋଲିବାକୁ ଉଦ୍ୟମ କରାଯାଉଥିବା ସୂଚନା ପାଇ ତିନୋଟି ଶିକ୍ଷକ ପ୍ରତିନିଧି ଦଳ ବୁଲି ଶିକ୍ଷକଙ୍କ ସହ ସୌହାର୍ଦ୍ଦ୍ୟ ପୂଣ୍ଣ ଆଲୋଚନା କରି ଖୋଲାଥିବା ବିଦ୍ୟାଳୟ ଗୁଡିକୁ ବନ୍ଦ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଧାରଣ ସ୍ଥାନରେ ଉପସ୍ଥିତ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ନିଜ ନିଜ ସମସ୍ୟା ଉପସ୍ଥାପନ କରିଥିଲେ ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories