www.samajalive.in
Saturday, December 6, 2025
26.1 C
Bhubaneswar

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଏସଓଇରେ ଖାଦ୍ୟ ସଂରକ୍ଷଣ ଏବଂ ପ୍ରକ୍ରିୟାକରଣ ପ୍ରଦର୍ଶନୀ

ଗୋପାଳପୁର : ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପରିସରରେ ଥିବା ସ୍କୁଲ ଅଫ ଏଜୁକେସନ ବିଭାଗ ପରିସରରେ ବିଭିନ୍ନ ଖାଦ୍ୟ ପ୍ରସ୍ତୁତି କରିବା ସହ ଏହାକୁ କିଭଳି ସଂରକ୍ଷଣ କରାଯିବ ସେ ନେଇ ଏକ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା । ଏହି କାର୍ୟ୍ୟକ୍ରମରେ କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ ଯୋଗ ଦେଇ ଏହାର ଉଦଘାଟନ କରିବା ସହ ପ୍ରଦର୍ଶନୀ ବୁଲି ଦେଖିବା ସହ ସମସ୍ତ ଖାଦ୍ୟର ପ୍ରସ୍ତୁତି ପ୍ରଣାଳୀ ପଚାରି ବୁଝିଥିଲେ। ଏହିଭଳି କାର୍ୟ୍ୟକ୍ରମକୁ ପ୍ରଶଂସା କରିବା ସହ ଛାତ୍ରଛାତ୍ରୀ ମାନେ ନିଜର ଦକ୍ଷତା ବୃଦ୍ଧି, ନିଯୁକ୍ତି କ୍ଷେତ୍ରରେ ସହାୟକ ହୋଇପାରିବ ବୋଲି କହିଥିଲେ ।
ବିଭାଗର ଅଧ୍ୟକ୍ଷ ଡ଼. ଶରତ କୁମାର ସାହୁ, ପ୍ରଦ୍ୟୁମ୍ନ କୁମାର ରାଉତ , ଉଷାରାଣି ଦାସ , ମୈତ୍ରୀ ପାଢି, ରବୀନ୍ଦ୍ର ନାଥ ସ୍ୱାଇଁ,ସୁନିତା ପାତ୍ର ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ଉତ୍ସ।ହିତ କରିବା ସହ ପ୍ରସ୍ତୁତି ଖାଦ୍ୟର ସ୍ୱାଦ ଚାଖି ଥିଲେ । ଏଥିରେ ବିଭାଗର ୫୦ ଜଣ ଛାତ୍ରଛାତ୍ରୀ ପ୍ରାୟ ଏକ ଶହରୁ ଅଧିକ ମିଠା, ପିଠା ଆଦି ଖାଦ୍ୟ ପ୍ରସ୍ତୁତି କରି ଏହାକୁ କିଭଳି ସଂରକ୍ଷଣ କରାଯିବ ସେ ନେଇ ପ୍ରକାଶ କରିଥିଲେ ।
ଏଥି ମଧ୍ୟରେ ଓଡିଶାର ପ୍ରସିଦ୍ଧ ରସଗୋଲା ଆକର୍ଷିତ ଥିଲା । ତାହାସହ ବିଭିନ୍ନ ପର୍ବ ପର୍ବାଣୀରେ ପ୍ରସ୍ତୁତ ହୋଉଥିବା ପୋଡ଼ପିଠା, ଛେନାପୋଡ଼,ଆରିସା, କାକରା, ଚନ୍ଦ୍ରକାନ୍ତି, ଜଗନ୍ନାଥ ବଲ୍ଲଭ, ଦହିବରା ରହିଥିବା ବେଳେ ବର୍ତ୍ତମାନ ପିଢ଼ିର ଖାଦ୍ୟ ରୁଚି ମଧ୍ୟରେ ମୋମୋ,ପାଓଭାଜୀ , ଭେଲପୁରୀ,କଟଲେଟ,ଚିଲି ପନିର, ମନଚୁରିଆନ ଇତ୍ୟାଦି ପ୍ରସ୍ତୁତି ହୋଇଥିଲା। ଜନ୍ମଦିନ, ବିବାହ ବାର୍ଷିକୀ ପାଇଁ କେକ୍, ଚକଲେଟ ପ୍ରସ୍ତୁତି ହୋଇଥିଲା । ପୁଷ୍ଟିକର ଖାଦ୍ୟ ଭାବେ ବତୁରା ବୁଟ, ଗାଜର, ଟମାଟୋ, ଚେରୀ, କାଜୁ, କିସମିସ ଆଦି ପ୍ରସ୍ତୁତି ହୋଇଥିଲା । ଏହି କାର୍ୟ୍ୟକ୍ରମ ପାଠ୍ୟକ୍ରମରେ ପ୍ରାଟିକାଲ ରହିଥିବାରୁ ଏହିଭଳି କାର୍ୟ୍ୟକ୍ରମ ହୋଇଥିବା ଅଧକ୍ଷ ଡ଼. ସାହୁ ସୂଚନା ଦେଇଛନ୍ତି।

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories