www.samajalive.in
Monday, December 8, 2025
17.1 C
Bhubaneswar

ସବୁ ଗାଡିପାଇଁ ନୂଆ ନିୟମ, ଲାଗିବ ଟ୍ରାକିଂ ଏବଂ ସୁରକ୍ଷା ଡିଭାଇସ୍‌ – ନହେଲେ ହେବନି ପଞ୍ଜିକରଣ

ଭୁବନେଶ୍ୱର – ସଡକ ସୁରକ୍ଷା ଏବଂ ଜୀବନ ରକ୍ଷା ପାଇଁ ଏବେ ଗାଡିମାନଙ୍କରେ ବିଭିନ୍ନ ସୁରକ୍ଷା ଯନ୍ତ୍ର ସାମିଲ କରାଯାଉଛି । ଏବେ ସମସ୍ତ ନୂଆ ଗାଡିମାନଙ୍କରେ ଟ୍ରାକିଂ ତଥା ସେଫ୍ଟି ଡିଭାଇସ୍‌ -ଭିଏଲ୍‌ଡିଟି ସିଷ୍ଟମ ଲଗାଇବା ବାଧ୍ୟତାମୂଳକ କରାଯିବ । ନହେଲେ ଅକ୍ଟୋବର ୧ ତାରିଖ ପରଠାରୁ ଏହାର ପଞ୍ଜିକରଣ ବା ରେଜିଷ୍ଟ୍ରେସନ୍‌ ହେବ ନାହିଁ ବୋଲି ଜଣା ପଡିଛି ।

ପୂର୍ବରୁ ଯେଉଁମାନଙ୍କର ଗାଡି ପଞ୍ଜି କରଣ ହୋଇଛି ସେମାନଙ୍କ ଗାଡିରେ ଏହି ଡିଭାଇସ୍‌ ଲଗାଇବା ପାଇଁ କୁହାଯାଇଛି । ରାଜ୍ୟ ପରିବହନ କମିଶନରଙ୍କ ପକ୍ଷରୁ ଏ ନେଇ ବିଜ୍ଞପ୍ତି ଜାରି କରାଯାଛି ।

- Advertisement -

ଗାଡିମାନଙ୍କର ଟ୍ରାକିଂ, ପାନିକ ବଟନ ଲଗାଇବା ପାଇଁ କୁହାଯାଇଛି । ମହିଳା ଏବଂ ଶିଶୁମାନଙ୍କର ସୁରକ୍ଷା ପାଇଁ ଏହା ବିଶେଷ ଭାବେ ସହାୟକ ହେବ ବୋଲି କୁହାଯାଉଛି ।

ଦୁଇ ଚକିଆଠାରୁ ଆରମ୍ଭ କରି ସମସ୍ତ ଗାଡିରେ ଏହାକୁ ଲଗାଇବା ପାଇଁ କୁହାଯାଇଛି । ପରିବହନ ବିଭାଗର ଓ୍ୱେବସାଇଟ୍‌କୁ କ୍ଷମତାପ୍ରାପ୍ତ ବିକ୍ରେତାଙ୍କ ଠାରୁ ଏହାକୁ କିଣିବା ପାଇଁ କୁହାଯାଇଛି ।

Hot this week

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

Related Articles

Popular Categories