www.samajalive.in
Wednesday, December 10, 2025
18.1 C
Bhubaneswar

ପୁଣି ଜଣେ ଯୁବକଙ୍କୁ ଅପହରଣ କଲେ ଆତଙ୍କବାଦୀ

ଶ୍ରୀନଗର: ଦୁଇଜଣଙ୍କୁ ହତ୍ୟା କରିବା ପରେ ଜଣେ ଯୁବକଙ୍କୁ ଆତଙ୍କବାଦୀମାନେ ଅପହରଣ କରି ନେଇଛନ୍ତି। ପୁଲିସ ସୂଚନା ଅନୁଯାୟୀ, ଦକ୍ଷିଣ କାଶ୍ମୀର ଶୋପିଆନ୍‍ ଜିଲାରେ ଘଟିଛି ଏହି ଘଟଣା। ଅପହୃତ ଜଣକ ସୋହେଲ୍‍ ଅହମ୍ମଦ ଗାନାଇ। ଗତ ୩୬ ଘଣ୍ଟା ମଧ୍ୟରେ ଆତଙ୍କବାଦୀଙ୍କ ଏହା ଦ୍ୱିତୀୟ ନାରକୀୟ କାଣ୍ଡ। ଗତ ଶନିବାର ଦିନ କୁଲ୍‍ଗାମ୍‍ ଜିଲାର ହୁଜେଫ୍‍ କୁଟ୍ଟେ ନାମକ ଜଣେ ୧୯ ବର୍ଷ ବୟସ୍କ ଯୁବକଙ୍କୁ ଆତଙ୍କବାଦୀମାନେ ଅପହରଣ କରି ନେବା ପରେ ତାଙ୍କର ଗଳାକାଟି ହତ୍ୟା କରିଥିଲେ। ଶନିବାର ଗୋଟିଏ ଦିନରେ ଆତଙ୍କବାଦୀମାନେ ବିଭିନ୍ନ ଗ୍ରାମରୁ ୫ ଜଣଙ୍କୁ ଅପହରଣ କରିନେଇଥିବା ସୂଚନା ମିଳିଛି। ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ଆତଙ୍କବାଦୀମାନେ ଛାଡ଼ି ଦେଇଥିବା ବେଳେ ଆହୁରି ତିନି ଜଣ ନିଖୋଜ ଅଛନ୍ତି। ଗତ ଗୁରୁବାର ଦିନ ଜଣେ ୧୭ ବର୍ଷୀୟ ସ୍କୁଲ୍‍ ଛାତ୍ରକୁ ଆତଙ୍କବାଦୀମାନେ ହତ୍ୟା କରିଥିଲେ। ଏହାର ଭିଡିଓ ଭାଇରାଲ୍‍ ହେବା ପରେ ବିବାଦ ଉପୁଜିଛି।

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories