www.samajalive.in
Thursday, December 11, 2025
27.1 C
Bhubaneswar

ଗଛ କଟା ବନ୍ଦ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ

ଢେଙ୍କାନାଳ: ବିୟର ଫ୍ୟାକ୍ଟ୍ରି ପାଇଁ ଓଡପଡା ବ୍ଲକ ବଳରାମପୁର ନକଟସ୍ଥ ଜଙ୍ଗଲରେ ଚାଲିଥିବା ଗଛ କଟା ବନ୍ଦ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ନିର୍ଦ୍ଦେଶ ଦେଇଛନ୍ତି । ଏହି ସହ  ଆରଡିସି ସ୍ତରୀୟ ତଦନ୍ତ ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନାଯୋଗ୍ୟ, ଗତ ୩ ତାରିଖରେ ବଳରାମପୁର ଗ୍ରାମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏକ ବିୟର ଫ୍ୟାକ୍ଟ୍ରିର ଭିତ୍ତିପ୍ରସ୍ତର ସ୍ଥାପନା କରିଥିଲେ । ଗତ ୮ ତାରିଖରେ କମ୍ପାନୀ ପକ୍ଷରୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବାରୁ ସ୍ଥାନୀୟବାସିନ୍ଦା ଏହାର ବିରୋଧ କରିଥି​ଲେ । ଫଳରେ ନିର୍ମାଣ କାର୍ଯ୍ୟ ବନ୍ଦ ରହିଥିଲା । ୧୯୭୨ ମସିହାରୁ ଅଞ୍ଚଳବାସୀ ଏହି ଜମିକୁ ଜଗାରଖା କରି ଆସିଛନ୍ତି । ଜଙ୍ଗଲରେ ଶାଳ, ମହୁଲ, କେନ୍ଦୁ, ହରିଡା, ବାହାଡା, ଅଅଁଳା ଆଦି ୧୨୩ ପ୍ରକାର ବୃକ୍ଷ ଥିବା ବେଳେ ୧୧୬ ପ୍ରଜାତିର ଔଷଧୀୟ ବୃକ୍ଷ ରହିଛି । ସରକାର ୨୨ ଏକର ଜମି ବିୟର ପ୍ୟାକ୍ଟ୍ରି ପାଇଁ ଲିଜ୍ ଦେଇଥିବା ବେଳେ କମ୍ପାନୀ କତ୍ତୃପକ୍ଷ ଜଙ୍ଗଲରୁ ୬ ଶହ ଏକର ଜମି କବଜା କରିବାକୁ ଚକ୍ରାନ୍ତ ଚଳାଇଛନ୍ତି ବୋଲି ସ୍ଥାନୀୟବାସିନ୍ଦା ଅଭିଯୋଗ କରିଛନ୍ତି । ଗତକାଲି ପୁଲିସ ଓ ପ୍ରଶାସନ ଉପସ୍ଥିତିରେ ଶହଶହ ଗଛ କଟା ଯାଇଥିଲା। ଗଛକଟାକୁ ବିରୋଧ କରି ପୁଲିସ ଓ ସ୍ଥାନୀୟ ମହିଳା ମୁହାଁମୁହିଁ ହୋଇଥିଲେ ।

Hot this week

ଭାରତ ଉପରେ ୫୦% ଆମଦାନୀ ଶୁଳ୍କ ଲାଗୁ କଲା ମେକ୍ସିକୋ

ସମାଜଲାଇଭ ଡେସ୍କ: ଆମେରିକା ପରେ ଭାରତ ଉପରେ ୫୦% ପର୍ଯ୍ୟନ୍ତ ଶୁଳ୍କ...

ଅପରାହ୍ନ ୪ଟା ମୁଖ୍ୟ ଖବର

() ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ..ଆଇନଶୃଙ୍ଖଳା ବଜାୟ ରଖିବାକୁ ପ୍ରଶାସନକୁ ନିର୍ଦେଶ... ()...

୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ...

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

Related Articles

Popular Categories