www.samajalive.in
Tuesday, December 9, 2025
17.1 C
Bhubaneswar

ସର୍ବାଧିକ ପ୍ରଭାବଶାଳୀ ବ୍ୟକ୍ତିତ୍ୱ ତାଲିକାରେ ବିଗ୍‍ ବି-ଦୀପିକା ଶୀର୍ଷରେ

ମୁମ୍ବଇ : ବଲିଉଡ଼ ଅଭିନେତା ଅମିତାଭ ବଚ୍ଚନ ଓ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ ବଲିଉଡ଼ ଓ କ୍ରୀଡ଼ା ଜଗତରେ ଦେଶର ସବୁଠାରୁ ପ୍ରଭାବଶାଳୀ ବ୍ୟକ୍ତିତ୍ୱ ଭାବେ ଚୟନ କରାଯାଇଛି। ଆନ୍ତରାଷ୍ଟ୍ରୀୟ ଡାଟା ଏନାଲିଟିକ୍ସ କମ୍ପାନୀ ୟୁଗୋଭର ପ୍ରଭାବଶାଳୀ ବ୍ୟକ୍ତିତ୍ୱଙ୍କ ତାଲିକା ୨୦୧୮ରେ ଏହି ସୂଚନା ଦିଆଯାଇଛି। ଏହି ତାଲିକା ୟୁଗୋଭ ଦ୍ୱାରା ଅନଲାଇନ ଏକାଠି କରାଯାଇଥିôଲା ମତଦାନ ଉପରେ ଆଧାରିତ।

ଏଥିରେ ବଲିଉଡ଼ ଓ କ୍ରୀଡ଼ା ଜଗତର ପ୍ରାୟ ୬୦ଜଣ ମହାନ ବ୍ୟକ୍ତିତ୍ୱଙ୍କୁ ନେଇ ଲୋକମାନଙ୍କ ଧାରଣା କ’ଣ ରହିଛି ତାହା ଜାଣିବାର ପ୍ରୟାସ କରାଯାଇଥିଲା ଓ ସେମାନଙ୍କୁ ମତଦାନରେ ସାମିଲ କରାଯାଇଥିଲା। ଭାରତରେ ୧,୯୪୮ ଜଣ ଏହି ସର୍ବେକ୍ଷଣରେ ଭାଗ ନେଇଥିଲେ। ଏହି ସର୍ବେକ୍ଷଣରେ କଳାକାର ଓ କ୍ରୀଡ଼ାବିତ୍‍ ମାନଙ୍କର ନିଜ ନିଜ କ୍ଷେତ୍ରରେ ପ୍ରଭାବ, ସଚେତନତା, ସମାନତା ଆଦିକୁ ନେଇ ତାଲିକା ପ୍ରସ୍ତୁତ କରାଯାଇଥିଲା। ଏହି କ୍ଷେତ୍ରମାନଙ୍କରେ ସ୍ୱାସ୍ଥ୍ୟ ସେବା ଓ ସୌନ୍ଦର୍ଯ୍ୟ ପ୍ରସାଧନ, ଟେକ୍ନୋଲୋଜି/ଯାନବାହନ, ଫ୍ୟାଶନ, ପରିଧାନ ଓ ତା’ସହ ଜଡ଼ିତ ବସ୍ତୁ, ଖାଦ୍ୟ ପେୟ ପଦାର୍ଥ ଓ ଯାତ୍ରା ତଥା ଆର୍ôଥକ ସେବା ସାମିଲ ଥିଲା।

- Advertisement -

ତାଲିକାର ପ୍ରଥମ ସ୍ଥାନରେ ଅମିତାଭ ବଚ୍ଚନ ଅଛନ୍ତି। ତାଙ୍କ ପରେ ଦ୍ୱିତୀୟ ସ୍ଥାନରେ ଦୀପିକା ପାଦୁକୋନ ରହିଛନ୍ତି। ସେହିପରି ତୃତୀୟ ଓ ଚତୁର୍ଥ ସ୍ଥାନରେ ମହେନ୍ଦ୍ର ସିଂ ଧୋନୀ ଓ ସଚିନ ତେନ୍ଦୁଲକର ଅଛନ୍ତି। ଅକ୍ଷୟ କୁମାର-୫ମ, ବିରାଟ କୋହଲୀ-୬ଷ୍ଠ, ଅମିର ଖାନ-୭ମ ଓ ଶାହାରୁଖ ଖାନ-୮ମ ସ୍ଥାନରେ ରହିଛନ୍ତି। ଆଲିୟା ଭଟ୍ଟ ଓ ପ୍ରିୟଙ୍କା ଚୋପଡ଼ା ଯଥାକ୍ରମେ ୯ମ ଓ ୧୦ମ ସ୍ଥାନରେ ରହିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories