www.samajalive.in
Monday, December 8, 2025
17.1 C
Bhubaneswar

ବଡହଳ ଶିଶୁ ଉଦ୍ୟାନ ଉଦ୍‌‌ଘାଟିତ

କେନ୍ଦୁଝରଗଡ଼: ଜିଲା ଖଣିଜ ପ୍ରତିଷ୍ଠାନ (ଡିଏମଏଫ୍‌‌) ପାଣ୍ଠିରୁ ପ୍ରାୟ ଦେଢ଼ କୋଟି ଟଙ୍କା ବ୍ୟୟରେ କେନ୍ଦୁଝରଗଡ଼ ପୌରପାଳିକା ୧୭ନଂ ୱାର୍ଡ ବଡହଳ ଠାରେ ନବନିର୍ମିିତ ଉଦ୍ୟାନ ପାର୍କକୁ ସ୍ୱାଧିନତା ଦିବସ ଅବସରରେ ସହରବାସୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ କରାଯାଇଛି। କେନ୍ଦୁଝରଗଡ଼ ପୌରପାଳିକାର ଉପାଧ୍ୟକ୍ଷ ବରଦା ପ୍ରସନ୍ନ ଦାସ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି ନବନିର୍ମିିତ ପାର୍କକୁ ଉଦ୍‌‌ଘାଟନ କରିବା ଅବସରରେ ସହରବାସୀଙ୍କ ବିଶେଷକରି ଶିଶୁମାନଙ୍କ ଅବସର ବିନୋଦନ ପାଇଁ ଏହି ପାର୍କ ଖୋରାକ ଯୋଗାଇବ ବୋଲି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲାପାଳ ଆଶିଷ ଠାକରେ, ଏସ୍‌‌.ପି. ନିତିନ କୁଶଲକର, କେନ୍ଦୁଝର ବନଖଣ୍ଡ ଅଧିକାରୀ ଧନରାଜ ଏଚ୍‌‌.ଡି, ପୌରନିର୍ବାହୀ ଅଧିକାରୀ ମଧୁସ୍ମୀତା ସାମନ୍ତରାୟ, ପୂର୍ବତନ ନଗରପାଳ ମୀନା ମାଝୀ, ସ୍ଥାନୀୟ କାଉନସିଲର ମୋନାଲିସା ଷଡଙ୍ଗୀ, କାଉନସିଲର ଅବିନାଶ ମିଶ୍ର, ହେମନ୍ତ କୁମାର ପତି, ଭଗବାନ ନାଏକ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories