www.samajalive.in
Tuesday, December 9, 2025
16.1 C
Bhubaneswar

ଅସ୍ଥାୟୀ ଝାଡ଼ୁଦାରଙ୍କ ଦ୍ଵାରା ଚାଲିଛି ଡାକ୍ତରଖାନା

ପାତ୍ରପୁର: ସରକାର ଲୋକଙ୍କୁ ଉତ୍ତମ ଚିକିତ୍ସା ସେବା ଯୋଗାଇବା ପାଇଁ ଗ୍ରାମାଞ୍ଚଳରେ ଡାକ୍ତରଖାନା ପ୍ରତିଷ୍ଠା କରୁଛନ୍ତି। ଲୋକଙ୍କୁ ମାଗଣା ଚିକିତ୍ସା ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରି ଔଷଧ ଦେଉଛନ୍ତି। ତେବେ ପାତ୍ରପୁର ବ୍ଲକର ତୁରୁବୁଡିଠାରେ ଦୀର୍ଘ ୧୨ ବର୍ଷ ପୂର୍ବେ ପ୍ରତିଷ୍ଠା ହୋଇଥିବା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ନୂତନ ଝାଡ଼ୁଦାରଙ୍କ ଦ୍ଵାରା ଚାଲିବା ଘଟଣା ସମସ୍ତଙ୍କୁ ଚକିତ କରିଛି।

ପାତ୍ରପୁର ବ୍ଲକର ତୁରୁବୁଡି ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ। ଏହାକୁ ଦେଖି ସରକାର ୨୦୧୧ରେ ଏକ ଡାକ୍ତରଖାନା ପ୍ରତିଷ୍ଠା କରିଥିଲେ। ତେବେ ଡାକ୍ତରଖାନା ପାଇଁ ଘରଟିଏ ନଥିବା ଯୋଗୁଁ ବସ ଷ୍ଟାଣ୍ଡ ନିକଟରେ ଥିବା ଗ୍ରାମର ଏକ ଯୁବକ ସଂଘ କାର୍ଯ୍ୟାଳୟରେ ଖୋଲି ଚିକିତ୍ସା କାର୍ଯ୍ୟ ଆରମ୍ଭ ହୋଇଥିଲା। ଏହାର ଚାରିବର୍ଷ ପରେ ଗ୍ରାମଠାରୁ ଅନତି ଦୂରରେ ଡାକ୍ତରଖାନା କୋଠା ନିର୍ମାଣ ହେବାପରେ ଉଦଘାଟନ ମଧ୍ୟ ହୋଇଥିଲା। ତେବେ ଏହି ନୂତନ କୋଠାରେ ବିଜୁଳି ପାଣି ଭଳି ସମସ୍ୟା ପୂରଣ ହୋଇନଥିଲା। ଯାହାରି ଫଳରେ ପୂର୍ବଭଳି ଗ୍ରାମ ଯୁବକ ସଂଘ ଘରେ କାର୍ଯ୍ୟ ଚାଲିଥିବା ବେଳେ ତିନି ବର୍ଷ ପୂର୍ବେ ଆନୁସଙ୍ଗିକ କାର୍ଯ୍ୟ ଶେଷ ପରେ ନୂତନ କୋଠାରେ କାର୍ଯ୍ୟ ଆରମ୍ଭ ହୋଇଥିଲା। ଏହି ଡାକ୍ତରଖାନା ଖୋଲିବା ଦିନଠାରୁ ଡାକ୍ତର ନାହାନ୍ତି। ପାଞ୍ଚ ବର୍ଷ ତଳେ ଜଣେ ଡାକ୍ତର ନିଯୁକ୍ତି ପାଇ ଦିନକ ପରେ ଅନ୍ୟତ୍ର ଡେପୁଟେସନରେ ଚାଲି ଯାଇଥିଲେ। ଏହା ପୂର୍ବରୁ ଜଣେ ସ୍ୱାସ୍ଥ୍ୟକର୍ମୀ କିଛି ବର୍ଷ ଡାକ୍ତରଖାନାରେ କାର୍ଯ୍ୟ କରୁଥିବା ବେଳେ ସେ ଦୀର୍ଘ ଦିନ ହେଲା ବଦଳି ହୋଇ ଚାଲି ଯାଇଛନ୍ତି। ଏହାପରେ ରେଡକ୍ରସ ସହାୟତାରେ ଜଣେ ଫାର୍ମାସିଷ୍ଟ ସ୍ୱଳ୍ପ ଦରମାରେ କିଛି ବର୍ଷ କାର୍ଯ୍ୟ କରି ବର୍ଷକ ତଳେ ଚାଲି ଯାଇଛନ୍ତି। ଏହି ଡାକ୍ତରଖାନାରେ କର୍ମଚାରୀଙ୍କ ପାଇଁ ବାସଗୃହ, ଲେବର ରୁମ୍ ନିର୍ମାଣ ହେବା ସହିତ ଅନ୍ୟ କେତୋଟି କୋଠା ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଛି। ଡାକ୍ତରଖାନାରେ ଡାକ୍ତର, ଫାର୍ମାସିଷ୍ଟ, ନର୍ସ ପଦବୀ ସହ ଅନ୍ୟ ପଦବୀ ଖାଲି ପଡ଼ିଛି। ଏବେ ଜଣେ ଅସ୍ଥାୟୀ ଝାଡୁଦାର ଡାକ୍ତରଖାନାରେ ଅଛନ୍ତି। ଏହି ଅବସ୍ଥା ଦେଖି ରୋଗୀ ଡାକ୍ତର ପାଖକୁ ନ ଆସି ଗ୍ରାମରେ ଡାକ୍ତର ସାଜି ଚିକିତ୍ସା କରୁଥିବା କ୍ୟାକ୍ ଦ୍ବାରା ଚିକିତ୍ସା କରାଇ ଫେରୁଥିବା ଲକ୍ଷ୍ୟ କରାଯାଉଛି। ତୁରୁବୁଡି ଡାକ୍ତରଖାନା ଉପରେ ତୁରୁବୁଡି, ଆଙ୍କୁଲି, ଭ୍ରମରପୁର ସମେତ ଗଜପତି ଜିଲ୍ଲାର ବହୁ ଆଦିବାସୀ ଗ୍ରାମର ଲୋକମାନେ ସ୍ୱାସ୍ଥ୍ୟସେବା ପାଇଁ ନିର୍ଭରଶୀଳ। ପୂର୍ବରୁ ଏହି ଡାକ୍ତରଖାନାକୁ ଖାରିଆଗୁଡା ଡାକ୍ତରଖାନାରୁ ଡାକ୍ତରଙ୍କୁ ପାଳି କରି ପଠାଯାଉଥିଲା। ଏବେ ଖାରିଆଗୁଡାଠାରେ ଦୁଇଜଣ ଡାକ୍ତର ସମେତ ଅନ୍ୟ କର୍ମଚାରୀ ଅଛନ୍ତି। ଏଣୁ ଡାକ୍ତର ନିଯୁକ୍ତ ପର୍ଯ୍ୟନ୍ତ ଖାରିଆଗୁଡା ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତରଙ୍କୁ ଏହି ଡାକ୍ତରଖାନାକୁ ସପ୍ତାହକୁ ଦୁଇ ଦିନ ପଠାଇଲେ ଗରିବ ଲୋକମାନେ ଚିକିତ୍ସା ପାଇପାରିବେ ବୋଲି ଅଞ୍ଚଳବାସୀ ମତ ପ୍ରକାଶ କରିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories