www.samajalive.in
Monday, December 8, 2025
27.1 C
Bhubaneswar

ଆସନ୍ତାକାଲି ଅଷ୍ଟାଦଶ ଜି୨୦ ଶିଖର ସମ୍ମିଳନୀ, ନୂଆଦିଲ୍ଲୀ ପ୍ରସ୍ତୁତ

ଡେସ୍କ: ଆସନ୍ତାକାଲି (ସେପ୍ଟେମ୍ବର ୯) ନୂଆଦିଲ୍ଲୀରେ ଅଷ୍ଟାଦଶ ଜି୨୦ ଶିଖର ସମ୍ମିଳନୀ ଆରମ୍ଭ ହେବାକୁ ଯାଉଛି। ସେଥିଲାଗି ସମସ୍ତ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଂଚିଛି। ବିଶ୍ୱର କୋଣ ଅନୁକୋଣରୁ ତୁଙ୍ଗ ନେତା, ରାଜନୈତିକ ପ୍ରତିନିଧି, ଆନ୍ତର୍ଜାତିକ ସଂଗଠନର ପ୍ରତିନିଧି ଓ ଅନ୍ୟ ବିଶ୍ୱ ନେତୃବୃନ୍ଦ ଯୋଗ ଦେଉଛନ୍ତି। ଇତି ମଧ୍ୟରେ ଜି୨୦ ଶିଖର ସମ୍ମିଳନୀରେ ଯୋଗ ଦେବା ଲାଗି ଅତିଥିମାନେ ଆସିବା ଆରମ୍ଭ କରିଛନ୍ତି।

ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନାକ, ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା, ଆର୍ଜେଣ୍ଟିନା ରାଷ୍ଟ୍ରପତି ଆଲବର୍ଟୋ ଫର୍ଣାଣ୍ଡିଜ, ନାଇଜେରିଆର ରାଷ୍ଟ୍ରପତି, ମରିସସ ପ୍ରଧାନମନ୍ତ୍ରୀ, ଇଟାଲୀ ପ୍ରଧାନମନ୍ତ୍ରୀ ଏବଂ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ପ୍ରମୁଖ ନୂଆଦିଲ୍ଲୀରେ ପହଂଚି ସାରିଛନ୍ତି। ଅନ୍ୟପକ୍ଷରେ ମେକ୍ସିକୋର ଅର୍ଥମନ୍ତ୍ରୀ, ୟୁରୋପ କମିଶନର ଅଧ୍ୟକ୍ଷ, ୟୁରୋପ ପରିଷଦର ଅଧ୍ୟକ୍ଷ, ଓଇସିଡି ମହାସଚିବ, ଆନ୍ତର୍ଜାତିକ ମୁଦ୍ରା ପାଣ୍ଠିର ପରିଚାଳନା ନିର୍ଦ୍ଦେଶକ ଏବଂ ବିଶ୍ୱ ବାଣିଜ୍ୟ ସଂଗଠନର ମହାନିର୍ଦ୍ଦେଶକ ମଧ୍ୟ ଏହି ସମ୍ମିଳନୀରେ ଯୋଗ ଦେବାକୁ ଆସି ପହଂଚିଛନ୍ତି। ସମସ୍ତ ଅତିଥିମାନଙ୍କୁ ବିମାନ ବନ୍ଦରରେ ଭବ୍ୟ ସ୍ୱାଗତ କରାଯିବା ସହ ନୃତ୍ୟ ଓ ସଂଗୀତ ପରିବେଷଣ କରାଯାଇ ସେମାନଙ୍କୁ ସ୍ୱାଗତ କରାଯାଉଛି। ଆଜି ସନ୍ଧ୍ୟାରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ପହଂଚିବାର କାର୍ଯ୍ୟକ୍ରମ ରହିଛି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories