www.samajalive.in
Sunday, December 7, 2025
15.1 C
Bhubaneswar

ବୁର୍ଲା ସହରର ପ୍ଲାନେଟୋରିୟମ ନିକଟର ସ୍ମାର୍ଟ ପାର୍କ ଉଦଘାଟିତ

ବୁର୍ଲା : ସମ୍ବଲପୁର ମହାନଗର ନିଗମ ଅର୍ନ୍ତଭୁକ୍ତ ଶିକ୍ଷାରନଗରୀ ବୁର୍ଲା ସହରର ଏପିଜେ ଅବଦୁଲ କଲାମ ପ୍ଲାନେଟୋରିୟମ ନିକଟରେ ଟେକ୍ନୋଲୋଜି ବା ସ୍ମାର୍ଟ ପାର୍କ ନିର୍ମାଣ ପାଇଁ ଗତ ୨୦୨୧ ମସିହାରେ ମାର୍ଚ୍ଚ ମାସରେ ସୂଚନା ଦିଆ ଯାଇଥିଲା। ଜମି ମଧ୍ୟ ରାଜସ୍ୱ ବିଭାଗ ତରଫରୁ ବିଜ୍ଞାନି ଏବଂ କାରିଗରୀ ବିଭାଗକୁ ଜମି ହସ୍ତାନ୍ତର ପ୍ରକ୍ରିୟା ମଧ୍ୟ ହୋଇଥିଲା। ଗତ ଜୁନ ମାସରୁ ଏହାର କାମ ପ୍ରାୟତଃ ସମାପ୍ତ ହୋଇ ଯାଇଥିଲା। ଗୁରୁବାର ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ ସ୍ମାର୍ଟ ପାର୍କକୁ ଉଦଘାଟିତ କରିଥିବା ବେଳେ ଉଦଘାଟନୀ ସମାରୋହରେ ସମ୍ବଲପୁର ମହାନଗର ନିଗମ କମିଶନର ବେଦଭୁଷଣ ଏବଂ ଅତିରିକ୍ତ ଜିଲ୍ଲାପାଳ କର୍ଣ୍ଣ ସୁନା ଉପସ୍ତିତ ରହିଥିବା ବେଳେ ମହାନଗର ନିଗମ ଯନ୍ତ୍ରୀ ପ୍ରଫୁଲ୍ଲ ରାଇତୋ, ନିର୍ବାହି ଇଞ୍ଜିନିୟର ବିପିନ ବିହାରୀ ମହାନ୍ତି, କନିଷ୍ଠ ଯନ୍ତ୍ରୀ ଧନଞ୍ଜୟ ପଣ୍ଡା, ବୁର୍ଲା ସେକ୍ଟର ଅଧିକାରୀ ରଞ୍ଜିତ ପରିଡ଼ାଙ୍କ ସମେତ ଅନ୍ୟାନ୍ୟ ମାନେ ଉପସ୍ଥିତ ରହିଥିଲେ।
ଏହି କାର୍ଯ୍ୟକ୍ରମରେ ମିଶନ ଶକ୍ତି ମହିଳା ମାନେ, ଏସଆଇଜି, ସ୍ୱଚ୍ଛସାଥି, ସ୍ୱଚ୍ଛ ସୁପରଭାଇଜର ମାନେ ଏହି ଉଦଘାଟନୀ ସମାରୋହରେ ବହୁଳ ମାତ୍ରାରେ ଉପସ୍ଥିତ ରହିଥିଲେ। ସ୍ମାର୍ଟ ପାର୍କରେ ଛୋଟ ଏମ୍ପି ଥିଏଟର ରହିବା ସହିତ ପାଣି ଏଟିଏମ, ଶୌଚାଗାର ସୁବିଧା ସହିତ ଅନ୍ୟାନ୍ୟ ସମସ୍ତ ଉନ୍ନତମାନର ଶିକ୍ଷଣିୟ ଜ୍ଞାନକୌଶଳ ସହିତ ଶିଶୁମାନଙ୍କ ଖେଳିବା ପାଇଁ ବ୍ୟବସ୍ଥା ରହିଥିବା ଦେଖିବାକୁ ମିଳିଛି।

ତେବେ ଶିକ୍ଷାନଗରୀ ବୁର୍ଲାରେ ପୁଣି ଏକ ବିକାଶ ତଥା ସ୍ଥାନୀୟ ବାସୀନ୍ଦାଙ୍କ ପାଇଁ ସମୟ ଅତିବାହିତ କରିବାର ଫର୍ଦ୍ଦ ଯୋଡ଼ି ହୋଇଛି। ଇତିହାସର ଫର୍ଦ୍ଦକୁ ଓଲଟାଇ ଦେଖିଲେ ସୁଚନା ଥାଉକି ଟେକ୍ନୋଲୋଜି ସ୍ମାର୍ଟ ପାର୍କ ହେବା ସ୍ଥାନରେ ପୁର୍ବରୁ ଘାସ ଚାଷକୁ ପ୍ରୋତ୍ସାହିତ କରାଯିବା ପାଇଁ ଓ ଲୋକଙ୍କୁ ଘାସ ତଥା ତାର ଚାରା ଯୋଗାଇବା ପାଇଁ ୨୦୧୫-୧୬ ଆର୍ଥିକ ବର୍ଷରେ ପ୍ରାଣୀ ସମ୍ପଦ ବିକାଶ ପରିଷଦ ତରଫରୁ ବୁର୍ଲା ପ୍ରାଣୀ ଚିକିତ୍ସାଳୟରେ ଏକ ଏକର ସବୁଦିନିଆ ହାଇବ୍ରିଡ଼ ବା ନାପିୟର ଘାସ ଚାଷ ପାଇଁ ଅର୍ଥର ବ୍ୟବସ୍ଥା କରା ଯାଇଥିଲା।
ତେବେ ଏହି ଘାସଚାଷ ନାମରେ ରାଶିର ଅନିୟମିତତାର ଅନେକ ଫର୍ଦ୍ଦ ରହିଛି। ଘାସଚାଷ ଏକ ଏକର ବିଶିଷ୍ଟ ଜମିରେ କରାଯିବାକୁ ଥିବା ବେଳେ ପ୍ରାୟ ୧.୫ ଏକର ଜମିରେ ତାରବାଡ଼ ଲଗାଇ ଯାଇଥିଲା। ତେବେ ଏହି ବିଶାଳ ସ୍ମାର୍ଟ ପାର୍କ ପ୍ଲାନେଟୋରିୟମ ଏବଂ ପଶୁ ଚିକିତ୍ସା କେନ୍ଦ୍ର ମଧ୍ୟଭାଗରେ ରହିଛି। ଟେକ୍ନୋଲୋଜି ବା ସ୍ମାର୍ଟ ପାର୍କ ନିର୍ମାଣ କରାଯିବା ପାଇଁ ଗତ ୨୦୨୧ ମସିହା ମାର୍ଚ୍ଚ ମାସରେ ଏହା ପାଇଁ ଜମି ହସ୍ତାନ୍ତର ପ୍ରକ୍ରିୟା ହୋଇଥିଲା। ତେବେ ସେ ଯାହା ହେଉନା କାହିଁକି ଶିକ୍ଷାର ନଗରୀ ବୁର୍ଲା ସହରରେ ଏହି ସ୍ଥାନରେ ସାଇନ୍ସ ଏବଂ ଟେକ୍ନୋଲୋଜି ପାର୍କ କରାଯିବା ପାଇଁ ଦାବୀ ପୁର୍ବରୁ ହୋଇ ଆସୁଥିଲା। ତେବେ ଏହି ସ୍ଥାନରେ ଭିତ୍ତିପ୍ରସ୍ତର ସ୍ଥାପନ ପାଇଁ ବ୍ୟବସ୍ଥା ହୋଇଥିଲା ଏବଂ ଖାଲ ସ୍ଥାନରେ ମାଟି ଭର୍ତ୍ତି କରାଯିବା ଏହାର ନିର୍ମାଣ ପ୍ରକ୍ରିୟା ମଧ୍ୟ ଗତ ୨୦୨୧ ମସିହା ସେପ୍ଟେମ୍ବର ମାସରେ ଆରମ୍ଭ ହୋଇଥିଲା। ଏପରି ଏକ ଟେକ୍ନୋଲୋଜି ବା ସ୍ମାର୍ଟ ପାର୍କ ବୁର୍ଲା ସହରର ଏକ ଆବଶ୍ୟକତା କହିଲେ ଅତ୍ୟୁକ୍ତି ହେବ ନାହିଁ। ବିଶେଷକରି ଗତ ୨୦୧୯ ମସିହାରୁ ନିର୍ବାଚନ ପରେ ପରେ ସମ୍ବଲପୁର ସମେତ ଶିକ୍ଷାନଗରୀ ବୁର୍ଲା ସହରରେ ବିକାଶ ଧାରାରେ ଏକପ୍ରକାର ବିରାମ ଲାଗି ଯାଇଥିଲା ମାତ୍ର ପୁଣି ଆଗାମୀ ନିର୍ବାଚନକୁ ଆଖିଆଗରେ ରଖାଯାଇ ଅଟକି ରହିଥିବା କିଛି ଉନ୍ନୟନମୁଳକ କାମ ଆଗକୁ ବଢ଼ୁଥିବା ଦେଖିବାକୁ ମିଳିଛି। ତେବେ ଏହାର ପରିଚାଳନା ପାଇଁ ବର୍ତ୍ତମାନ ସୁଦ୍ଧା କୌଣସି ଚୁଡ଼ାନ୍ତ ବ୍ୟବସ୍ଥା କରାଯାଇ ନାହିଁ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories