www.samajalive.in
Monday, December 8, 2025
27.1 C
Bhubaneswar

୧୪ ଟିଭି ଉପସ୍ଥାପକଙ୍କୁ ‘ଇଣ୍ଡିଆ’ର ବାସନ୍ଦ

ନୂଆଦିଲ୍ଲୀ : ୯ଟି ଟେଲିଭିଜନ ଚ୍ୟାନେଲ୍‌ର ୧୪ଜଣ ଉପସ୍ଥାପକଙ୍କ କାର୍ଯ୍ୟକ୍ରମରେ ଇଣ୍ଡିଆ ମେଣ୍ଟର କୌଣସି ନେତା ଓ ପ୍ରତିନିଧି ଭାଗ ନେବେ ନାହିଁ ବୋଲି ଜଣାପଡ଼ିଛି। ନ୍ୟୁଜ୍‌ ୧୮ ଚ୍ୟାନେଲ୍‌ର ଅମନ ଚୋପ୍ରା, ଅମିଶ ଦେବଗନ ଓ ଆନନ୍ଦ ନରସିଂହମ୍‌, ଭାରତ ଏକ୍ସପ୍ରେସର ଅଦିତି ତ୍ୟାଗୀ, ଡିଡି ନ୍ୟୁଜ୍‌ର ଅଶୋକ ଶ୍ରୀବାସ୍ତବ, ଆଜ୍‌ତକ୍‌ର ଚିତ୍ରା ତ୍ରିପାଠୀ ଓ ସୁଧୀର ଚୌଧୁରୀ, ଭାରତ ୨୪ରର ରୁବିକା ଲିୟାକତ, ଇଣ୍ଡିଆ ଟୁଡେର ଗୌରବ ସାୱନ୍ତ ଓ ଶିବ ଆରରୋ, ଇଣ୍ଡିଆ ଟିଭିର ପ୍ରାଚୀ ପରାଶର, ଟାଇମ୍ସ ନାଓ ନବଭାରତର ନଭିକ କୁମାର ଓ ସୁଶାନ୍ତ ସିହ୍ନା ଓ ରିପବ୍ଲିକ ଭାରତର ଅର୍ଣ୍ଣବ ଗୋସ୍ବାମୀଙ୍କ ଉପସ୍ଥାପନରେ ଆୟୋଜିତ କୌଣସି କାର୍ଯ୍ୟକ୍ରମରେ ଇଣ୍ଡିଆ ମେଣ୍ଟ ନେତା ଭାଗ ନେବେ ନାହିଁ ବୋଲି ନିଷ୍ପତ୍ତି ହୋଇଛି। ଗତ ୧୩ରେ ଇଣ୍ଡିଆ ମେଣ୍ଟର ବୈଠକରେ ଏହି ନିଷ୍ପତ୍ତି ହୋଇଛି।
ଏହି ଉପସ୍ଥାପକମାନେ ନିଜ କାର୍ଯ୍ୟକ୍ରମରେ ସାମ୍ପ୍ରଦାୟିକ ବିତର୍କକୁ ପ୍ରାଧାନ୍ୟ ଦେଉଥିବା ସହ ଜନସ୍ବାର୍ଥ ସହ ଜଡ଼ିତ ପ୍ରସଙ୍ଗକୁ ଗୁରୁତ୍ବ ଦେଉନଥିବାରୁ ସେମାନଙ୍କ କାର୍ଯ୍ୟକ୍ରମରେ ଯୋଗ ନ ଦେବାକୁ ଇଣ୍ଡିଆ ମେଣ୍ଟ ନିଷ୍ପତ୍ତି ନେଇଛି। ଆଗାମୀ କିଛିମାସ ପର୍ଯ୍ୟନ୍ତ ଏହି ଉପସ୍ଥାପକଙ୍କ କାର୍ଯ୍ୟକ୍ରମ ଉପରେ ନଜର ରଖାଯିବ। ଯଦି ସେମାନେ ନିଜ କାର୍ଯ୍ୟକ୍ରମରେ ପରିବର୍ତ୍ତନ ନ ଆଣନ୍ତି ତେବେ ସେମାନେ ଜଡ଼ିତ ଥିବା ଚ୍ୟାନେଲ୍‌କୁ ଇଣ୍ଡିଆ ମେଣ୍ଟ ତରଫରୁ କୌଣସି ବିଜ୍ଞାପନ ପ୍ରଦାନ କରାନଯିବାକୁ ନିଷ୍ପତ୍ତି ହୋଇଛି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories