www.samajalive.in
Monday, December 8, 2025
17.1 C
Bhubaneswar

ସୁ-ପୋଷଣ ପ୍ରକଳ୍ପ ପୋଷଣ ଉପରେ ପ୍ରଶିକ୍ଷଣ କାର୍ଯକ୍ରମ

ପାଟଣା: ଆଇଜିଏସଏସଏସ ତରଫରୁ ଚାଲିଥିବା ସୁ-ପୋଷଣ ପ୍ରକଳ୍ପର ପୋଷଣ ଉପରେ ଏକ ଦିବସୀୟ ପ୍ରଶିକ୍ଷଣ ଶିବିର କୁଆଝରଣ ଠାରେ ଆଜି ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟତଃ ଗର୍ଭବତୀ, ପ୍ରସୂତି, ଶିଶୁ ଓ କିଶୋରୀ ମାନଙ୍କୁ କିପରି ସୁପୋଷିତ କରାଯାଇ ପାରିବ ତାହା ଉପରେ ଶିବିରାର୍ଥି ମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା। ପରାମର୍ଶଦାତା ଶିବନାଥ ପ୍ରଧାନ ଯୋଗ ଦେଇ ତାଲିମର ଲକ୍ଷ୍ୟ, ଉଦ୍ଦେଶ୍ୟ ବିଷୟରେ ଧାରଣା ଦେଇଥିଲେ। ପ୍ରଶିକ୍ଷକ ଭାବେ କୃଷ୍ଣଚନ୍ଦ୍ର ବାରିକ ଯୋଗ ଦେଇ ପ୍ରଥମ ୧ ହଜାର ଦିନର ଗୁରୁତ୍ଵ, କୁ-ପୋଷଣ ଚକ୍ର, ସ୍ତନ୍ୟପାନର ଗୁରୁତ୍ଵ ଓ ଖାଦ୍ୟର ବିବିଧତା ଉପରେ ବିଭିନ୍ନ ପ୍ରଣାଳୀ ମାଧ୍ୟମରେ ବୁଝାଇଥିଲେ। ଏଥିରେ ନୋଲ, କୁଆଝରଣ, ଗୟଳମୁଣ୍ଡା ଓ କୁଲାଡେରାର ଅଙ୍ଗନୱାଡି କର୍ମୀ, ଆଶା ଦିଦି ଓ କିଶୋରୀ ବାଳିକା ଗଣ ମୋଟ ୩୭ ଜଣ ସାମିଲ ହୋଇଥିଲେ। କାର୍ଯକ୍ରମକୁ ଶ୍ରୀମତି ଜୁଆଙ୍ଗ, ଶକୁନ୍ତଳା ଜୁଆଙ୍ଗ, ମଳୟ ଜୁଆଙ୍ଗ ଗ୍ରାମ୍ୟ ସେଚ୍ଛାସେବି ମାନେ ପରିଚାଳନା କରିଥିଲେ।

Hot this week

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

Related Articles

Popular Categories