www.samajalive.in
Wednesday, December 10, 2025
26.1 C
Bhubaneswar

ଅଟୋ-ଟ୍ରକ୍ ମୁହାଁ ମୁହିଁ ଧକ୍କା, ୨ ମୃତ ଓ ୬ ଗୁରୁତର

ତିଗିରିଆ: ୬୫ ନମ୍ବର ରାଜ୍ୟ ରାଜପଥର ତିଗିରିଆ ଥାନା ଅନ୍ତର୍ଗତ ପାଞ୍ଚଗାଁ ଭାରତ ଗ୍ୟାସ ଡିପୋ ନିକଟରେ ଶୁକ୍ରବାର ସକାଳ ସମୟରେ ଏକ ଆଇଚର ଟ୍ରକ ସହିତ ଅଟୋର ମୁହାଁମୁହିଁ ଧକ୍କା ହେବା ଫଳରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଗୁରୁତର ଆହାତ ହୋଇଥିବା ଜଣାପଡିଛି। ମୃତକ ହେଲେ ପ୍ରଭାତ ନାଏକ (୩୫) ଓ ତାଙ୍କର ୯ ମାସର ଶିଶୁ ଜଗଦୀଶ ସାହୁ ଏବଂ ଗୁରୁତର ଆହତମାନେ ହେଲେ ଅଟୋ ଚାଳକ ବିନୋଦ ସାମଲ ,କବିତା ନାଏକ ,ନିଶା ନାଏକ ,କିରଣବାଳା ନାଏକ, ଓମ୍ ନାଏକ ଏବଂ ରାମଚନ୍ଦ୍ର ବେହେରା ବୋଲି ଜଣାପଡିଛି।
ଘଟଣାରୁ ପ୍ରକାଶ ଯେ କଟକ ଜିଲା କଟକ ସଦର ଥାନା ଅନ୍ତର୍ଗତ ୪୨ ମୌଜା ଗ୍ରାମର କବିତା ନାୟକଙ୍କ ପୁଅ, ଝିଅ, ବୋହୁ, ନାତି ନାତୁଣୀମାନଙ୍କୁ ନେଇ ନୟାଗଡ ଜିଲ୍ଲା ଗଣିଆ ଗ୍ରାମକୁ ଏକ ଦଶାହ କାର୍ଯ୍ୟରେ ଯୋଗଦେବା ପାଇଁ ଏକ ଅଟୋରେ ଯାଉଥିବା ବେଳେ ବଡ଼ମ୍ବା ଥାନା ଅନ୍ତର୍ଗତ ଚମ୍ପେଶ୍ବର ଗ୍ରାମର ରାମଚନ୍ଦ୍ର ସେଠୀ ଆଇଚର ଟ୍ରକ ନେଇ ବଡ଼ମ୍ବାରୁ ବାଙ୍କୀ ଯାତମୁଣ୍ଡିଆ ପିଡିଏସ ଚାଉଳ ଆଣିବା ପାଇଁ ଯାଉଥିବା ବେଳେ ପାଞ୍ଚଗାଁ ଗ୍ୟାସ ଡିପୋ ନିକଟରେ ଅଟୋ ସହିତ ଆଇଚର ଟ୍ରକର ମୁହାଁମୁହିଁ ଧକ୍କା ହୋଇଥିଲା।

ଫଳରେ ଅଟୋରେ ଥିବା ୭ ଜଣଙ୍କ ମଧ୍ୟରୁ ଦୁଇ ଜଣ ମୃତ୍ୟୁବରଣ କରିଥିବା ବେଳେ ୫ ଜଣ ଆହତ ହୋଇଥିଲେ। ସେହି ସମୟରେ ରାସ୍ତାକଡ଼ରେ ମାଛ ବିକ୍ରି କରୁଥିବା ରାମଚନ୍ଦ୍ର ବେହେରାଙ୍କ ଉପରେ ଅଟୋ ବାଡ଼େଇ ହେବାରୁ ସେ ମଧ୍ୟ ଗୁରୁତର ଆହତ ହୋଇଥିଲେ। ଗୁରୁତର ତିନିଜଣଙ୍କୁ ଆଠଗଡ଼ ଅନ୍ୟ ତିନିଜଣଙ୍କୁ ତିଗିରିଆ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ସ୍ଥାନୀୟ ଲୋକଙ୍କ ସହାୟତାରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ଚାଲିଥିବା ସମୟରେ କବିତା ନାୟକଙ୍କ ବଡ଼ ପୁଅ ପ୍ରଭାତ ନାୟକ ଓ ୯ ମାସର ଶିଶୁ ଜଗଦୀଶର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ସମସ୍ତ ଗୁରୁତରମାନଙ୍କୁ କଟକ ବଡ଼ ଡ଼ାକ୍ତରଖାନାକୁ ପଠାଯାଇଛି। ଖବର ପାଇ ତିଗିରିଆ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ରାସ୍ତା ଉପରୁ ଗାଡି ଦୁଇଟିକୁ ଉଠାଇ ରାସ୍ତା ଅବରୋଧ ହଟାଇବା ସହିତ ଯାତାୟତ ସ୍ବାଭାବିକ କରିଥିଲା ଟ୍ରକ ଡ୍ରାଇଭର ରାମଚନ୍ଦ୍ର ସେଠୀଙ୍କୁ ଗିରଫ ଓ ଗାଡ଼ି ଦୁଇଟିକୁ ଜବତ କରି ଥାନାକୁ ଆଣିବା ସହିତ ଘଟଣାର ତଦନ୍ତ କରୁଥିବା ଥାନା ଅଧିକାରୀ ଜ୍ଞାନ ରଞ୍ଜନ ସାମଲ ପ୍ରକାଶ କରିଛନ୍ତି।

Hot this week

ଭକ୍ତଙ୍କ ନେତୃତ୍ୱକୁ ମୋକିମଙ୍କ ଖୋଲା ଚ୍ୟାଲେଞ୍ଜ: ସୋନିଆଙ୍କୁ ଲେଖିଲେ ଚିଠି

ସମାଜ ଡିଜିଟାଲ ଡେସ୍କ: ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱକୁ ନେଇ...

ଭଏସ୍‌ ମେସେଜ ନୁହେଁ , ଡାଇରେକ୍ଟ ଭିଡିଓ କଲ : ଗିରଫ ହେଲେ ରସିକିଆ କଲେଜ ଅଧ୍ୟକ୍ଷ

ବୋଲଗଡ: ଅଧ୍ୟାପିକାଙ୍କୁ ପ୍ରେମ ନିବେଦନ କରି ଫସିଲେ କଲେଜ ଅଧ୍ୟକ୍ଷ ।...

ଟ୍ରିବ୍ୟୁନାଲ ଯିବା ଭୁଲ ଥିଲା, ରାଜନୈତିକ ସମାଧାନ ହେଲେ ମହାନଦୀ ଜଳ ବିବାଦ ତୁଟିବ କହିଲେ ଜୟନାରାୟଣ

ସମାଜ ଡିଜିଟାଲ ଡେସ୍କ: ମହାନଦୀ ଜଳ ବିବାଦ ପ୍ରସଙ୍ଗରେ କମିଟି ସଦସ୍ୟ...

ଏସଆଇ ଜାଲିଆତି ମାମଲା: ସିବିଆଇର ରିମାଣ୍ଡ ଆବେଦନ

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ପୁଲିସ ଏସଆଇ ଜାଲିଆତି ମାମଲାରେ...

ୟୁନେସ୍କୋ ତାଲିକାରେ ଦୀପାବଳି

ନୂଆଦିଲ୍ଲୀ : ଭାରତର ସର୍ବବୃହତ ସାଂସ୍କୃତିକ ଉତ୍ସବ, ଦୀପାବଳିକୁ ୟୁନେସ୍କୋରେ ସାମିଲ...

Related Articles

Popular Categories