www.samajalive.in
Saturday, December 6, 2025
26.1 C
Bhubaneswar

କେବେ ଉତ୍‌କ୍ଷେପଣ ହେବ ଆଦିତ୍ୟ-ଏଲ୍‌୧? ଦିନ ଓ ସମୟ​‌ ଘୋଷଣା କଲା ଇସ୍ରୋ

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ) ପକ୍ଷରୁ ମିଶନ୍‌ ସୂର୍ଯ୍ୟ ‘ଆଦିତ୍ୟ -ଏଲ୍‌୧’କୁ ନେଇ ସୋମବାର ବଡ଼ ଘୋଷଣା କରାଯାଇଛି। ଦେଶର ପ୍ରଥମ ସୂର୍ଯ୍ୟ ଅଭିଯାନ ‘ପିଏସଏଲଭି-ସି୫୭/ଆଦିତ୍ୟ -ଏଲ୍‌୧’ର ଉତ୍‌କ୍ଷେପଣ ତାରିଖ ଓ ସମୟ ସାମ୍ନାକୁ ଆସିଛି। ଇସ୍ରୋ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ସେପ୍ଟେମ୍ବର ୨ ତାରିଖ ଦିନ ୧୧ଟା ୫୦ ସମୟରେ ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟାରୁ ଉତ୍‌କ୍ଷେପଣ ହେବ ‘ଆଦିତ୍ୟ- ଏଲ୍‌୧’। ପଞ୍ଜୀକରଣ ପରେ ନାଗରିକମାନଙ୍କୁ ଶ୍ରୀହାରିକୋଟାରେ ଲଞ୍ଚ ଭ୍ୟୁ ଗ୍ୟାଲେରୀରୁ ଉତ୍‌କ୍ଷେପଣ ଦେଖିବାକୁ ନିମନ୍ତ୍ରଣ ମଧ୍ୟ କରାଯାଇଛି। ଚନ୍ଦ୍ରଯାନ-୩ ପରେ ଆଦିତ୍ୟ- ଖ୧କୁ ନେଇ ସାରା ଦେଶବାସୀ ଉତ୍ସାହିତ ରହିଛନ୍ତି।

ପୃଥିବୀଠାରୁ ପ୍ରାୟ ୧୫ ଲକ୍ଷ କିଲୋମିଟର ଦୂରରେ ଥିବା ସୂର୍ଯ୍ୟ-ପୃଥିବୀ ସିଷ୍ଟମର ଲାଗ୍ରେଞ୍ଜ ପଏଣ୍ଟ୧(ଏଲ୍‌୧) ନିକଟରେ ଏହି ମହାକାଶଯାନକୁ ଏକ ନିର୍ଦ୍ଧାରିତ କକ୍ଷପଥରେ ଅବସ୍ଥାପିତ କରାଯିବ। ସେଠାରେ କୌଣସି ଗ୍ରହଣ କିମ୍ବା ପରାଗର ପ୍ରଭାବ ପଡ଼ୁନଥିବାରୁ, ଏହା ଅହରହ ସୂର୍ଯ୍ୟ ଉପରେ ନଜର ରଖିବା ସହ ଗବେଷଣା ଜାରି ରଖିବ। ଏହାଦ୍ବାରା ସୌର ଗତିବିଧି ଉପରେ ନଜର ରଖିବା ସହ ମହାକାଶ ପାଣିପାଗ ଉପରେ ଏହାର ପ୍ରଭାବ ବିଷୟରେ ସଠିକ୍‌ ସମୟରେ ଗବେଷଣା କରାଯାଇପାରିବ। ଗବେଷଣା ପାଇଁ ଏଥିରେ ୭ଟି ପେ’ଲୋଡ୍ ବା ଯନ୍ତ୍ର ସୂର୍ଯ୍ୟ ନିକଟକୁ ପଠାଯିବ। ସୂର୍ଯ୍ୟର ଏଚ୍‌ଡି ଫଟୋ ଉଠାଇବା ସହ ‘ଆଦିତ୍ୟ ଏଲ-୧’ ସୂର୍ଯ୍ୟର ବାହ୍ୟସ୍ତର, ଚୁମ୍ବକୀୟ କ୍ଷେତ୍ର, ଇଲେକ୍ଟ୍ରୋମ୍ୟାଗ୍ନେଟିକ୍ କଣିକା ଓ ସୂର୍ଯ୍ୟର ପୃଷ୍ଠଦେଶ ସମ୍ପର୍କରେ ତଥ୍ୟ ସଂଗ୍ରହ କରିବ।

Hot this week

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

Related Articles

Popular Categories