www.samajalive.in
Tuesday, December 9, 2025
16.1 C
Bhubaneswar

ଅଧିକ ମୋବାଇଲ୍‌ ଦେଖିବା ଦ୍ୱାରା କଥା କହିବା ଶକ୍ତି ହରାଉଛନ୍ତି ଛୋଟ ପିଲା

ଏବେ ଅଧିକାଂଶ ମୋବାଇଲ୍‌ ନିଶାରେ ଚୁର୍‌ । ଦିନ ରାତି ମୋବାଇଲ୍‌ ଦେଖୁଛନ୍ତି । କେତେବେଳେ ଫେସ୍‌ବୁକ୍‌ ତ କେତେବେଳେ ୟୁଟ୍ୟୁବ୍‌ । ଏପରିକି ହ୍ୱାଟସ୍‌ଆପ୍‌ ପରି ସାମାଜିକ ଗଣମାଧ୍ୟମରେ ଅନେକ ସମୟ ଦେଉଛନ୍ତି । ଏତଦ୍‌ବ୍ୟତୀତ ଅନେକ ସୋସିଆଲ୍‌ ମିଡିଆ ଆପ୍‌ ଅଛି , ତା ସହ ଗେମିଂ । ଛୋଟ ପିଲାଠାରୁ ବୟସ୍କ ପର୍ଯ୍ୟନ୍ତ ମୋବାଇଲ୍‌ ଦେଖିବା ନିଶାରେ ପଡିଯାଇଛନ୍ତି ।

ଏହାର ଅନେକ କୁ ପରିଣାମ ରହିଛି । ମୋବାଇଲ୍‌ର ବ୍ଲୁରରେ ବା ନୀଳ ରଶ୍ମୀ ଯୋଗୁଁ ଦୃଷ୍ଟି ଶକ୍ତି ଖରାପ ହେଉଛି । ଏହା ମଣିଷର ଚିନ୍ତା କରିବା ଶକ୍ତି ଉପରେ ପ୍ରଭାବ ପକାଉଛି । ବେକ ଭାଙ୍ଗି ମୋବାଇଲ୍‌ ଦେଖିବା ଯୋଗୁଁ ନ୍ୟୁରୋ ବା ସ୍ନାୟୁ ତନ୍ତ୍ର ଉପରେ ପ୍ରଭାବ ପକାଉଛି ।

- Advertisement -

ସ୍ନାୟୁ ତନ୍ତ୍ରରେ ପ୍ରଭାବ ଯୋଗୁଁ ଅନେକ ବାକ୍‌ଶକ୍ତି ହରାଉଛନ୍ତି କିମ୍ବା ସେମାନଙ୍କୁ କଥା କହିବାରେ ଅସୁବିଧା ହେଉଛି । ଶାରୀରିକ ପରିଶ୍ରମ , ଖେଳକୁଦ ବଦଳରେ ପିଲା ମୋବାଇଲ୍‌ ଦେଖିବାରୁ ସେମାନଙ୍କର ବିକାଶ ହେଉନାହିଁ । ଜାପାନରେ ୭ହଜାରର ଅଧିକପିଲାଙ୍କ ଉପରେ ଏହାକୁ ନେଇ ସର୍ବେକ୍ଷଣ କରାଯାଇଥିଲା । ଏଥିରୁ ପିଲାମାନଙ୍କର ସୃଜନଶୀଳତା , ବିଚାର ଶକ୍ତି ,ବୁଦ୍ଧିମତ୍ତା ଉପରେ ପ୍ରଭାବ ପଡୁଥିବା ଦେଖିବା ପାଇଁ ମିଳୁଛି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories