www.samajalive.in
Sunday, December 14, 2025
15.1 C
Bhubaneswar

ନେପାଳୀ ପ୍ରେମିକାଙ୍କୁ ହତ୍ୟା କଲେ ସେନାଧିକାରୀ

ଡେରାଡୁନ୍‌: ଜଣେ ୪୨ ବର୍ଷୀୟ ସେନାଧିକାରୀ ନିଜ ୨୫ବର୍ଷୀୟା ପ୍ରେମିକାଙ୍କ ମହିଳାଙ୍କ ମୁଣ୍ଡକୁ ହାତୁଡ଼ିରେ ହତ୍ୟା କରିଥିବା ଅଭିଯୋଗରେ ଗିରଫ ହୋଇଛନ୍ତି। ମହିଳାଙ୍କୁ ହତ୍ୟା କରିବା ପରେ ମୃତଦେହକୁ ରାସ୍ତାକଡ଼ରେ ଫିଙ୍ଗି ଦେଇଥିଲେ ସେନାଧିକାରୀ।

http://ସଂସଦ ଭବନ କର୍ମଚାରୀଙ୍କ ପାଇଁ ନୂଆ ୟୁନିଫର୍ମ

- Advertisement -

ଡେରାଡୁନ୍‌ରେ କାର୍ଯ୍ୟରତ ଲେଫଟନାଣ୍ଟ କ​‌େ​‌ର୍ଣ୍ଣଲ ରାମେନ୍ଦୁ ଉପାଧ୍ୟୟ ପୂର୍ବରୁ ବିବାହିତ। ତେବେ ପଶ୍ଚିମବଙ୍ଗରେ ଥିବାବେଳେ ତାଙ୍କର ସିଲିଗୁଡ଼ି ବାସିନ୍ଦା ଜଣେ ୨୫ ବର୍ଷୀୟା ମହିଳାଙ୍କ ସହ ଅନୈତିକ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ପଶ୍ଚିମବଙ୍ଗରୁ ଗତ ଜୁଲାଇରେ ରାମେନ୍ଦୁଙ୍କର ଡେରାଡୁନ୍‌କୁ ବଦଳି ​‌େ​‌ହାଇଥିଲା। ରାମେନ୍ଦୁ ସଂପୃକ୍ତ ମହିଳାଙ୍କୁ ଡେରାଡୁନ୍ ଆଣି ଏକ ଭଡ଼ା ଘରେ ରଖିଥିଲେ। ରାମେନ୍ଦୁଙ୍କ ପତ୍ନୀ ଏହି କଥା ଜାଣି ପାରିଥିଲେ। ସିଲିଗୁଡ଼ାର ମହିଳାଜଣକ ରାମେନ୍ଦୁଙ୍କ ଉପରେ ବିବାହ ପାଇଁ ଚାପ ପ୍ରୟୋଗ କରି ଆସୁଥିଲେ। ଏପରିକି ସଂପୃକ୍ତ ମହିଳା ଓ ରାମେନ୍ଦୁଙ୍କ ପତ୍ନୀଙ୍କ ମଧ୍ୟରେ ବହୁବାର ଯୁକ୍ତିତର୍କ ହୋଇଥିଲା। ଏପରି ସ୍ଥିତିରେ ମହିଳାଜଣଙ୍କୁ ନିଜ ରାସ୍ତାରୁ ହଟାଇବାକୁ ରାମେନ୍ଦୁ ଯୋଜନା କରିଥିଲେ। ଯୋଜନା ଅନୁଯାୟୀ ଗତ ଶନିବାର ରାତିରେ ମହିଳାଙ୍କୁ ନେଇ ସେନାଧିକାରୀ ଜଣକ ଡେରାଡୁନ୍ ନିକଟରେ ଥିବା ଥାନୋ ଜଙ୍ଗଲକୁ ନେଇ ହାତୁଡିରେ ତାଙ୍କ ମୁଣ୍ଡକୁ ପିଟି ହତ୍ୟା କରିଥିଲେ। ପରେ ମୃତଦେହ ରାସ୍ତାକଡ଼ରେ ପିଙ୍ଗି ଦେଇ ସେ ନିଜ ଘରକୁ ଚାଲି ଆସିଥିଲେ ବୋଲି ପୁଲିସ କହିଛି। ମହିଳାଙ୍କ ମୃତଦେହ ଦେଖି ସ୍ଥାନୀୟ ବାସିନ୍ଦା ପୁଲିସକୁ ଜଣାଇଥିଲେ। ପୁଲିସ ତଦନ୍ତ ଆରମ୍ଭ କରି ସିସିଟିଭି ଯାଞ୍ଚ କରିଥିଲା।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories