www.samajalive.in
Wednesday, December 10, 2025
26.1 C
Bhubaneswar

ବଣ୍ଡା ଘାଟିରୁ ଆସିଲା ଅଭାବନୀୟ ଚିତ୍ର, ପୁଣି କାନ୍ଧରେ ବୁହାହେଲେ ଗର୍ଭବତୀ

ମାଲକାନଗିରି: ମାଲକାନଗିରି ଜିଲା ବଣ୍ଡା ଘାଟିରୁ ଆସିଲା ଅଭାବନୀୟ ଚିତ୍ର। ପୁଣି କାନ୍ଧରେ ବୁହାହେଲେ ଗର୍ଭବତୀ। ଖଇରପୁଟ ବ୍ଲକ ମୁଦୁଲିପଡା ଅର୍ଥାତ ବଣ୍ଡା ଘାଟିର କିଚପଡା ଗାଁର ବାବୁ କ୍ରିସାନିଙ୍କ ସ୍ତ୍ରୀ ଶୁକ୍ରୀ କ୍ରିସାନିଙ୍କୁ ଆଜି ସକାଳେ ଗର୍ଭ ଯନ୍ତ୍ରଣା ହେବାରୁ ୧୦୮କୁ କଲ କରିଥିଲେ। କିନ୍ତୁ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଗାଁ ଠାରୁ ପ୍ରାୟ ୮ କିମି ଦୂରରେ ଅଟକି ରହିଯାଇଥିଲା। ଚାଷ ବାସ ସମୟ ଥୁବାରୁ ଗାଁରେ କୌଣସି ଲୋକ ଉପସ୍ଥିତ ନଥିଲେ। ତେଣୁ ବିଳମ୍ବ ନ କରି ନିଜେ ଆମ୍ବୁଲାନ୍ସ ଡ୍ରାଇଭର ନରେସ ସର୍ଦାର ଗାଁ କୁ ଯାଇ କାଉଡ଼ିରେ ଭାର କରି ଶୁକ୍ରୀଙ୍କୁ ଖଇରପୁଟ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚାଇଥିଲେ। ଶୁକ୍ରୀଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଡାକ୍ତର ପରାମର୍ଶ କ୍ରମେ ପୁଣି ତାଙ୍କୁ ମାଥିଲି ମେଡିକାଲ ରେ ପହଞ୍ଚାଇଛନ୍ତି ନରେସ। ଏଭଳି ସେବା ମାନବୃତି ପାଇଁ ସବୁ ମହଲରେ ପ୍ରଶଂସା ସାଉଁଟୁଛନ୍ତି ଆମ୍ବୁଲାନ୍ସ ଡ୍ରାଇଭର ନରେଶ ସରଦାର।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories