www.samajalive.in
Thursday, December 11, 2025
27.1 C
Bhubaneswar

ଅରବିନ୍ଦ କେଜ୍‍ରିୱାଲ୍‍ଙ୍କ ଉପରକୁ ଲଙ୍କାଗୁଣ୍ଡ ମାଡ଼

ନୂଆଦିଲ୍ଳୀ: ଦିଲ୍ଳୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‍ରିୱାଲ୍‍ଙ୍କ ଉପରକୁ ଲଙ୍କାଗୁଣ୍ଡ ମାଡ଼ ହୋଇଛି। ଦିଲ୍ଳୀ ସଚିବାଳୟରେ ଏହି ଘଟଣା ଘଟିଥିବା ବେଳେ ଏହି କାଣ୍ଡ ଭିଆଇଥିବା ବ୍ୟକ୍ତିକୁ ତୁରନ୍ତ ଗିରଫ କରାଯାଇଛି। ଅଭିଯୁକ୍ତର ନାମ ଅନିଲ୍‍ କୁମାର ବୋଲି ପୁଲିସ କହିଛି। ତେବେ ଯୁବକ ଜଣକ କଣ ପାଇଁ ଏଭଳି କାଣ୍ଡ କରିବାକୁ ଉଦ୍ୟମ କରିଛି ତାହା ସ୍ପଷ୍ଟ ହୋଇନାହିଁ। ସୌଭାଗ୍ୟବଶତଃ ଏଥିରେ କେଜ୍‍ରିୱାଲ୍‍ଙ୍କ କୌଣସି କ୍ଷତି ହୋଇନାହିଁ।
ପୁଲିସ ସୂଚନା ଅନୁଯାୟୀ, କେଜ୍‍ରିୱାଲ୍‍ ମଧ୍ୟାହ୍ନ ଭୋଜନ ପାଇଁ ତାଙ୍କ ପ୍ରକୋଷ୍ଠରୁ ବାହାରୁଥିବା ବେଳେ ହଠାତ୍‍ ଏହି ଆକ୍ରମଣ ହୋଇଥିଲା। ଏହି ଘଟଣା ପରେ ଦିଲ୍ଳୀ ପୁଲିସର ଦକ୍ଷତାକୁ ନେଇ ପ୍ରଶ୍ନ କରିଛି ଆମ୍‍ ଆଦ୍‍ମୀ ପାର୍ଟି। ଏହାପୂର୍ବରୁ ମଧ୍ୟ ଅରବିନ୍ଦ କେଜ୍‍ରିୱାଲ୍‍ଙ୍କୁ କାଳି ମାଡ଼ କରାଯାଇଥିଲା।

Hot this week

ଥରୁଛି ସାରା ଓଡିଶା : ୧୦ ଡିଗ୍ରୀ ତଳେ ୧୬ ସହର

ଭୁବନେଶ୍ଵର : ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ୧୦ ଡିଗ୍ରୀ...

ବସ୍‌-ବାଇକ୍ ଧକ୍କା : ଦୁଇ ଛାତ୍ର ମୃତ

ପଦ୍ମପୁର: ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ପାଲୁପାଇ ନିକଟରେ ବସ୍- ବାଇକ୍...

ଗୋଆ ଅଗ୍ନିକାଣ୍ଡ : ମାଲିକ ଲୁଥ୍ରା ଭ୍ରାତାଙ୍କୁ ଅଟକ ରଖିଛି ଥାଇଲାଣ୍ଡ ପୁଲିସ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଫୁଲବାଣୀରେ ପ୍ରଥମ ତୁଷାରପାତ

ଫୁଲବାଣୀ : କନ୍ଧମାଳରେ ଏବେ ହାଡ଼ ଭଙ୍ଗା ଶୀତ ଅରମ୍ଭ ହୋଇଛି।...

ରାସ୍ତାକଡରେ ପୁଳା ପୁଳା ଔଷଧ: ସ୍ଵାସ୍ଥ୍ୟ ବିଭାଗର ତଦନ୍ତ

ବାଲେଶ୍ଵର: ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍। ଏଭଳି ଘଟଣା...

Related Articles

Popular Categories