www.samajalive.in
Monday, December 8, 2025
27.1 C
Bhubaneswar

ମଣିପୁର ହିଂସା: ରାଜ୍ୟପାଳଙ୍କୁ ରିପୋର୍ଟ ଦେଲା ସିଆରପିଏଫ

ଡେସ୍କ: ମଣିପୁରରେ ଗତ ୩ ମାସ ତଳେ ସୃଷ୍ଟି ହୋଇଥିବା ହିଂସାରେ ଅନେକ ଲୋକଙ୍କ ଜୀବନ ଯାଇଥିବା ବେଳେ ଆଜି ମଧ୍ୟ ୩ ଜଣଙ୍କ ମୃତ୍ୟୁ ଘଟିଛି। ତେବେ ଦଙ୍ଗା ଓ ଏହାର ପରବର୍ତ୍ତୀ ପରିସ୍ଥିତି ସମ୍ପର୍କରେ ମଣିପୁର-ନାଗାଲାଣ୍ଡ ସିଆରପିଏଫ୍‌‌ ଆଇଜି, ରାଜ୍ୟପାଳ ସୁଶ୍ରୀ ଅନୁସୂୟା ଉଇକେଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି। ଏହି ରିପୋର୍ଟ ଅନୁଯାୟୀ, ସିଆର୍‌‌ପିଏଫ୍‌‌ ପକ୍ଷରୁ ପରିସ୍ଥିତି ଉପରେ କଡ଼ା ନଜର ରଖାଯାଇଥିବା ଜଣାପଡ଼ିଛି। ହିଂସା ପ୍ରଭାବିତ ଲୋକମାନଙ୍କୁ ସାହାଯ୍ୟ ସହଯୋଗ ଯୋଗାଇ ଦେବା କ୍ଷେତ୍ରରେ ସି.ଆର୍‌‌.ପି.ଏଫ୍‌‌. ପ୍ରମୁଖ ଭୂମିକା ଗ୍ରହଣ କରୁଛି। ଗତ ୩ ମାସ ମଧ୍ୟରେ ସେଠାରେ ଶାନ୍ତି ସ୍ଥାପନ ଏବଂ ସ୍ୱାଭାବିକତା ଫେରାଇ ଆଣିବା ଲାଗି ସିଆର୍‌ପିଏଫ୍‌‌ ଉଦ୍ୟମ କରୁଥିବା ରିପୋର୍ଟରେ ଦର୍ଶାଯାଇଛି। ରାଜ୍ୟପାଳ ଏନେଇ ରିଲିଫ୍‌‌ ଶିବିରରେ ରହୁଥିବା ଲୋକମାନଙ୍କୁ ଆବଶ୍ୟକ ଦ୍ରବ୍ୟ ପ୍ରଦାନ ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଏହାଛଡ଼ା ସେଠାକାର ଆଞ୍ଚଳିକ ଭେଷଜ ବିଜ୍ଞାନ ପ୍ରତିଷ୍ଠାନ ପକ୍ଷରୁ ମଧ୍ୟ ରାଜ୍ୟପାଳଙ୍କୁ ତଥ୍ୟ ପ୍ରଦାନ କରାଯାଇଛି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories