ମିଚିଗାନ୍: ଦୀର୍ଘତମ ସ୍ମଶୃର ଅଧିକାରୀ ମହିଳା ଭାବେ ଗିନିଜ୍ ବୁକ୍ ରେକର୍ଡରେ ସ୍ଥାନ ପାଇଛନ୍ତି ଆମେରିକୀୟ ପ୍ରଦେଶ ମିଚିଗାନ୍ ନିବାସୀ ୩୮ ବର୍ଷୀୟା ଏରିନ୍ ହନିକଟ୍। ତାଙ୍କ ଶ୍ମଶ୍ରୁ (ଦାଢ଼ି)ର ଲମ୍ବ ୧୧.୮ ଇଞ୍ଚ ରେକର୍ଡ କରାଯାଇଛି। ପିଲାବେଳୁ ଏରିନ୍ଙ୍କର ନିଶ ଦାଢ଼ି ନଥିଲା; କିନ୍ତୁ ୧୩ ବର୍ଷ ବୟସରୁ ତାଙ୍କ ଶରୀରରେ ପଲିସିଷ୍ଟିକ୍ ଓଭାରିଆନ୍ ସିନ୍ଡ୍ରମ୍ ଲକ୍ଷ୍ୟ କରାଯାଇଥିଲା। ଏହାଦ୍ବାରା ହରମୋନ୍ ଅସନ୍ତୁଳନ ଯୋଗୁଁ ନିଶ ଦାଢ଼ି ବଢ଼ିବାରେ ଲାଗିଥିଲା। ପ୍ରଥମେ ସେ ଦିନକୁ ପ୍ରାୟ ତିନି ଥର ଖିଅର ହେବା ସହ ୱାକ୍ସିଂ କରୁଥିଲେ ଓ ହେୟାର ରିମୁଭର ବ୍ୟବହାର କରୁଥିଲେ; କିନ୍ତୁ ଏସବୁ କାମ ଦେଲା ନାହିଁ। କ୍ରମଶଃ ରକ୍ତଚାପ ବୃଦ୍ଧି ସହ ତାଙ୍କର ଦୃଷ୍ଟିଶକ୍ତି ପ୍ରଭାବିତ ହେବାରୁ ସେ ଏହାକୁ ବନ୍ଦ କରିଦେଲେ ଓ ଆଉ ଦାଢ଼ି କାଟିଲେ ନାହିଁ। କବକ ସଂକ୍ରମଣ ଯୋଗୁଁ ତାଙ୍କର ଗୋଟିଏ ଗୋଡ଼ ମଧ୍ୟ କଟାଯାଇଥିଲା। ନିକଟରେ ସେ ୭୫ ବର୍ଷୀୟା ଭିଭିଆନ୍ ହ୍ବିଲରଙ୍କ ରେକର୍ଡ ଭାଙ୍ଗିଛନ୍ତି। ହ୍ବିଲରଙ୍କର ୧୦.୦୪ ଇଞ୍ଚ ଲମ୍ବ ଦାଢ଼ି ଥିଲା।
Popular Categories



