www.samajalive.in
Tuesday, December 9, 2025
16.1 C
Bhubaneswar

ଭାରତ-ପାକିସ୍ତାନ ମ୍ୟାଚରେ ବର୍ଷା ବାଧକ, ଦର୍ଶକ ନିରାଶ

କଲମ୍ବୋ: ଭାରତ-ପାକିସ୍ତାନ ମ୍ୟାଚରେ ବର୍ଷା ବାଧକ ସାଜିଛି। ଫଳରେ ଦଶକଙ୍କୁ ନିରାଶ ହେବାକୁ ପଡ଼ିଛି। ୨୪.୧ ଓଭର ସୁଦ୍ଧା ଭାରତର ଲଢୁଆ ସ୍କୋର ୧୪୭/୨ ହୋଇଛି। ଆଜି ୨୦ ଓଭର ବିଶିଷ୍ଟ ମ୍ୟାଚ ଚେଜ୍ ସମ୍ଭବ ନ ହେଲେ ଆସନ୍ତାକାଲି ମ୍ୟାଚ ଖେଳାଯିବ । କୌଣସି ଓଭର କମ ନ କରି ଅବଶିଷ୍ଟ ଓଭରରୁ ଖେଳ ଆରମ୍ଭ ହେବ।
ଭାରତ-ପାକିସ୍ତାନ ଲଢ଼େଇରେ ପୁଣି ବର୍ଷା ବାଧକ ସାଜିଥିବାବେଳେ ଶ୍ରୀଲଙ୍କାର ଆର ପ୍ରେମାଦାସା ଷ୍ଟାଡିୟମରେ ହଠାତ୍‌ ବର୍ଷା ମାଡ଼ି ଆସିବାରୁ ମ୍ୟାଚ୍‌କୁ ଅଧାରୁ ସ୍ଥଗିତ ରଖାଯାଇଛି। ଏବେ ବି ପ୍ରବଳ ବର୍ଷା ଜାରି ରହିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଅଚାନକ ପବନ ସହ ବର୍ଷା ମାଡ଼ି ଆସିବାରୁ ଷ୍ଟାଡିୟମ କର୍ମଚାରୀମାନେ ପାଲ ଘୋଡ଼ାଇବାକୁ ବେଶ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଏଥିଯୋଗୁ ଆଉଟ ଫିଲ୍ଡ ପ୍ରଭାବିତ ହୋଇଛି। ଠିକଣା ସମୟରେ ଏହାକୁ ଘୋଡ଼ାଇବା ସମ୍ଭବ ନ ହେବାରୁ ଆଉଟ ଫିଲ୍ଡ ସଂପୂର୍ଣ୍ଣ ଭାବେ ଓଦା ହୋଇଯାଇଛି। ତେଣୁ ବର୍ଷା ଛାଡ଼ିବା ପରେ ମଧ୍ୟ ମ୍ୟାଚ୍‌ କେତେବେଳେ ଆରମ୍ଭ ହେବ, ତା’ହା ଜଣାପଡୁ ନାହିଁ। ଯଦି ଆଜି ମ୍ୟାଚ୍‌ର ଫଳାଫଳ ନ ବାହାରିଲା, ତା’ହେଲେ ଆସନ୍ତାକାଲି ସଂରକ୍ଷିତ ଦିବସରେ ଏହା ଅନୁଷ୍ଠିତ ହେବ। ଆଜି ଯେଉଁଠୁ ମ୍ୟାଚ୍‌ ବନ୍ଦ ହୋଇଥିବ, ସେହିଠାରୁ ହିଁ କାଲି ଆରମ୍ଭ କରାଯିବ। ତଥାପି ଅମ୍ପାୟାର ଆଜି ମ୍ୟାଚ୍‌ ଯେକୌଣସି ପରିସ୍ଥିତିରେ ଶେଷ କରିବାକୁ ଲକ୍ଷ୍ୟ ରଖିଛନ୍ତି। ସବୁଠାରୁ କମ ୨୦ ଓଭର ବିଶିଷ୍ଟ ମଧ୍ୟ ମ୍ୟାଚ୍‌ ହୋଇପାରେ। ବର୍ଷା ଯୋଗୁ ମ୍ୟାଚ୍‌ ସ୍ଥଗିତ ରହିବା ବେଳକୁ ୨୪.୧ ଓଭରରେ ଭାରତ ୨ ୱିକେଟ ହରାଇ ୧୪୭ ରନ କରିଥିଲା। କେଏଲ ରାହୁଲ ୨୮ ବଲରେ ୧୭ ଓ ବିରାଟ କୋହଲି ୧୬ ବଲରେ ୮ ରନ କରି ଅପରାଜିତ ରହିଛନ୍ତି। ରୋହିତ ଶର୍ମା ଓ ଶୁବମନ ଗିଲ୍‌ ବିସ୍ଫୋରକ ରନ କରି ପ୍ୟାଭିଲିୟନ ଫେରିଛନ୍ତି। ରୋହିତ ୫୬ ଓ ଗିଲ୍‌ ୫୮ ରନ କରି ଆଉଟ ହୋଇଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories