www.samajalive.in
Wednesday, December 10, 2025
26.1 C
Bhubaneswar

ଓଡ଼ିଶାର ୭ ଭୌଗଳିକ କ୍ଷେତ୍ରରେ ସିଟି ଗ୍ୟାସ ବିତରଣ ପ୍ରକଳ୍ପର ଆସନ୍ତାକାଲି ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନବମ ଏବଂ ଦଶମ ସିଟି ଗ୍ୟାସ ବିତରଣ ପ୍ରକଳ୍ପ(ସିଜିଡି) ଅଧୀନରେ ଓଡ଼ିଶାର ୭ଟି ଭୌଗଳିକ କ୍ଷେତ୍ର ସମେତ ଦେଶର ମୋଟ ୬୩ଟି ଭୌଗଳିକ କ୍ଷେତ୍ରରେ ସିଟି ଗ୍ୟାସ ବିତରଣ ପ୍ରକଳ୍ପର ଶିଳାନ୍ୟାସ ଓ ବିଡିଂ ପର୍ଯ୍ୟାୟର ଆସନ୍ତାକାଲି ଶୁଭାରମ୍ଭ କରିବେ। ଏଥିମଧ୍ୟରେ ଓଡ଼ିଶାର ସାତଟି ପ୍ରକଳ୍ପ ରହିଛି। ସେଗୁଡିକ ହେଉଛି – (୧)ସୁନ୍ଦରଗଡ଼ ଏବଂ ଝାରସୁଗୁଡ଼ା, (୨)ଯାଜପୁର ଏବଂ କେନ୍ଦୁଝର, (୩)ଅନୁଗୁଳ ଏବଂ ଢେଙ୍କାନାଳ, (୪)ବାଲେଶ୍ୱର, ଭଦ୍ରକ ଏବଂ ମୟୂରଭଞ୍ଜ, (୫)ବରଗଡ଼, ଦେବଗଡ଼ ଏବଂ ସମ୍ବଲପୁର, (୬)ଗଞ୍ଜାମ, ନୟାଗଡ଼ ଏବଂ ପୁରୀ ଓ (୭)ଜଗତିସଂହପୁର ଏବଂ କେନ୍ଦ୍ରାପଡ଼ା ଜିଲ୍ଲା। କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ ସହରଗୁଡ଼ିକରେ ପ୍ରଦୂଷଣ ହ୍ରାସ କରିବା ଲାଗି ପାଇପ ଲାଇନ ଜରିଆରେ ଗ୍ୟାସ ସଂଯୋଗକୁ ୨୮ ଲକ୍ଷରୁ ୧ କୋଟିକୁ ବୃଦ୍ଧି କରିବା ପାଇଁ ଲକ୍ଷ୍ୟ ରଖିଛି। ୨୭ ମାର୍ଚ୍ଚ ୨୦୧୫ରେ ନୂଆଦିଲ୍ଲୀରେ ଆରମ୍ଭ ହୋଇଥିବା ପ୍ରଧାନମନ୍ତ୍ରୀଙ୍କ ଉର୍ଜା ସଂଗମ – ୨୦୧୫ ଏଭଳି କାର୍ଯ୍ୟକ୍ରମକୁ ପ୍ରୋତ୍ସାହନ ଦେବାର ଲକ୍ଷ୍ୟ ରଖିଛି।
ଆସନ୍ତାକାଲି ଅପରାହ୍ଣ ୪ଟାରେ ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ ଲାଇଭ ଭିଡିଓ ଷ୍ଟ୍ରିମିଂ ଜରିଆରେ ପ୍ରଧାନମନ୍ତ୍ରୀ ସିଟି ଗ୍ୟାସ ବିତରଣ ପ୍ରକଳ୍ପସମୂହର ଭିତିପ୍ରସ୍ତର ସ୍ଥାପନ କରିବେ। ଏହି ଅବସରରେ କେନ୍ଦ୍ର ବିଜ୍ଞାନ ଏବଂ ପ୍ରଯୁକ୍ତି, ଭୂବିଜ୍ଞାନ ଏବଂ ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତନ ମନ୍ତ୍ରୀ ଡ. ହର୍ଷବର୍ଦ୍ଧନ, ପେଟ୍ରୋଲିୟମ, ପ୍ରାକୃତିକ ବାଷ୍ପ ଏବଂ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଅନ୍ୟ ସମ୍ମାନାସ୍ପଦ ବ୍ୟକ୍ତିବିଶେଷ ଯୋଗ ଦେବେ।
ଓଡ଼ିଶାରେ ଥିବା ଭୌଗଳିକ କ୍ଷେତ୍ର ମଧ୍ୟରୁ ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ବରଗଡ଼, ଦେବଗଡ଼, ସମ୍ବଲପୁର ଜିଲ୍ଲାର କାର୍ଯ୍ୟ ଭାରତ ଗ୍ୟାସ ରିସୋର୍ସେସ ଲିମିଟେଡକୁ ଦିଆଯାଇଛି।
ସମାନ ଭାବେ ଆଦାନୀ ଗ୍ୟାସ ଲିମିଟେଡ ବାଲେଶ୍ୱର, ଭଦ୍ରକ ଏବଂ ମୟୂରଭଞ୍ଜ ଜିଲ୍ଲାରେ ୨୦ଟି ସିଏନଜି ଷ୍ଟେସନ ଏବଂ ୧,୫୦,୪୬୪ ଘରୋଇ ସଂଯୋଗ କାର୍ଯ୍ୟ ହାସଲ କରିଛି। ସୁନ୍ଦରଗଡ଼, ଝାରସୁଗୁଡ଼ା, ଗଞ୍ଜାମ, ନୟାଗଡ଼ ଏବଂ ପୁରୀ ଜିଲ୍ଲାରେ ଗେଲ୍‍ କୁ କାର୍ଯ୍ୟ ପ୍ରଦାନ କରାଯାଇଛି।

Hot this week

ଏହି ଦେଶରେ ବ୍ୟାନ୍ ହେଲା ସୋସିଆଲ ମିଡିଆ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ବ୍ୟାନ୍ ହେଲା ସୋସିଆଲ ମିଡିଆ। ଅଷ୍ଟ୍ରେଲିଆ...

ଭକ୍ତଙ୍କ ନେତୃତ୍ୱକୁ ମୋକିମଙ୍କ ଖୋଲା ଚ୍ୟାଲେଞ୍ଜ: ସୋନିଆଙ୍କୁ ଲେଖିଲେ ଚିଠି

ସମାଜ ଡିଜିଟାଲ ଡେସ୍କ: ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱକୁ ନେଇ...

ଭଏସ୍‌ ମେସେଜ ନୁହେଁ , ଡାଇରେକ୍ଟ ଭିଡିଓ କଲ : ଗିରଫ ହେଲେ ରସିକିଆ କଲେଜ ଅଧ୍ୟକ୍ଷ

ବୋଲଗଡ: ଅଧ୍ୟାପିକାଙ୍କୁ ପ୍ରେମ ନିବେଦନ କରି ଫସିଲେ କଲେଜ ଅଧ୍ୟକ୍ଷ ।...

ଟ୍ରିବ୍ୟୁନାଲ ଯିବା ଭୁଲ ଥିଲା, ରାଜନୈତିକ ସମାଧାନ ହେଲେ ମହାନଦୀ ଜଳ ବିବାଦ ତୁଟିବ କହିଲେ ଜୟନାରାୟଣ

ସମାଜ ଡିଜିଟାଲ ଡେସ୍କ: ମହାନଦୀ ଜଳ ବିବାଦ ପ୍ରସଙ୍ଗରେ କମିଟି ସଦସ୍ୟ...

ଏସଆଇ ଜାଲିଆତି ମାମଲା: ସିବିଆଇର ରିମାଣ୍ଡ ଆବେଦନ

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ପୁଲିସ ଏସଆଇ ଜାଲିଆତି ମାମଲାରେ...

Related Articles

Popular Categories