www.samajalive.in
Tuesday, November 18, 2025
27.1 C
Bhubaneswar

ସଂସଦ ଭବନ କର୍ମଚାରୀଙ୍କ ପାଇଁ ନୂଆ ୟୁନିଫର୍ମ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଚଳିତ ମାସ ୧୮ରୁ ୨୨ ପର୍ଯ୍ୟନ୍ତ ସଂସଦର ସ୍ବତନ୍ତ୍ର ଅଧିବେଶନ ଆହ୍ବାନ କରିଛନ୍ତି। ଗଣେଶ ପୂଜା, ୧୯ତାରିଖରୁ ନୂତନ ସଂସଦ ଭବନରେ ଏହି ଅଧିବେଶନ ବସିବ; ତେବେ ଏହାର ତାତ୍ପର୍ଯ୍ୟ ଓ କାର୍ଯ୍ୟସୂଚୀ ଅଦ୍ୟାବଧି ସ୍ପଷ୍ଟ କରାଯାଇନଥିବାରୁ ବିଭିନ୍ନ ମହଲରୁ ପ୍ରତିକ୍ରିୟା ପ୍ରକାଶ ପାଉଛି। ଏପରିସ୍ଥଳେ ସରକାର ମଙ୍ଗଳବାର ଅଧିବେଶନକୁ ନେଇ ନୂଆ ବିବାଦର ସୂତ୍ରପାତ କରାଇଛନ୍ତି। ଅଧିବେଶନ ପାଇଁ ସଂସଦର ବିଭିନ୍ନ ବର୍ଗର କର୍ମଚାରୀଙ୍କ ପାଇଁ ନୂଆ ୟୁନିଫର୍ମ (ପୋଷାକ) ଉନ୍ମୋଚନ କରିଛନ୍ତି। ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଫେସନ୍‌ ଟେକ୍‌ନୋଲଜି (ଏନ୍‌ଆଇଏଫ୍‌ଟି) ଦ୍ବାରା ଡିଜାଇନ୍‌ କରାଯାଇଥିବା ଏହି ୟୁନିପର୍ମ ସମ୍ପୂର୍ଣ୍ଣ ଭାରତୀୟ ଶୈଳୀରେ ପ୍ରସ୍ତୁତ। ଏଥିରେ ନେହେରୁ ଜ୍ୟାକେଟ ଓ ଖାକି ପ୍ୟାଣ୍ଟ ଭଳି ଅନେକ ନୂତନତ୍ବ ରହିଛି। ପୂର୍ବରୁ ପ୍ରଚଳିତ ସଫାରୀ ସୁଟ୍‌ ଓ ବନ୍ଧଗଳା ସୁଟ୍‌କୁ ପରିବର୍ତ୍ତନ କରାଯାଇଛି।

http://ଭାରତକୁ ଖଲିସ୍ତାନୀଙ୍କ ଧମକ

- Advertisement -

ଅଧିକାରୀମାନେ ବନ୍ଧଗଳା ସୁଟ୍‌ ପରିବର୍ତ୍ତେ ସ୍ବତନ୍ତ୍ର ରଙ୍ଗର ସାର୍ଟ ଓ ଖାକି ପ୍ୟାଣ୍ଟ ସହ ନେହେରୁ ଜ୍ୟାକେଟ ପିନ୍ଧିବେ। ସାର୍ଟରେ ପଦ୍ମ ଫୁଲ ଚିତ୍ର ହୋଇଛି। ମାର୍ଶାଲମାନେ ମଣିପୁରୀ ପଗଡ଼ି ସହ ସ୍ବତନ୍ତ୍ର ପୋଷାକ ପିନ୍ଧିବେ। ପୁରୁଷ ଓ ମହିଳା କର୍ମଚାରୀଙ୍କ ପାଇଁ ଭିନ୍ନ ଭିନ୍ନ ପୋଷାକ ଡିଜାଇନ୍‌ କରାଯାଇଛି। ମହିଳାଙ୍କ ଶାଢ଼ିରେ ମଧ୍ୟ ପଦ୍ମ ଫୁଲ ଚିତ୍ର ହୋଇଛି। ନବନିର୍ମିତ ସଂସଦ ଭବନରେ ବିଜେପିର ପ୍ରତୀକ ପଦ୍ମଫୁଲକୁ ପ୍ରତିଫଳିତ କରାଯାଇଥିବାବେଳେ କର୍ମଚାରୀଙ୍କ ପୋଷାକରେ ଦଳୀୟ ଚିହ୍ନ ରଖାଯିବା ନେଇ ବିରୋଧୀ ଦଳ ନେତାମାନେ ପ୍ରତିବାଦ କରିଛନ୍ତି। କଂଗ୍ରେସ ବିଶେଷ ଭାବେ ଏହାର ସମାଲୋଚନା କରିଛି।

Hot this week

ଏସସିବିରେ ଲଜ୍ଜା: ଆଇସିୟୁ ଭିତରେ ଯୁବତୀଙ୍କୁ ଅସଦାଚରଣ ଅଭିଯୋଗ

ସମାଜଲାଇଭ ଡେସ୍କ: କଟକ ବଡ଼ ଡାକ୍ତରଖାନାରେ ଘଟିଛି ଲଜ୍ଜାଜନକ ଘଟଣା। ବଡ଼...

୧୦ ଅଭିଯୁକ୍ତଙ୍କ ନାଁରେ ଏନ୍‌ଆଇଏ ଚାର୍ଜସିଟ୍

ଭୁବନେଶ୍ଵର : ବାଂଲାଦେଶୀ ନାବାଳିକା ଚାଲାଣ ଅଭିଯୋଗରେ ୧୦ ଅଭିଯୁକ୍ତଙ୍କ ନାଁରେ...

ଏକ୍ସ ଓ ଚାଟ୍‌ଜିପିଟି ସର୍ଭର ଡାଉନ୍

ନୂଆଦିଲ୍ଲୀ: ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ଏବଂ ଚାଟ୍ ଜିପିଟି ସର୍ଭର...

ବିମାନ ୩ ଘଣ୍ଟା ବିଳମ୍ବ, ପୁଣେ ବିମାନବନ୍ଦରରେ ତିକ୍ତତା

ପୁଣେ, ୧୮ା୧୧: ପୁଣେ ବିମାନବନ୍ଦରରେ ମଙ୍ଗଳବାର ଇଣ୍ଡିଗୋର ପୁଣେ-ଦିଲ୍ଲୀ ବିମାନ(୬ଇ ୬୭୬୩)...

ମୃତଦେହ ଝୁଣି ଖାଉଛି କୁକୁର

ଭୁବନେଶ୍ଵର: ରାଜଧାନୀ ଭୁବନେଶ୍ଵରରେ ମଣିଷ ଶରୀରକୁ ଝୁଣି ଖାଉଛି କୁକୁର। ବିଲ...

Related Articles

Popular Categories