www.samajalive.in
Tuesday, December 9, 2025
16.1 C
Bhubaneswar

ସିବିଆଇ ମାମଲା:ଆଲୋକ ବର୍ମାଙ୍କ ଉତ୍ତର ଲିକ୍‍; ସୁପ୍ରିମ କୋର୍ଟରେ ଶୁଣାଣି ଘୁଞ୍ଚିଲା

ନୂଆଦିଲ୍ଲୀ: ସୁପ୍ରିମ କୋର୍ଟରେ ମଙ୍ଗଳବାର ସିବିଆଇ ମାମଲାର ଶୁଣାଣି ଘୁଞ୍ଚି ଯାଇଛି। ସିବିଆଇ ନିର୍ଦେଶକ ଆଲୋକ ବର୍ମାଙ୍କ ମାମଲାର ଶୁଣାଣି ୨୯ ନଭେମ୍ବର ପର୍ଯ୍ୟନ୍ତ ଘୁଞ୍ଚି ଯାଇଛି। କୋର୍ଟ ପ୍ରାରମ୍ଭରେ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ନିର୍ଦେଶକଙ୍କ ଉତ୍ତର ଗଣମାଧ୍ୟମରେ ଲିକ୍‍ କିପରି ହେଲା ବୋଲି ଅସନ୍ତୋଷ ପ୍ରକାଶ କରିଥିଲେ। ସର୍ବୋଚ୍ଚ ନ୍ୟାୟାଳୟକୁ ପ୍ରଦାନ କରାଯାଉ ଥିବା ସିଲ ବନ୍ଦ ଉତ୍ତର ଯଦି ଲିକ୍‍ ହୋଇ ଯାଉଛି ତେବେ ଏଭଳି ମାମଲାର ଶୁଣାଣିର ଆବଶ୍ୟକତା କ’ଣ ବୋଲି ପ୍ରଧାନ ବିଚାରପତି ପାଲଟା ପ୍ରଶ୍ନ କରିଥିଲେ।
ମଙ୍ଗଳବାର ପୂର୍ବାହ୍ନରେ କୋର୍ଟ ଆରମ୍ଭ ହେବା ପରେ ସିବିଆଇ ନିର୍ଦେଶକ ଆଲୋକ ବର୍ମାଙ୍କ ଆଇନଜୀବୀ ଫଲ୍ଲୀ ନରୀମନଙ୍କୁ କିଛି ଦସ୍ତାବିଜ୍‍ ପ୍ରଦାନ କରିଥିଲେ। ଜଣେ ବରିଷ୍ଠ ଆଇନଜୀବୀ ଭାବେ ଉକ୍ତ ଦସ୍ତାବିଜକୁ ପଢିବା ପାଇଁ ପ୍ରଧାନ ବିଚାରପତି ତାଗିଦ୍‍ କରିଥିଲେ। ଆଇନଜୀବୀ ନରୀମନ ଉକ୍ତ ଦସ୍ତାବିଜ ପଢିବା ପରେ ଯେଉଁ ଦସ୍ତାବିଜ୍‍ ଆପଣ ପାଠ କଲେ ତାହା ସିଲ ବନ୍ଦ ହୋଇ ସୁପ୍ରିମ କୋର୍ଟରେ ଦାଖଲ କରାଯାଇ ଥିଲା। ତେବେ ଏହା ସର୍ବସାଧାରଣରେ ପ୍ରକାଶିତ ହେଲା କିପରି ବୋଲି ପ୍ରଧାନ ବିଚାରପତି ଆଇନଜୀବୀ ନରୀମନଙ୍କୁ ପ୍ରଶ୍ନ କରିଥିଲେ। ଏହାର ଉତ୍ତରରେ ନରୀମନ ଏ ସମ୍ପର୍କରେ ତାଙ୍କ ପାଖରେ କୌଣସି ସୂଚନା ନାହିଁଁ ବୋଲି ଉତ୍ତର ରଖିଥିଲେ। ନରୀମନ ରିପୋର୍ଟ ଲିକ୍‍ ସମ୍ପର୍କରେ ପ୍ରଧାନ ବିଚାରପତିଙ୍କ ସମ୍ମୁଖରେ କ୍ଷୋଭ ପ୍ରକାଶ କରିବା ସହ ଗଣମାଧ୍ୟମରେ ଏଭଳି ଗୋପନୀୟ ଦସ୍ତାବିଜ ପ୍ରକାଶିତ ହେବାକୁ ନେଇ ଦୁଃଖ ପ୍ରକାଶ କରିଥିଲେ। ସୁପ୍ରିମ କୋର୍ଟରେ ସିଲ ବନ୍ଦ ରିପୋର୍ଟ ସାର୍ବଜନୀନ ହେବା ଘଟଣାକୁ ସୁପ୍ରିମ କୋର୍ଟ ଗୁରୁତ୍ୱର ସହ ନେବା ସହ ଏହାର ଶୁଣାଣି ୨୯ନଭେମ୍ବରକୁ ଘୁଞ୍ଚାଇ ଦେଇଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories