www.samajalive.in
Tuesday, December 9, 2025
17.1 C
Bhubaneswar

ଜିଏସଟି ସଂଶୋଧନ ବିଲ୍‌‌-୨୦୨୩କୁ ସମ୍ମତି ପ୍ରଦାନ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କେନ୍ଦ୍ରୀୟ ସାମଗ୍ରୀ ଓ ସେବା କର ସଂଶୋଧନ ବିଲ୍‌‌-୨୦୨୩ ଓ ସମନ୍ୱିତ ସାମଗ୍ରୀ ଓ ସେବା କର ସଂଶୋଧନ ବିଲ୍‌‌- ୨୦୨୩କୁ ସମ୍ମତି ପ୍ରଦାନ କରିଛନ୍ତି । ଏହି ୨ଟି ଯାକ ବିଲ୍‌‌ ଅଳ୍ପଦିନ ପୂର୍ବେ ପାର୍ଲାମେଣ୍ଟରେ ଗୃହୀତ ହୋଇଥିଲା । ୨୦୧୭ର କେନ୍ଦ୍ରୀୟ ସାମଗ୍ରୀ ଓ ସେବା କର ଆଇନ ସ୍ଥାନରେ କେନ୍ଦ୍ରୀୟ ସାମଗ୍ରୀ ଓ ସେବା କର ବିଲ୍‌‌- ୨୦୨୩’ ଲାଗୁ ହେବ । ସେହିଭଳି ସମନ୍ୱିତ ସାମଗ୍ରୀ ଓ ସେବା କର ସଂଶୋଧନ ବିଲ୍‌‌-୨୦୨୩’, ୨୦୧୭ର ସମନ୍ୱିତ ସାମଗ୍ରୀ ଓ ସେବାକର ଆଇନରେ ସଂଶୋଧନ ଆଣିବ । କେନ୍ଦ୍ରୀୟ ସାମଗ୍ରୀ ଓ ସେବାକର ସଂଶୋଧନ ବିଲ୍‌‌-୨୦୨୩ ଅନ୍‌‌ଲାଇନ୍‌‌ ଗେମିଙ୍ଗ୍‌‌, ଅନ୍‌‌ଲାଇନ୍‌‌ ମନି ଗେମିଙ୍ଗ୍‌‌, ଓ ଭର୍ଚୁଆଲ ଡିଜିଟାଲ ଆସେଟ୍‌‌ସ ର ସଂଜ୍ଞା ନିର୍ଦ୍ଧାରଣ କରିଛି। ବିଲ୍‌‌ର ନିୟମାନୁସାରେ ଅନଲାଇନ୍‌‌ ଗେମିଙ୍ଗ୍‌‌ ଅର୍ଥ ହେଉଛି ଇଣ୍ଟରନେଟ୍‌‌ରେ ଏକ ଗେମ୍‌‌ ଯୋଗାଇବା । ସମନ୍ୱିତ ସାମଗ୍ରୀ ଓ ସେବାକର ଆଇନ ୨୦୨୩ରେ ଅନଲାଇନ୍‌‌ ମନି ଗେମିଙ୍ଗ୍‌‌କୁ ଅନ୍‌‌ଲାଇନ୍‌‌ ଇନ୍‌‌ଫର୍ମେସନ୍‌‌ ଆଣ୍ଡ୍‌‌ ଡାଟା ଆକ୍‌‌ସେସ୍‌‌ ର ସଂଜ୍ଞା ମଧ୍ୟରୁ ପୃଥକ କରୁଛି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories