www.samajalive.in
Tuesday, December 9, 2025
16.1 C
Bhubaneswar

ଓଡ଼ିଶା ସାହିତ୍ୟ ଏକାଡେମୀ କ୍ୟାଲେଣ୍ଡରରେ ୫ ନୂଆ ପୁରସ୍କାର

ଭୁବନେଶ୍ବର: ଲେଖାକୁ ସମ୍ମାନ ଓ ଲେଖକଙ୍କୁ ପ୍ରୋତ୍ସାହନ ପ୍ରଦାନ ନିମନ୍ତେ ଓଡ଼ିଶା ସାହିତ୍ୟ ଏକାଡେମୀ ଦେବ ସମ୍ମାନ ଭେଟି। ଚଳିତ ବର୍ଷରୁ ୫ ନୂଆ ପୁରସ୍କାର ଦେବାକୁ ଏକାଡେମୀ ପକ୍ଷରୁ ନିଷ୍ପତ୍ତି ହୋଇଛି। ଏନେଇ ରୂପରେଖ ପ୍ରସ୍ତୁତ ସରିଥିବାବେଳେ ସରକାର ସବୁଜସଙ୍କେତ ଦେଇ ସାରିଛନ୍ତି। ଖୁବଶୀଘ୍ର ଏ ଦିଗରେ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ ବୋଲି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ସୂଚନା ମିଳିଛି। ସେହିପରି ନୂଆ ତିନି ପୁରସ୍କାର ପାଇଁ ଏକାଡେମୀ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିବାବେଳେ ତାହା ସରକାରଙ୍କ ଅନୁମୋଦନ ଅପେକ୍ଷାରେ ରହିଛି। ତେବେ ସାଧାରଣ ପରିଷଦ ଗଠନ ହୋଇପାରୁ ନ ଥିବା ଯୋଗୁଁ କାର୍ଯ୍ୟପନ୍ଥା ଆଗେଇ ପାରୁ ନ ଥିବା ଜଣାପଡ଼ିଛି।

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନରେ ଥିବା ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ନୂଆ ପଦକ୍ଷେପ ଗ୍ରହଣ କରାଯାଇଛି। ପ୍ରଥମ କରି ଓଡ଼ିଶା ସାହିତ୍ୟ ଏକାଡେମୀ ଭକ୍ତି ସାହିତ୍ୟ ପୁରସ୍କାର ପ୍ରଦାନ କରିବ। ୬୦ ବର୍ଷ କିମ୍ବା ଅଧିକ ବୟସର ସ୍ରଷ୍ଟା ଯିଏ କି ଭକ୍ତି ସାହିତ୍ୟ ଲେଖିଥିବେ ତାଙ୍କୁ ଏ ପୁରସ୍କାର ନିମନ୍ତେ ମନୋନୟନ କରାଯିବ। ଏଥିପାଇଁ ସେ ୧୦ରୁ ଅଧିକ ମୌଳିକ ସଂକଳନ କରିଥିବା ଆବଶ୍ୟକ। ଏଥିରେ ପୁରସ୍କାର ରାଶି ରହିଛି ୨ ଲକ୍ଷ ଟଙ୍କା।

- Advertisement -

http://ନେପାଳୀ ପ୍ରେମିକାଙ୍କୁ ହତ୍ୟା କଲେ ସେନାଧିକାରୀ

ସେହିପରି ପୂର୍ବରୁ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଦେଉଥିବା ସାରଦା ପ୍ରସନ୍ନ ନାୟକ ଗୀତିକବିତା ସମ୍ମାନ ୨୦୨୧ ବର୍ଷରୁ ଓଡ଼ିଶା ସାହିତ୍ୟ ଏକାଡେମୀ ପ୍ରଦାନ କରିବ। ସାମଗ୍ରିକ କୃତୀକୁ ବିଚାରକୁ ନେଇ ଏହି ପୁରସ୍କାର ୪୫ ବର୍ଷରୁ ଅଧିକ ବୟସର ସ୍ରଷ୍ଟାଙ୍କୁ ପ୍ରଦାନ କରାଯିବ। ଏହାର ଅର୍ଥରାଶି ରହିଛି ୨ ଲକ୍ଷ ୫୦ ହଜାର ଟଙ୍କା। ଓଡ଼ିଆ ସହିତ ବିଭିନ୍ନ ଭାଷାରେ ୩ ଶହରୁ ଅଧିକ ପୁସ୍ତକ ପ୍ରକାଶ କରିଥିବା ପ୍ରକାଶକ ସଂସ୍ଥାକୁ ଓଡ଼ିଶା ସାହିତ୍ୟ ଏକାଡେମୀ ପ୍ରକାଶକ ସମ୍ମାନ ଦିଆଯିବ। ପୁରସ୍କାର ବାବଦରେ ରାଶି ରହିଛି ୨ ଲକ୍ଷ ଟଙ୍କା। ଯୁବ ସାହିତ୍ୟିକଙ୍କୁ ଉତ୍ସାହିତ କରିବା ନିମନ୍ତେ ୧୮ରୁ ୪୦ ବର୍ଷ ବୟସ ମଧ୍ୟରେ ଓଡ଼ିଶା ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର ପ୍ରଦାନ କରାଯିବ। ୧୧ ବର୍ଗରେ ଏହି ପୁରସ୍କାର ଦିଆଯିବାକୁ ଥିବାବେଳେ ପ୍ରତ୍ୟେକ ବିଭାଗରେ ପୁରସ୍କାର ରାଶି ରହିଛି ୫୦ ହଜାର ଟଙ୍କା। ଅନ୍ୟପକ୍ଷରେ ଓଡ଼ିଶା ସାହିତ୍ୟ ଏକାଡେମୀ ଅନ୍ତର୍ଜାତୀୟ ସାରଳା ଦାସ ସାରସ୍ବତ ପୁରସ୍କାର ମଧ୍ୟ ପ୍ରଦାନ କରାଯିବ। ୬୦ କିମ୍ବା ଅଧିକ ବୟସର ସ୍ରଷ୍ଟାଙ୍କୁ ୧୦ରୁ ଅଧିକ ମୌଳିକ ସଂକଳନ ଉପରେ ମନୋନୀତ କରାଯିବ ଉଭୟ ଓଡ଼ିଆ ଏବଂ ଇଂରାଜୀ ଭାଷାରେ ସାମଗ୍ରିକ କୃତୀ ପାଇଁ ଏହି ପୁରସ୍କାର ପ୍ରଦାନ କରାଯିବାକୁ ନିଷ୍ପତ୍ତି ହୋଇଛି। ଯାହାର ପୁରସ୍କାର ରାଶି ରହିଛି ୧୦ ଲକ୍ଷ ଟଙ୍କା। ତେବେ ଏହି ନୂଆ ୫ ପୁରସ୍କାର ବାବଦରେ ବାର୍ଷିକ ଅଧିକ ୨୨ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ସେହିପରି ଏକାଡେମୀ ପକ୍ଷରୁ ୩ ନୂଆ ପୁରସ୍କାର ପାଇଁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି, ଯାହାକି ଅନୁମୋଦନ ଅପେକ୍ଷାରେ ରହିଛି। ଯେଉଁଥିରେ ରହିଛି ଓଡ଼ିଶା ସାହିତ୍ୟ ଏକାଡେମୀ ସାରସ୍ବତ ପତ୍ରିକା ପୁରସ୍କାର। ଦୀର୍ଘ ୨୫ ବର୍ଷ ଧରି ନିରବଚ୍ଛିନ ଭାବେ ପ୍ରକାଶିତ ହେଉଥିବା ପତ୍ରିକାକୁ ଏହି ପୁରସ୍କାରରେ ସାମିଲ କରାଯିବ। ଏଥିପାଇଁ ପୁରସ୍କାର ରାଶି ରହିଛି ଏକ ଲକ୍ଷ ଟଙ୍କା। ଏହାବ୍ୟତୀତ ଓଡ଼ିଶା ସାହିତ୍ୟ ଏକାଡେମୀ ଅନୁବାଦ ପୁରସ୍କାର ରହିଛି। ଏଥିରେ ଓଡ଼ିଆରୁ ଅନ୍ୟ ଭାରତୀୟ ଭାଷାକୁ ଅନୁବାଦ ପୁସ୍ତକକୁ ଗ୍ରହଣ କରାଯିବ; ତାହା ପୁଣି ୫ ବର୍ଷ ଧରି କାର୍ଯ୍ୟ କରୁଥିବ। ଏହାର ପୁରସ୍କାର ରାଶି ରହିଛି ୨ ଲକ୍ଷ ଟଙ୍କା। ଏହାଛଡା ଓଡ଼ିଶା ସାହିତ୍ୟ ଏକାଡେମୀ ସାହିତ୍ୟ ସଙ୍ଗଠକ ପୁରସ୍କାର ମଧ୍ୟ ପ୍ରଦାନ କରାଯିବ। ୨୫ ବର୍ଷ ଧରି କାର୍ଯ୍ୟ କରୁଥିବା ସାରସ୍ବତ ଅନୁଷ୍ଠାନକୁ ଏହି ପୁରସ୍କାରରେ ସାମିଲ କରାଯିବ। ଏହାର ପୁରସ୍କାର ରାଶି ରହିଛି ଏକ ଲକ୍ଷ ଟଙ୍କା। ଏହି ତିନି ପୁରସ୍କାର ପାଇଁ ବାର୍ଷିକ ମୋଟ ରାଶି ରହିଛି ୪ ଲକ୍ଷ ଟଙ୍କା। ତେବେ ଓଡ଼ିଶା ସାହିତ୍ୟ ଏକାଡେମୀର ସାଧାରଣ ପରିଷଦ ନ ଥିବାରୁ କାର୍ଯ୍ୟ ତ୍ବରାନ୍ବିତ ହୋଇପାରୁନାହିଁ। ଏହାର ଅବଧି ଗତ ଜୁଲାଇ ୨୩ରେ ‌େ‌ଶଷ ହୋଇଥିବାବେଳେ ଜୁନ ମାସରେ ତତ୍‌କାଳୀନ ସଚିବ ସାଧାରଣ ପରିଷଦ ଗଠନ ପାଇଁ ଲେଖିଥିବା ସତ୍ତ୍ବେ ଏବେ ସୁଦ୍ଧା ଗଠନ ହୋଇପାରିନାହିଁ। ସାଧାରଣ ପରିଷଦ ଗଠନ ହେବା ପରେ କାର୍ଯ୍ୟକାରୀ ପରିଷଦ ଓ ଅର୍ଥ କମିଟି ଗଠନ ହୋଇ କାର୍ଯ୍ୟ ତ୍ବରାନ୍ବିତ ହେବ। ସେହିପରି ଏକାଡେମୀର ମୂଳ ପଦ ୧୭ ରହିଥିବାବେଳେ ମୋଟ ୧୦ କର୍ମଚାରୀ କାର୍ଯ୍ୟ କରୁଛନ୍ତି। ଏକାଡେମୀ କାର୍ଯ୍ୟ ବ୍ୟତୀତ ରାଜା ରାମମୋହନ ରାୟ ପାଠାଗାର ସହିତ ଅନ୍ୟ କିଛି ସରକାରୀ କାର୍ଯ୍ୟକ୍ରମ ପରିଚାଳନା କରିବାକୁ ପଡ଼ୁଥିବାବେଳେ ସ୍ବଳ୍ପ ମାନବସମ୍ବଳ ପ୍ରତିବନ୍ଧକ ସାଜିଛି। ଏନେଇ ଓଡ଼ିଶା ସାହିତ୍ୟ ଏକାଡେମୀ ସଭାପତି ହୃଷୀକେଶ ମଲ୍ଲିକ କହିଛନ୍ତି ଚଳିତ ବର୍ଷ ସମସ୍ତ ନୂଆ ଏବଂ ବକେୟା ପୁରସ୍କାର ପ୍ରଦାନ କରାଯିବ। ସାଧାରଣ ପରିଷଦ ପାଇଁ କାର୍ଯ୍ୟ ଆଗେଇ ପାରୁ ନ ଥିବାବେଳେ ଏବେ ଏକାଡେମୀ କର୍ତ୍ତୃପକ୍ଷ ଏ ଦିଗରେ ପଦକ୍ଷେପ ଗ୍ରହଣ କରୁଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories