କଲମପୁର: ଜିଲ୍ଲା ପ୍ରଶାସନ ମହିଳା ଓ ଶିଶୁ ବିକାଶ ବିଭାଗ ଆନୁକୂଲ୍ୟରେ କଲମପୁର ଏବଂ ଇଛାପୁର ଆର.ଏମ.ସି ୟାର୍ଡ ଠାରେ ଦୁଇଟି ପର୍ଯ୍ୟାୟରେ ପୋଷଣ ଅଭିଯାନ ସମ୍ବନ୍ଧୀୟ ସଚେତନାତ ଶିବିର ଅନୁଷ୍ଠିତ ହେଇଯାଇଛି। କଲମପୁର ଆର.ଏମ.ସି ୟାର୍ଡ ଠାରେ ପ୍ରଥମ ପର୍ଯ୍ୟାୟ ଏବଂ ଇଛାପୁର ଆର.ଏମ.ସି ୟାର୍ଡ ଠାରେ ଦ୍ୱିତୀୟ ପର୍ଯ୍ୟାୟ ଅନୁଷ୍ଠିତ ହେଇଥିଲା। ମହିଳା ଓ ଶିଶୁ ବିକାଶ ଅଧିକାରିଣୀ ପ୍ରତୀମା ରାଣୀ ଦାସଙ୍କ ଉପସ୍ଥିତିରେ ଆୟୋଜିତ ଏହି ଶିବିରରେ ନିରୋଗ ତଥା ସୁସ୍ଥ ଶରୀର ପାଇଁ ପୁଷ୍ଠିକର ଖାଦ୍ୟ କେତେ ଜରୁରୀ ସେନେଇ ଉପସ୍ଥିତ ସାଧାରଣ ଜନାତଙ୍କୁ ଅବଗତ କରାଯାଇଥିଲା। କଲମପୁର ଠାରେ ଆୟୋଜିତ ଏହି ଶିବିରରେ ବନ୍ଧକନା, ହାରାମାଲ, ପଣ୍ଡିଗାଁ ଏବଂ କଲମପୁର ପଂଚାୟତର ସମସ୍ତ ଅଙ୍ଗନୱାଡି କର୍ମୀଙ୍କ ସମେତ କିଶୋରୀ ବାଳିକା ଏବଂ ସମସ୍ତ ହିତାଧିକାରୀ ମାନେ ଯୋଗ ଦେଇଥିଲେ। ସେହି ଭଳି ଇଛଆପୁର ଆର.ଏମ.ସି ୟାର୍ଡ ଠାରେ ଆୟୋଜିତ ଦ୍ୱିତୀୟ ପର୍ଯୟାୟରେ ଇଛାପୁର, କେନ୍ଦୁଗୁଡା, ବାଲିଛଡା, ବଙ୍କାପଲା, ଦେପୁର, ଘର୍ଲା ଏବଂ କଦଳିଚୁଆଁ ଅଂଚଳର ସମସ୍ତ ଅଙ୍ଗନୱାଡି କର୍ମୀଙ୍କ ସମେତ ଶିଶୁ , କିଶୋରୀ ବାଲିକା ଏବଂ ମହିଳା ମାନେ ଯୋଗ ଦେଇ ବିଭାଗ ଦ୍ୱାରା ନିଆଯାଉଥିବା ବିଭିନନ ଯୋଜନା ସମ୍ବନ୍ଧରେ ଅବଗତ ହୋଇଥିଲେ।
Popular Categories



